୮ ବଛର ହେଲା ଖଟେ ପଡ଼ିଛନ୍‌ ପନୌ:ଦାଉ ସାଧୁଛେ ଅଜନା ରୋଗ୍‌

ପାଇକମାଳ, ୨୫ା୫ ( ଡି.ଏନ୍‌.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗଁାର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଅବସ୍‌ତା ଏନ୍‌ତା ଯେ, ସେ ସବୁବେଲେ ଖଟେ ପଡ଼ିରହିଛେନ୍‌। ଇଆଡ଼େ ଟଁକା ପଏସା ଅଭାବୁ ସେ ଚିକିସତ୍ିତ ନାଇଁ ହେଇପାରୁଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମୁନିକେଲା ଗଁାର ପନୌ ବରିହାରକଁର ପରିବାର କହେଲେ ମାଏକିନା ସୁକାନ୍ତୀ ବରିହା(୪୪) ଆର ଗୁଟେବଲି ପୁଓକେ ନେଇ ତାକର ସଁସାର। ସେ ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଏନ୍‌ତାଥି ଆଏଜ୍‌କେ ୮ ବଛର ତଲେ ପନୌ କେହନ୍‌ସି ଗୁଟେ ଅଜନା ରୋଗ୍‌ର ଶିକାର ହେଲେ। ପହେଲୁ ପାସର ଡାକ୍‌ତରଖାନାରେ ଦେଖାଲେ, ବଇଦ୍‌ ଗୁନିଅଁା, ଫୁକାଝରା କଲେ ହେଲେ କିଛି ଲାଭ ନାଇଁ ହେଲା। ଗଁାର ଲୋକ୍‌ ବୁର୍ଲା ଯାଇ ଚିକିସତ୍ା କରବାର ପରାମଶ୍‌ ଦେଲେ। ହେଲେ ପରିବାରଟା ନିହାତି ଗରିବ୍‌ ଆର ବିପିଏଲ ଶ୍ରେଣୀର, ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ସେଥିରଲାଗି ସେ ବୁର୍ଲା ଯାଇ ଚିକିସତ୍ା କରେଇ ନାଇଁପାରବାର। ଇଆଡ଼େ ରୋଗ୍‌ର ପରଭାବରେ ଦିନୁଦିନ୍‌କେ ପନୌର ଦିହିପା ଜଟିଲ ହେତେଲ ଯାଉଛେ। ସେ ଉଠାବସା କରି ନାଇଁପାରବାର। ମାଏକିନା ସୁକାନ୍ତୀ ସବୁବେଲେ ଆପ୍‌ନେର ସେବା ଯତନରେ ଲାଗିିଛନ୍‌। ଏନ୍‌ତାଥି ଗୁଟେବଲି ପୁଓ କୁଲି ମଜୁରି କରି ପରିବାର ଚଲଉଛେ। ଏହେଦେ ବି ପରିବାରଟା ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇରହିଛନ୍‌। ସୁକାନ୍ତୀ ଉପେ ଶୂଇନ୍‌ ହେଇ ଆପନେର ଚିକିସତ୍ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଥାନୀୟ ପରଶାସନକେ ଗୁହାରି କରିଛନ୍‌।