୨୦୧୯-୨୦ରେ ୧.୮୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

 

ନାଗପୁର,୨୮।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଦେଶର ବାଣିଜି୍ୟକ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକରେ ୮୪,୫୪୫ ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଗୁଡିକରେ ମୋଟ ୧.୮୫ ଲକ୍ଷ କୋଟି ଟଙ୍କା ଠକେଇ ହୋଇଥିବା ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇରେ ତଥ୍ୟରୁ ଜଣାପଡ଼ିଛି। ସୂଚନା ଅଧିକାରୀ କର୍ମୀ ଅଭୟ କୋଲାରକର ଏହି ତଥ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ମାଗିଥିଲେ। ବ୍ୟାଙ୍କଗୁଡିକରେ ଏହି ଠକେଇ ୨୦୧୯ ଏପ୍ରିଲ ପହିଲାଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ହୋଇଛି। ଏହି ମାମଲାଗୁଡିକରେ କେତେ ସଂଖ୍ୟକ ବ୍ୟାଙ୍କ କର୍ମଚାରୀ ଏବଂ କେତେ ଟଙ୍କା ଏଥିରେ ସମ୍ପୃକ୍ତ ରହିଛି ସେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ମାତ୍ର ଏହି ସମୟରେ ୨୬୬୮ ଜଣ ବ୍ୟାଙ୍କ କର୍ମଚାରୀ ଏବଂ ୧୭୮୩ କୋଟି ଟଙ୍କା ଠକେଇ ହୋଇଥିବା ବ୍ୟାଙ୍କଗୁଡିକ ପକ୍ଷରୁ ରିପୋର୍ଟ କରାଯାଇଛି।
ରିଜର୍ଭ ବ୍ୟାଙ୍କର ୧୫ ଲୋକପାଳ ଅଫିସ ଏହି ଅବଧିରେ ୨.୧୪ ଲକ୍ଷ ଅଭିଯୋଗ ଦାୟର ହୋଇଛି। ଷ୍ଟେଟ ବ୍ୟାଙ୍କ ବିରୋଧରେ ସର୍ବାଧିକ ୬୩,୨୫୯ ଅଭିଯୋଗ ଆସିଛି। ସେହିଭଳି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବିରୋଧରେ ୧୮,୭୬୪, ଆଇସିଆଇସିଆଇ ବ୍ୟାଙ୍କ ବିରୋଧରେ ୧୪,୫୮୨, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବିରୋଧରେ ୧୨,୪୬୯ ଏବଂ ଆକ୍ସିସ ବ୍ୟାଙ୍କ ବିରୋଧରେ ୧୨,୨୧୪ ଅଭିଯୋଗ ହସ୍ତଗତ ହୋଇଛି। ୨୦୧୯ ଏପ୍ରିଲ ପହିଲାରୁ ଜୁନ୍‌ ୩୦ ମଧ୍ୟରେ ୫୬,୪୯୩ ଅଭିଯୋଗ ହସ୍ତଗତ ହୋଇଛି। ବ୍ୟାଙ୍କ ମିଶ୍ରଣ ପରେ ବନ୍ଦ ହୋଇଥିବା କିମ୍ବା ମିଶିଥିବା ଶାଖା ସମ୍ପର୍କରେ ମଧ୍ୟ ଉତ୍ତର ଲୋଡ଼ାଯାଇଛି। ଏହାଦ୍ୱାରା ମୋଟ ୩୮ ଶାଖା ବାଦ୍‌ ପଡିଛି। ଏସ୍‌ବିଆଇର ୧୩୦ ଶାଖା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୬୨, ଆଲ୍ଲାହାବାଦ ବ୍ୟାଙ୍କର ୫୯ ଶାଖା ସାମିଲ ରହିଛି। ୨୦୧୯-୨୦ରେ ୧୯୪ ଶାଖା ବନ୍ଦ ହୋଇଛି। ଏହା ମଧ୍ୟରେ ଏସ୍‌ବିଆଇର ୭୮ ଶାଖା ସାମିଲ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri