୭ ମାସ ହେବ ସବ୍‌ଷ୍ଟେଶନ ଅଚଳ : ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ

କୋରୁକୋଣ୍ଡା,୧୨।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ସଦରଠାରେ ସାଉଥ୍‌କୋ ଦ୍ୱାରା ପରିଚାଳିତ ସବ୍‌ଷ୍ଟେଶନଟି ଆଜକୁ ଦୀର୍ଘ ୭ ମାସ ହେବ ଅଚଳ ହୋଇପଡ଼ିଛି। ଫଳରେ ଏନେଇ ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯେ, ଏହି ସବ୍‌ଷ୍ଟେଶନ ଉପରେ କୋରୁକୋଣ୍ଡା ଅଞ୍ଚଳର ପ୍ରାୟ ୪ ହଜାରରୁ ଉପଭୋକ୍ତା ନିର୍ଭରଶୀଳ। ଏକ ସଂସ୍ଥା ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆବେଦନ କରାଯାଇଥିଲା ଏବଂ ଟେଣ୍ଡରଟିକୁ ନବରଙ୍ଗପୁରର ଏକ ଠିକାସଂସ୍ଥା ନେଇଥିଲା। ତେବେ କାମଟିକୁ ସେହି ଠିକାସଂସ୍ଥା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏହି ସବ୍‌ଷ୍ଟେଶନଟିକୁ ୨୦୧୮ ଜୁଲାଇ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌ଘାଟନ କରାଯାଇ ସାଉଥ୍‌କୋକୁ ହସ୍ତାନ୍ତର କରାଯାଇଥିଲା। ଏଥିରେ ମାତ୍ର ୨ଟି ଟ୍ରାନ୍ସଫର୍ମର ୧.୬ ଏମ୍‌ଭିଏର ବସାଯାଇଥିଲା। ଯାହାର ସମୟ ଅବଧି ଦୁଇ ବର୍ଷ ଥିବାବେଳେ ସମୟ ଅବଧି ପୂର୍ବରୁ ଉଭୟ ଟ୍ରାନ୍ସଫର୍ମର ଅଚଳ ହୋଇପଡିଛି। ସମୟ ଅବଧି ଥିବାରୁ ଉକ୍ତ ଟ୍ରାନ୍ସଫର୍ମରଗୁଡିକୁ ମରାମତି ନିମନ୍ତେ ଠିକାସଂସ୍ଥାକୁ ସୂଚନା ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମରାମତି ହୋଇନାହିଁ। ଫଳରେ ସାଉଥ୍‌କୋ ବାଧ୍ୟ ହୋଇ ବାଲିମେଳାର ମୁଖ୍ୟ କାର୍ଯ୍ୟାଳୟରୁ କୋରୁକୋଣ୍ଡାକୁ ବିଦ୍ୟୁତ ଯୋଗାଇ ଦେଉଛି। ପୂର୍ବରୁ କୋରୁକୋଣ୍ଡା ସବ୍‌ଷ୍ଟେଶନରୁ ଯେତିକି ପରିମାଣର ବିଦ୍ୟୁତ ଯୋଗାଇ ଦିଆଯାଉଥିଲା ବର୍ତ୍ତମାନ ସେତିକି ପରିମାଣର ବିଦ୍ୟୁତ ସାଉଥ୍‌କୋ ଯୋଗାଇ ପାରୁନାହିଁ । ଫଳରେ ଲୋକେ ଅଘୋଷିତ ବିଦ୍ୟୁତ୍‌ କାଟ, ଲୋ ଭୋଲଟେଜ୍‌ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶକ୍ତି ବିଭାଗ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ ଅଟକଳରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ଯୋଗାଣ ନିମନ୍ତେ ହୋଇଥିବା ଏହି ସବ୍‌ଷ୍ଟେଶନଟିରେ ନିମ୍ନମାନର ଟ୍ରାନ୍ସଫର୍ମର ବସିଥିବା ସହ ନିମ୍ନମାନର କାମ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଉପଭୋକ୍ତା ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri