୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ ୧୦ ହଜାର ଲୋକଙ୍କୁ ଛଟେଇ କରିବ ବୋଲି ଯୋଜନା ମଧ୍ୟ ରଖିଥିଲା। ହେଲେ କରୋନା ଭାଇରସ୍‌ ଲକ୍‌ଡାଉନ କମ୍ପାନୀ ଲାଗି ବିକ୍ରିର ଏକ ଭଲ ସୁଯୋଗ ଆଣିଛି। ଫଳରେ କମ୍ପାନୀ ବିକ୍ରି ରେକର୍ଡ କରିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ଲକ୍‌ଡାଉନରେ ପ୍ରତି ବର୍ଗର ଲୋକ କମ୍ପାନୀର ପ୍ରଡକ୍ଟକୁ ପସନ୍ଦ କରିଥିବା ଏହା ସୂଚନା ଦେଇଛି। ଖାଦ୍ୟ ସହ ଏହାକୁ ବଣ୍ଟନ ଲାଗି ବ୍ୟବହାର କରାଯାଇଥିଲା। ଶହ ଶହ କି.ମି. ପାଦରେ ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଲାଗି କମ୍ପାନୀର ୫ ଟଙ୍କିଆ ପ୍ୟାକେଟ ବିସ୍କୁଟ ଲାଭକାରୀ ସାବ୍ୟସ୍ତ ହୋଇଛି। କେତେଜଣ ଲୋକ ଏହାକୁ କିଣି ଖାଉଥିବା ବେଳେ ବଣ୍ଟାଯାଉଥିବା ବିସ୍କୁଟ ଲୋକମାନେ ଗ୍ରହଣ କରିଛନ୍ତି। ଲକ୍‌ଡାଉନରେ ଲୋକମାନେ ପାର୍ଲେଜି ବିସ୍କୁଟର ଷ୍ଟକ୍‌ ମଧ୍ୟ ନିଜ ଘରେ ରଖିଥିବା ଜଣାପଡିଛି। ପାର୍ଲେ ପ୍ରଡକ୍ଟର କଣ୍ଟ୍ରି ହେଡ୍‌ ମୟଙ୍କ ଶାହ କହିଛନ୍ତି, ବିକ୍ରି ଭଲ ହେବା ଯୋଗୁ କମ୍ପାନୀର ଶେୟାର ମୂଲ୍ୟରେ ପ୍ରାୟ ୫% ବୃଦ୍ଧି ଘଟିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?