ଫେବୃୟାରୀରେ ୧.୪୯ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୩: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ପ୍ରତିଫଳିତ ହେଉଛି। ଏପରିକି ୨୦୨୩ ଫେବୃୟାରୀର ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ବିଶେଷକରି ଚଳିତ ବର୍ଷ ଫେବୃୟାରୀରେ ଦେଶର ଜିଏସ୍‌ଟି ସଂଗ୍ରହ ୧.୪୯ (୧,୪୯,୫୭୭) ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରାଯାଇଛି।

ଅପରପକ୍ଷରେ ୨୦୨୨ ଫେବୃୟାରୀରେ ଦେଶର ଜିଏସ୍‌ଟି ସଂଗ୍ରହ ୧.୩୩ ଲକ୍ଷ କୋଟି ଟଙ୍କା ରହିଥିଲା। ଏପରିକି ଗତ ବର୍ଷ ଫେବୃୟାରୀରେ ସଂଗୃହୀତ ଜିଏସ୍‌ଟି ରାଜସ୍ବ ଅପେକ୍ଷା ଚଳିତ ବର୍ଷ ଫେବୃୟାରୀର ଟିକସ ସଂଗ୍ରହ ପ୍ରାୟ ୧୨% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩ ଫେବୃୟାରୀରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ବ ୧,୪୯,୫୭୭ ଲକ୍ଷ କୋଟି ରହିଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ୨୭,୬୬୨ କୋଟି ଟଙ୍କା ଥିଲାବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୪,୯୧୫ କୋଟି ଟଙ୍କା ରହିଛି। ସେହିଭଳି ଆଇଜିଏସ୍‌ଟି ବାବଦରେ ୭୫,୦୬୯ କୋଟି (ସାମଗ୍ରୀ ଆମଦାନୀରେ ୩୫,୬୮୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ) ଏବଂ ସେସ୍‌ ବାବଦରେ ୧୧,୯୩୧ ଟଙ୍କା କୋଟି (ସାମଗ୍ରୀ ଆମଦାନୀ ଉପରେ ୭୯୨ କୋଟି ଟଙ୍କା ସାମିଲ)ର ଟିକସ ଆଦାୟ କରାଯାଇଛି।

ସେହିପରି ସରକାର ସିଜିଏସ୍‌ଟିକୁ ୩୪,୭୭୦ କୋଟି ଟଙ୍କା ଏବଂ ନିୟମିତ ସମାଧାନ ଭାବେ ଆଇଜିଏସ୍‌ଟିରୁ ଏସ୍‌ଜିଏସ୍‌ଟିକୁ ୨୯,୦୫୪ କୋଟି ଟଙ୍କା ଦେବାକୁ ସ୍ଥିର କରିଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, କ୍ରମାଗତ ୧୨ ମାସ ଲାଗି ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟି ରହିଥିବା ବେଳେ ଓଡ଼ିଶାରୁ ଚଳିତ ବର୍ଷ ଫେବୃୟାରୀରେ ୪୫୧୯ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ଗତ ବର୍ଷ ଏହି ସମୟରେ ଏହାର ପରିମାଣ ୪୧୦୧ ଥିଲା ଯାହା ଚଳିତ ବର୍ଷ ୧୦% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୩ୟ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କା ପାରକରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri