୮ ଟନ୍‌ ଚୋରି ହାର୍ଡ-କୋକ୍‌ ଜବତ

ଚୌଦ୍ୱାର,୧୮ା୧(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳରୁ ଚୋରି ହୋଇଥିବା ଏକ ହାର୍ଡ-କୋକ୍‌ ଟ୍ରକ୍‌କୁ ଚୌଦ୍ୱାର ପୋଲିସ ୫୫ନମ୍ବର ଜାତୀୟ ରାଜପଥର କଜଳଖଣା ନିକଟସ୍ଥ ଏକ ଢାବା ସମ୍ମୁଖରୁ ଶୁକ୍ରବାର ଉଦ୍ଧାର କରିଛି। ଏହାସହ ଉକ୍ତ ଟ୍ରକ୍‌ରୁ ଚୋରି ହୋଇଥିବା ୧୭ଟନ୍‌ ହାର୍ଡ-କୋକ ମଧ୍ୟରୁ ୮ଟନ୍‌ ହାର୍ଡ-କୋକ ଉଦ୍ଧାର କରିଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ କୋକ୍‌ ଲୋଡ଼ ହୋଇଥିବା ଗୋଟିଏ ଟାଟା ଏସିଇ ଓ ଏକ ପିକ୍‌ ଅପ୍‌ ଭ୍ୟାନ୍‌କୁ ଶୁକ୍ରବାର ସନ୍ଧ୍ୟାରେ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ୧୭ଟନ୍‌ ହାର୍ଡ-କୋକ୍‌ ନେଇ ଗତ ଡିସେମ୍ବର୧୯ରେ ପାରାଦ୍ୱୀପରୁ ଥେରୁଆଲି ଇମ୍ଫା କମ୍ପାନୀ ଅଭିମୁଖେ ଟ୍ରକଟି ବାହାରିଥିଲା। ନିର୍ଦ୍ଧାରିତ ଦିନ ଭିତରେ ଟ୍ରକ କମ୍ପାନୀରେ ପହଞ୍ଚତ୍ ନ ଥିବା ଖବରପାଇ ଟ୍ରକ ମାଲିକ ପାଟକୁରା ଅଞ୍ଚଳର ସୁଧୀର ଚନ୍ଦ୍ର ସାମଲ ଡ୍ରାଇଭରକୁ ଯୋଗାଯୋଗ କରିବାରେ ତା’ର ମୋବାଇଲ ସୁଇଚଅଫ୍‌ ଥିଲା। ତାଙ୍କ ନଂ. ଓଆର ୨୧ବି ୩୨୫୮ଯୁକ୍ତ ଟ୍ରକ୍‌ଟି ଡିସେମ୍ବର ୨୩ ତାରିଖ ଦିନ କଜଳଖଣା ନିକଟରେ ଥୁଆ ହୋଇଥିବା କୌଣସି ସୂତ୍ରରୁ ସୁଧୀର ଜାଣି ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ରାସ୍ତାରେ ଥୁଆ ହୋଇଥିବା ଟ୍ରକ୍‌ରେ ଲୋଡ଼ ହୋଇଥିବା ହାର୍ଡ-କୋକ ଚୋରି ହୋଇଯାଇଥିବା ଏବଂ ଟ୍ରକ୍‌ରେ ଥିବା ୨ଟି ବ୍ୟାଟେରି,୨ଟି ପାଲ,ଗାଡ଼ି ଜଗ୍‌ ଓ ଜିପିଏସ୍‌ ମେଶିନ୍‌ ମଧ୍ୟ ଚୋରି ହୋଇଯାଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଚୌଦ୍ୱାର ପୋଲିସ ଗାଡ଼ିଟିକୁ ଉଦ୍ଧାର କରି ମାଲିକ ସୁଧୀରଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ କରି ଜଗତପୁର ଥାନା ପାଗା ସତ୍ୟଭାମାପୁର ଅଞ୍ଚଳରେ ଚଢ଼ାଉ କରି ୮ଟନ୍‌ କୋକ୍‌ ଲୋଡ଼ ହୋଇ ଗୋଟିଏ ସ୍ଥାନରେ ରଖାଯାଇଥିବା ଓଆର୦୨ବିକ୍ୟୁ ୮୧୯୯ ନମ୍ବରଯୁକ୍ତ ପିକ୍‌ ଅପ୍‌ ଭ୍ୟାନ୍‌ ଓ ଓଆର ୦୫ ଏସି ୦୭୩୨ ନମ୍ବରଯୁକ୍ତ ଟାଟା ଏସିଇକୁ ଜବତ କରି ଥାନାକୁ ଆଣିଛନ୍ତି । ଉକ୍ତ ଗାଡ଼ି ଦୁଇଟିର ମାଲିକ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି। ଘଟଣାର ଅଧିକ ତଦନ୍ତ ଜାରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri