ଅଗଷ୍ଟରେ ୧.୭୫ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୯ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ପଞ୍ଚମ ମାସରେ ମଧ୍ୟ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ ହୋଇଛି ବୋଲି ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ୪ର୍ଥ ମାସ ବା ୨୦୨୪ଅଗଷ୍ଟରେ ଦେଶର ଜିଏସ୍‌ଟି ସଂଗ୍ରହ ପ୍ରାୟ ୧.୭୫ (୧,୭୪,୯୬୨ କୋଟି) ଲକ୍ଷ କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ଆଦାୟ କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ୧,୫୯,୦୬୯ କୋଟି ଟଙ୍କା ଟିକସ ଆଦାୟ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟରେ ସଂଗୃହୀତ ଟିକସ ପରିମାଣଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ୪ମାସର ଟିକସ ପରିମାଣ ପ୍ରାୟ ୧୦% ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।
ଅପରପକ୍ଷରେ ଓଡ଼ିଶାରୁ ମଧ୍ୟ ଚଳିତ ଆର୍ଥିକ ବର୍ଷର ୫ମ ମାସରେ ୪୮୭୮ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ୪୪୦୮ କୋଟି ଟଙ୍କା ଥିଲା, ଯାହା ଚଳିତ ଆର୍ଥକ ବର୍ଷର ୪ର୍ଥ ମାସର ଅବଧି ମଧ୍ୟରେ ପ୍ରାୟ ୧୧% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ ସୂର୍ଯ୍ୟଘର: ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍‌ର ପ୍ରଶିକ୍ଷଣ ସମ୍ପନ୍ନ

ଭୁବନେଶ୍ୱର, ୨୦।୬: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ପକ୍ଷରୁ କଟକସ୍ଥିତ ଟାଟା ପାୱାର ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ)ରେ ପିଏମ ସୂର୍ଯ୍ୟଘର: ମୁଫ୍ତ…

ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି…

ଗାଁ ଭିତରେ ପଶିଲା ଦନ୍ତା ହାତୀ: ଗ୍ରାମବାସୀ ଆତଙ୍କିତ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର):ଗାଁ ଭିତରେ ପଶିଲା ଦନ୍ତା ହାତୀ। ଗ୍ରାମବାସୀ ଆତଙ୍କିତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ନୁଆଁଡିହ ପଞ୍ଚାୟତର ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀ…

ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା: ତଦନ୍ତ ଆରମ୍ଭ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଗୁଣ୍ଡୁରିପୋଷି କଲୋନୀ ସାହିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ…

‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୨୦।୬ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା…

ଜାତୀୟ ରାଜପଥ ପ୍ରକଳ୍ପକୁ କାଳ ପ୍ରଶାସନିକ ଜଟିଳତା

ଭୁବନେଶ୍ୱର,୨୦।୬ (ସୁନିତ୍‌ ମିଶ୍ର): ଓଡ଼ିଶାରେ ଚାଲିଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ବିଳମ୍ବର ସମ୍ମୁଖୀନ ହେଉଛି। ବିଭିନ୍ନ ପ୍ରକାର ପ୍ରଶାସନିକ ଜଟିଳତା କାରଣରୁ କାମରେ…

ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬: ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଚାଲିବାକୁ ମୌଳିକ ଅଧିକାର ଭାବେ ଗ୍ରହଣ…

ଆଜିଠାରୁ ଆଇଟିଇପି ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୦ା୬(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେଶନ ପ୍ରୋଗ୍ରାମ (ଆଇଟିଇପି) ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri