Posted inଜାତୀୟ

ଏକାଧିକ ବିବାହ କରି ୧.୨୫ କୋଟି ଠକେଇ

ଜୟପୁର, ୨୪।୧୨: ରାଜସ୍ଥାନର ଜୟପୁର ପୋଲିସ ସୀମା ଅଗ୍ରୱାଲ ଓରଫ ନିକ୍କି ନାମ୍ନୀ ଜଣେ ଯୁବତୀଙ୍କୁ ରବିବାର ଉତ୍ତରାଖଣ୍ଡର ଡେରାଡୁନ୍‌ରୁ ଗିରଫ କରିଛି। ଲୁଟେରା କନ୍ୟା ଭାବେ ପରିଚିତ ସୀମାଙ୍କୁ ବହୁ ସହରର ପୋଲିସ ଦୀର୍ଘ ବର୍ଷ ଧରି ଖୋଜି ଆସୁଥିଲେ। ସୀମା ଧନୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍‌ କରି ପ୍ରଥମେ ସେମାନଙ୍କ ନିକଟତର ହେଉଥିଲେ ଏବଂ ଏହାପରେ କୌଶଳକ୍ରମେ ସେମାନଙ୍କୁ ବିବାହ କରୁଥିଲେ। ପରେ ସେ ନିଜ ସ୍ବାମୀମାନଙ୍କୁ ଧମକ ଦେଇ ବିଭିନ୍ନ ମାମଲା ରୁଜୁ କରୁଥିଲେ ଏବଂ ବୁଝାମଣା ନାଁରେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରୁଥିଲେ।

୨୦୧୩ଠାରୁ ବର୍ତ୍ତମାନ ସୁଦ୍ଧା ସୀମା ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ ସେମାନଙ୍କଠାରୁ ୧.୨୫ କୋଟିରୁ ଅଧିକ ଟଙ୍କା ହଡ଼ପ କରଥିବା ପୋଲିସ କହିଛି। ଉତ୍ତରାଖଣ୍ଡର ସୀମା ୨୦୧୩ରେ ପ୍ରଥମେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। କିଛି ମାସ ପରେ ସେ ଉକ୍ତ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ। ସେମାନଙ୍କୁ ବଦନାମ କରିବାକୁ ଧମକ ଦେଇ ସୀମା ୭୫ ଲକ୍ଷ ଟଙ୍କା ମାଗିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ସେମାନଙ୍କ ଆତ୍ମସମ୍ମାନ ପାଇଁ ମାମଲାକୁ ରଫାଦଫା କରିବା ଉଦ୍ଦେଶ୍ୟରେ ସୀମାଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ। ସେହିପରି ୨୦୧୭ରେ ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କୁ ମଧ୍ୟ ସୀମା ମିଥ୍ୟା ମାମଲାର ଧମକ ଦେଇଥିଲେ। ମାମଲାକୁ ରଫାଦଫା କରିବା ପାଇଁ ସେ ସଫ୍ଟୱେର ଇଞ୍ଜିନିୟରଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ତାଙ୍କଠାରୁ ଅଲଗା ହୋଇଥିଲେ।

୨୦୨୩ରେ ସେ ଜୟପୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସୀମା ବ୍ୟବସାୟୀଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ଅଳଙ୍କାର ସମେତ ନଗଦ ୩୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଉତ୍ତରାଖଣ୍ଡ ପୋଲିସ ସହଯୋଗରେ ଜୟପୁର ପୋଲିସ ରବିବାର ସୀମାଙ୍କୁ ଡେରାଡୁନରୁ ଗିରଫ କରି ଜୟପୁର ଆଣିଛି। ସୋମବାର ଜୟପୁର କୋର୍ଟ ସୀମାଙ୍କୁ ୧୫ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୀମା ନିଜ ଶିକାର ପାଇଁ ବିଭିନ୍ନ ମାଟ୍ରିମୋନିଆଲ ସାଇଟ୍‌କୁ ବ୍ୟବହାର କରୁଥିବା ପୋଲିସ କହିଛି। ଛାଡ଼ପତ୍ର ହୋଇଥିବା କିମ୍ବା ସ୍ତ୍ରୀଙ୍କୁ ହରାଇଥିବା ସଫ୍ଟୱେର ଇଞ୍ଜିନିୟର, ବ୍ୟବସାୟୀମାନଙ୍କୁ ସେ ଟାର୍ଗେଟ୍‌ କରି ନିଜ ଜାଲରେ ଫସାଉଥିଲେ। ସେହିପରି ପ୍ରତ୍ୟେକ ଥର ବିବାହ ପରେ ସୀମା ଯୌତୁକ ଏବଂ ଶାରୀରିକ ନିର୍ଯାତନା ଆଦି ମିଥ୍ୟା ମାମଲା ରୁଜୁ କରିବା ନେଇ ଧମକ ଶ୍ୱଶୁର ଘର ଲୋକଙ୍କୁ ଦେଉଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri