୨୦୧୯-୨୦ରେ ୧.୮୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

 

ନାଗପୁର,୨୮।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଦେଶର ବାଣିଜି୍ୟକ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନଗୁଡିକରେ ୮୪,୫୪୫ ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ମାମଲା ଗୁଡିକରେ ମୋଟ ୧.୮୫ ଲକ୍ଷ କୋଟି ଟଙ୍କା ଠକେଇ ହୋଇଥିବା ରିଜର୍ଭ ବ୍ୟାଙ୍କ ଦେଇଥିବା ଆର୍‌ଟିଆଇରେ ତଥ୍ୟରୁ ଜଣାପଡ଼ିଛି। ସୂଚନା ଅଧିକାରୀ କର୍ମୀ ଅଭୟ କୋଲାରକର ଏହି ତଥ୍ୟ କେନ୍ଦ୍ରୀୟ ବ୍ୟାଙ୍କକୁ ମାଗିଥିଲେ। ବ୍ୟାଙ୍କଗୁଡିକରେ ଏହି ଠକେଇ ୨୦୧୯ ଏପ୍ରିଲ ପହିଲାଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ହୋଇଛି। ଏହି ମାମଲାଗୁଡିକରେ କେତେ ସଂଖ୍ୟକ ବ୍ୟାଙ୍କ କର୍ମଚାରୀ ଏବଂ କେତେ ଟଙ୍କା ଏଥିରେ ସମ୍ପୃକ୍ତ ରହିଛି ସେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ମାତ୍ର ଏହି ସମୟରେ ୨୬୬୮ ଜଣ ବ୍ୟାଙ୍କ କର୍ମଚାରୀ ଏବଂ ୧୭୮୩ କୋଟି ଟଙ୍କା ଠକେଇ ହୋଇଥିବା ବ୍ୟାଙ୍କଗୁଡିକ ପକ୍ଷରୁ ରିପୋର୍ଟ କରାଯାଇଛି।
ରିଜର୍ଭ ବ୍ୟାଙ୍କର ୧୫ ଲୋକପାଳ ଅଫିସ ଏହି ଅବଧିରେ ୨.୧୪ ଲକ୍ଷ ଅଭିଯୋଗ ଦାୟର ହୋଇଛି। ଷ୍ଟେଟ ବ୍ୟାଙ୍କ ବିରୋଧରେ ସର୍ବାଧିକ ୬୩,୨୫୯ ଅଭିଯୋଗ ଆସିଛି। ସେହିଭଳି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବିରୋଧରେ ୧୮,୭୬୪, ଆଇସିଆଇସିଆଇ ବ୍ୟାଙ୍କ ବିରୋଧରେ ୧୪,୫୮୨, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବିରୋଧରେ ୧୨,୪୬୯ ଏବଂ ଆକ୍ସିସ ବ୍ୟାଙ୍କ ବିରୋଧରେ ୧୨,୨୧୪ ଅଭିଯୋଗ ହସ୍ତଗତ ହୋଇଛି। ୨୦୧୯ ଏପ୍ରିଲ ପହିଲାରୁ ଜୁନ୍‌ ୩୦ ମଧ୍ୟରେ ୫୬,୪୯୩ ଅଭିଯୋଗ ହସ୍ତଗତ ହୋଇଛି। ବ୍ୟାଙ୍କ ମିଶ୍ରଣ ପରେ ବନ୍ଦ ହୋଇଥିବା କିମ୍ବା ମିଶିଥିବା ଶାଖା ସମ୍ପର୍କରେ ମଧ୍ୟ ଉତ୍ତର ଲୋଡ଼ାଯାଇଛି। ଏହାଦ୍ୱାରା ମୋଟ ୩୮ ଶାଖା ବାଦ୍‌ ପଡିଛି। ଏସ୍‌ବିଆଇର ୧୩୦ ଶାଖା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୬୨, ଆଲ୍ଲାହାବାଦ ବ୍ୟାଙ୍କର ୫୯ ଶାଖା ସାମିଲ ରହିଛି। ୨୦୧୯-୨୦ରେ ୧୯୪ ଶାଖା ବନ୍ଦ ହୋଇଛି। ଏହା ମଧ୍ୟରେ ଏସ୍‌ବିଆଇର ୭୮ ଶାଖା ସାମିଲ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱିଣ୍ଡଫଲ୍‌ ଟିକସ ହାର ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୪।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଭାରତରେ ତା’ର ପ୍ରଭାବ ଦେଖିବାକୁ ମିଳୁନାହିଁ। ଫଳରେ ସବୁ...

ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରନ୍ତୁ ପ୍ୟାନ୍‌-ଆଧାର ଲିଙ୍କ ବ୍ୟତିତ ଏସବୁ କାମ, ନଚେତ ପଡ଼ିବେ ଅସୁବିଧାରେ…

ନୂଆଦିଲ୍ଲୀ,୯।୩: ମାର୍ଚ୍ଚ ୩୧ରେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବ। ଏପ୍ରିଲ ୧ରୁ ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭ ହେବ। ଏଣୁ ମାର୍ଚ୍ଚ ୩୧ ପୂର୍ବରୁ...

୧.୫ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୧।୪: କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବାରୁ ରପ୍ତାନି...

ଓଡ଼ିଶାର ୨୫୦ ସ୍ଥାନରେ ଉପଲବ୍ଧ ହେବ ୪ଜି ସେବା

ନୂଆଦିଲ୍ଲୀ,୨୮ା୪: ଦେଶର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଟେଲି ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୨,୩୪୩ଟି...

ଶେୟାର ବଜାରରେ କରୋନା ପ୍ରଭାବ: ନିବେଶକଙ୍କ ୯ ଲକ୍ଷ କୋଟି ପାଣିରେ ପଡ଼ିଲା

ମୁମ୍ବାଇ,୧୨।୩: କରୋନା ସଂକ୍ରମଣର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ଗୁରୁବାର ସେନସେକ୍ସ୍‌ ୩୧୬୪ ଅଙ୍କ ହ୍ରାସ ପାଇଥିବାବେଳେ ନିଫ୍ଟି ୯୨୪ ଅଙ୍କ ହ୍ରାସ ପାଇଛି।...

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ନେଟ୍‌ ଲାଭ ୩୨୫ କୋଟି

ଭୁବନେଶ୍ୱର,୨୨।୧ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ସୁଦ୍ଧା ବ୍ୟାଙ୍କ ୩୨୫ କୋଟି...

କମ୍‌ ଦାମରେ ଦେଖି ହେବ ଅଧିକ ଟିଭି ଚ୍ୟାନେଲ

ନୂଆଦିଲ୍ଲୀ,୩-୧: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ନୂଆ ବର୍ଷରେ ଗ୍ରାହକଙ୍କ ଲାଗି ନୂଆ ନିୟମ ଆଣିଛି। କେବଲ ଟିଭି ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି...

ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର...

Advertisement
Archives

Model This Week