୯ ମାସର ସବୁଠାରୁ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ, ୪-୯: ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗଭୀର ଭାବେ ହ୍ରାସ ହୋଇଛି। ଡଲାର ତୁଳନାରେ ଟଙ୍କା ୯ ମାସର ସବୁଠାରୁ ନିମ୍ନ ସ୍ତରରେ ରହିଛି। ଟଙ୍କା ମୂଲ୍ୟରେ ମଙ୍ଗଳବାର ୯୭% ପଇସା ହ୍ରାସ ଘଟିଥିବା ଜଣା ପଡିଛି। ଏହା ଫଳରେ ଏହା ୯ ମାସର ସର୍ବନିମ୍ନ ସ୍ତର ୭୨.୩୯ ଟଙ୍କା ସ୍ତରରେ ରହିଛି। ଘରୋଇ ପୁଞ୍ଜି ବଜାରରେ ପରଫରମାନ୍ସ ହ୍ରାସ, ଘରୋଇ ବଜାରର ପ୍ରଭାବିତ ସ୍ଥିତି ଯୋଗୁ ଏହା ନିବେଶକଙ୍କ ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଶୁକ୍ରବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜିଡିପି ତଥ୍ୟକୁ ନେଇ ବଜାର ନିବେଶକମାନେ ଆଶଙ୍କାଗ୍ରସ୍ତ ହୋଇଛନ୍ତି। ଜିଡିପି ୬ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଏହା ଜୁନ ତ୍ରୈମାସରେ ୫% ସ୍ତରକୁ ଖସି ଆସିଛି। ଏହାବାଦ ୮ କୋର ସେକ୍ଟର ଅଭିବୃଦ୍ଧି ୨.୧%କୁ ହ୍ରାସ ଘଟିଛି। କୋଇଲା, ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଆସିଛି। ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ବଜାରରେ ଟଙ୍କା ମଙ୍ଗଳବାର ନିମ୍ନ ସ୍ତର ୭୨ରୁ କାରବାର ଆରମ୍ଭ କରିଥିଲା। ଏହା ପୁନଶ୍ଚ ମୂଲ୍ୟ ହ୍ରାସ ହେବା ଯୋଗୁ ନିମ୍ନ ସ୍ତର ୭୨.୪୦ରେ ରହିଛି।
ଟଙ୍କା ମୂଲ୍ୟରେ ୯୭ ପଇସା ହ୍ରାସ ଘଟିବା ଯୋଗୁ ଡଲାର ତୁଳନାରେ ଏହାର ମୂଲ୍ୟ ୭୨.୩୯ ସ୍ତରରେ ସ୍ଥିର ରହିଛି। ଅଗଷ୍ଟ ୫ ପରଠାରୁ ଟଙ୍କା ପରଫରମାନ୍ସରେ ଏହା ସର୍ବାଧିକ ପ୍ରଭାବିତ କାରବାର। ଏହାବାଦ ୨୦୧୮ ନଭେମ୍ବର ୧୩ ପରଠାରୁ ଏହା ସର୍ବନିମ୍ନ ସ୍ତରର କ୍ଲୋଜିଂ। ଗଣେଷ ଚତୁର୍ଥୀ ଯୋଗୁ ଫରେକ୍ସ ବଜାର ବନ୍ଦ ରହିଥିଲା। ସେହିଭଳି ଡଲାର ମୂଲ୍ୟ ଦୃଢ ହେବା ଯୋଗୁ ଟଙ୍କା ମୂଲ୍ୟ କମୁଥିବା ଫରେକ୍ସ ଟ୍ରେଡରମାନେ କହିଛନ୍ତି। ବାଣିଜ୍ୟ ଯୁଦ୍ଧ ସହ ଆମେରିକା ଡଲାର ଚାହିଦା ଯୋଗୁ ଡଲାର ସୂଚୀ ଉଚ୍ଚରେ ରହୁଛି। ବାଣିଜ୍ୟ ଯୁଦ୍ଧ ନ ଥମିବା, ବ୍ରେକଜିଟ ଭୟ, ଅଶୋଧିତ ତୈଳ ମୂଲ୍ୟ ବଢିବା ଭଳି ପ୍ରସଙ୍ଗ ଟଙ୍କା ମୂଲ୍ୟକୁ ପ୍ରଭାବିତ କରୁଛି। ବାଣିଜ୍ୟ ଯୁଦ୍ଧ ଲାଗି ରହିଲେ ଟଙ୍କା ମୂଲ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା ୭୩.୫% ସ୍ତର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri