Posted inଫୁରସତ

ମହିଳାଙ୍କୁ ୧.୪୧ ଲକ୍ଷ ଦିନ ଜେଲଦଣ୍ଡ

ବ୍ୟାଙ୍କକ୍‌: ଅପରାଧ ପାଇଁ ଲୋକଙ୍କୁ ଅନେକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥାଏ। ହେଲେ ଜଣେ ମହିଳାଙ୍କୁ ତାଙ୍କ ଅପରାଧ ପାଇଁ ଏପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଏହି ମହିଳା ଜଣଙ୍କ ଏହା ମଧ୍ୟରେ ୧୬ ହଜାରରୁ ଅଧିକ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଛନ୍ତି। ସେଥିପାଇଁ ତାଙ୍କୁ ସବୁଠାରୁ ଲମ୍ବା ସମୟ ୧ ଲକ୍ଷରୁ ଅଧିକ ଦିନ ପାଇଁ ଜେଲଦଣ୍ଡ ମିଳିଛି। ହେଲେ ସେ କେବଳ ୮ ବର୍ଷ ଜେଲରେ ବିତାଇବା ପରେ ଏବେ ବାହାରେ ଅଛନ୍ତି। ଥାଇଲାଣ୍ଡର ବାସିନ୍ଦା ଚାମୋଏ ଥିପ୍ୟାସୋ, ଯିଏ ୮୦ ଦଶକରେ ଥାଇଲାଣ୍ଡରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ। ଚାମୋଏ ଏକ ଚିଟ୍‌ ଫଣ୍ଡ ଜରିଆରେ ୧୬,୨୩୧ ଲୋକଙ୍କୁ ଠକି ୨୦୦-୩୦୦ ମିଲିୟନ୍‌ ଡଲାର ହାତେଇଥିଲେ। ଏଥିପାଇଁ ୧୯୮୯ ମସିହା ଜୁଲାଇ ୨୭ରେ କୋର୍ଟ ତାଙ୍କୁ ୧ ଲକ୍ଷ ୪୧ ହଜାର ୭୮ ଦିନ ପାଇଁ ଜେଲଦଣ୍ଡ ଶୁଣାଇଥିଲେ। ଏ ପର୍ଯ୍ୟନ୍ତ ଇତିହାସରେ ଏହା ସବୁଠୁ ଅଧିକ ସମୟର ଜେଲଦଣ୍ଡ । ରିପୋର୍ଟ ମୁତାବକ, ୧୯୬୦ରେ ଚାମୋଏ ସେଭିଙ୍ଗ୍‌ସ ସ୍କିମ୍‌ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ, ଯାହା ଜରିଆରେ ସେ ଅନେକ କମ୍ପାନୀ ସହ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିଲେ। ଏହା ମଧ୍ୟରେ ସେ ଥାଇଲାଣ୍ଡର ରାଜକୀୟ ପରିବାରକୁ ମଧ୍ୟ ଛାଡ଼ି ନ ଥିଲେ। ତେବେ ଚାମୋଏଙ୍କୁ ମିଳିଥିବା ଜେଲ ଦଣ୍ଡାଦେଶକୁ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri