Posted inଜାତୀୟ

ଏକାଧିକ ବିବାହ କରି ୧.୨୫ କୋଟି ଠକେଇ

ଜୟପୁର, ୨୪।୧୨: ରାଜସ୍ଥାନର ଜୟପୁର ପୋଲିସ ସୀମା ଅଗ୍ରୱାଲ ଓରଫ ନିକ୍କି ନାମ୍ନୀ ଜଣେ ଯୁବତୀଙ୍କୁ ରବିବାର ଉତ୍ତରାଖଣ୍ଡର ଡେରାଡୁନ୍‌ରୁ ଗିରଫ କରିଛି। ଲୁଟେରା କନ୍ୟା ଭାବେ ପରିଚିତ ସୀମାଙ୍କୁ ବହୁ ସହରର ପୋଲିସ ଦୀର୍ଘ ବର୍ଷ ଧରି ଖୋଜି ଆସୁଥିଲେ। ସୀମା ଧନୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍‌ କରି ପ୍ରଥମେ ସେମାନଙ୍କ ନିକଟତର ହେଉଥିଲେ ଏବଂ ଏହାପରେ କୌଶଳକ୍ରମେ ସେମାନଙ୍କୁ ବିବାହ କରୁଥିଲେ। ପରେ ସେ ନିଜ ସ୍ବାମୀମାନଙ୍କୁ ଧମକ ଦେଇ ବିଭିନ୍ନ ମାମଲା ରୁଜୁ କରୁଥିଲେ ଏବଂ ବୁଝାମଣା ନାଁରେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରୁଥିଲେ।

୨୦୧୩ଠାରୁ ବର୍ତ୍ତମାନ ସୁଦ୍ଧା ସୀମା ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ ସେମାନଙ୍କଠାରୁ ୧.୨୫ କୋଟିରୁ ଅଧିକ ଟଙ୍କା ହଡ଼ପ କରଥିବା ପୋଲିସ କହିଛି। ଉତ୍ତରାଖଣ୍ଡର ସୀମା ୨୦୧୩ରେ ପ୍ରଥମେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। କିଛି ମାସ ପରେ ସେ ଉକ୍ତ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ। ସେମାନଙ୍କୁ ବଦନାମ କରିବାକୁ ଧମକ ଦେଇ ସୀମା ୭୫ ଲକ୍ଷ ଟଙ୍କା ମାଗିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ସେମାନଙ୍କ ଆତ୍ମସମ୍ମାନ ପାଇଁ ମାମଲାକୁ ରଫାଦଫା କରିବା ଉଦ୍ଦେଶ୍ୟରେ ସୀମାଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ। ସେହିପରି ୨୦୧୭ରେ ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କୁ ମଧ୍ୟ ସୀମା ମିଥ୍ୟା ମାମଲାର ଧମକ ଦେଇଥିଲେ। ମାମଲାକୁ ରଫାଦଫା କରିବା ପାଇଁ ସେ ସଫ୍ଟୱେର ଇଞ୍ଜିନିୟରଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ତାଙ୍କଠାରୁ ଅଲଗା ହୋଇଥିଲେ।

୨୦୨୩ରେ ସେ ଜୟପୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସୀମା ବ୍ୟବସାୟୀଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ଅଳଙ୍କାର ସମେତ ନଗଦ ୩୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଉତ୍ତରାଖଣ୍ଡ ପୋଲିସ ସହଯୋଗରେ ଜୟପୁର ପୋଲିସ ରବିବାର ସୀମାଙ୍କୁ ଡେରାଡୁନରୁ ଗିରଫ କରି ଜୟପୁର ଆଣିଛି। ସୋମବାର ଜୟପୁର କୋର୍ଟ ସୀମାଙ୍କୁ ୧୫ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୀମା ନିଜ ଶିକାର ପାଇଁ ବିଭିନ୍ନ ମାଟ୍ରିମୋନିଆଲ ସାଇଟ୍‌କୁ ବ୍ୟବହାର କରୁଥିବା ପୋଲିସ କହିଛି। ଛାଡ଼ପତ୍ର ହୋଇଥିବା କିମ୍ବା ସ୍ତ୍ରୀଙ୍କୁ ହରାଇଥିବା ସଫ୍ଟୱେର ଇଞ୍ଜିନିୟର, ବ୍ୟବସାୟୀମାନଙ୍କୁ ସେ ଟାର୍ଗେଟ୍‌ କରି ନିଜ ଜାଲରେ ଫସାଉଥିଲେ। ସେହିପରି ପ୍ରତ୍ୟେକ ଥର ବିବାହ ପରେ ସୀମା ଯୌତୁକ ଏବଂ ଶାରୀରିକ ନିର୍ଯାତନା ଆଦି ମିଥ୍ୟା ମାମଲା ରୁଜୁ କରିବା ନେଇ ଧମକ ଶ୍ୱଶୁର ଘର ଲୋକଙ୍କୁ ଦେଉଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri