୮ଟଙ୍କାରେ ମିଳୁଛି କେଜିଏ ଆଳୁ, ବସ୍ତାକୁ ୪୦୦ ଟଙ୍କା: ଯିଏ ଶୁଣିଲେ ସିଏ ଦୌଡ଼ିଲେ, ଯେତେ ପାରିଲେ…

ବୈଶିଙ୍ଗା,୭।୬(ରତନ ଦାଶ): ୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଶୁଣିଲେ ସିଏ ଦୌଡ଼ିଲେ, ଯିଏ ଯେତେ ପାରିଲେ ସେତେ ବୋହିନେଲେ । ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା। ଭିଡ଼ ଏତେ ହୋଇଗଲା ଯେ, ରାସ୍ତା ମଧ୍ୟ ଜାମ ହେଇଗଲା । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଧୀନ ପଣସିଆ ଅଞ୍ଚଳରେ ।
ଭୋରୁ ଭୋରୁ ଏକ ଆଳୁ ଟ୍ରକ ଆସି ପଣସିଆ ଛକରେ ଛିଡା ହୋଇ ରହିଥିଲା। ଏବଂ ପଚାଶ କିଲୋ ଆଳୁ ବସ୍ତାକୁ ମାତ୍ର ଚାରିଶହ ଟଙ୍କା ବୋଲି ଡାକ ମରାହେଲା।ଏ କଥାକୁ ଶୁଣି କିଏ ସାଇକେଲରେ ବୋହି ନେଲେ ତ କିଏ ଟ୍ରଲିରେ। ଆଉ କିଏ ଅଟୋ କରି ମଧ୍ୟ ବେହିନେଲେ ।ଶାସ୍ତାରେ ଆଳୁ ପାଇ ଲୋକଙ୍କ ଖୁସି କହିଲେ ନ’ସରେ। ବଜାରରେ ଆଳୁ କିଲୋ କୋଡିଏ ଟଙ୍କା ଥିବା ବେଳେ ମାତ୍ର ୮ ଟଙ୍କାରେ ମିଳିଲା କେଜିଏ ଆଳୁ।
ଏହି ପରି ଗତ ସପ୍ତାହେ ହେଲାଣି କିଛି ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଓଡ଼ିଶା ସୀମାନ୍ତ ବିଭିନ୍ନ ଗାଁ ବଜାରରେ ଆଳୁ ଆଣି ବିକ୍ରି କରୁଛନ୍ତି । ଏହି ଆଳୁ ଟ୍ରକ ଲାଗିବା ମାତ୍ରେ ଲୋକେ ଭିଡ଼ ଲଗାଇ କିଣୁଥିବା ଦେଖିବାକୁ ମିଳିଛି ।