Posted inଖେଳ

୭ ବର୍ଷ ପରେ ଶ୍ରୀସନ୍ଥଙ୍କୁ ପ୍ରତ୍ୟାବର୍ତ୍ତନ ସୁଯୋଗ

ଥିରୁଭାନନ୍ତପୁରମ,୧୮।୬: ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥ ପୁଣି ଥରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସେପ୍ଟେମ୍ବରରେ ତାଙ୍କର ୭ ବର୍ଷୀୟା ବାସନ୍ଦ ଅବଧି ଶେଷ ହେବାକୁ ଯାଉଛି। ଫଳରେ କେରଳ କ୍ରିକେଟ ଆସୋସିଏଶନ (କେସିଏ) ଶ୍ରୀସନ୍ଥଙ୍କୁ ରଣଜୀ ଦଳରେ ସାମିଲ କରିବାକୁ ପ୍ରସ୍ତୁତ୍‌ ଅଛି ବୋଲି କହିଛି। ତେବେ ଏଥିପାଇଁ ଫିଟ୍‌ନେସ୍‌ର ପ୍ରମାଣ ଦେବାକୁ ହେବ ବୋଲି ଆସୋସିଏଶନ ତରଫରୁ କୁହାଯାଇଛି। ତାଙ୍କୁ ଫିଟ୍‌ନେସ୍‌ ଟେଷ୍ଟରେ ଉତୀର୍ଣ୍ଣ ହେବାକୁ ପଡିବ ବୋଲି କେରଳ କୋଚ୍‌ ତଥା ପୂର୍ବତନ ଭାରତୀୟ ବୋଲର ଟିନୁ ୟୋହାନନ୍‌ କହିଛନ୍ତି।
ଯଦି ଏହା ହୁଏ ତେବେ ଶ୍ରୀସନ୍ଥ ୨୦୧୩ ପରେ ପ୍ରଥମଥର ପାଇଁ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବାର ସୁଯୋଗ ହାସଲ କରିବେ। ୨୦୧୩ ମେ’ରେ ଦିଲ୍ଲୀ ପୋଲିସ ଶ୍ରୀସନ୍ଥଙ୍କ ସମେତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରାଜସ୍ଥାନ ରୟାଲ୍ସର ଅନ୍ୟ ଦୁଇଜଣ ସାଥୀ ଖେଳାଳି ଅଜିତ୍‌ ଚାଣ୍ଡିଲା ଓ ଅଙ୍କିତା ଚାଭନଙ୍କୁ ଗିରଫ କରିଥିଲା। ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ୩ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିଥିଲା। ଏହା ବିରୋଧରେ ଶ୍ରୀସନ୍ଥ ଏକ ଲମ୍ବା ଆଇନ୍‌ଗତ ଲଢେଇ କରିଥିଲେ ଓ ୨୦୧୫ରେ ତାଙ୍କୁ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ସବୁ ପ୍ରକାର ଅଭିଯୋଗରୁ ମୁକ୍ତ କରିଥିଲେ। ୨୦୧୮ରେ ମଧ୍ୟ କେରଳ ହାଇକୋର୍ଟ ମଧ୍ୟ ବୋର୍ଡର ଏହି ବାସନ୍ଦାଦେଶକୁ ପ୍ରତ୍ୟାହାର କରିନେଇଥିଲା। ଏହାପରେ ଶ୍ରୀସନ୍ଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୯ରେ ସୁପ୍ରିମକୋର୍ଟ ପୁଣି ଥରେ ବାସନ୍ଦାଦେଶକୁ ଜାରି ରଖିଥିଲେ। କିନ୍ତୁ ବିସିସିଆଇକୁ ଦଣ୍ଡାଦେଶ କମ୍‌ କରିବାକୁ କହିଥିଲେ। ଫଳରେ ବିସିସିଆଇ ଆଜୀବନ ବାସନ୍ଦ ବଦଳରେ ୭ବର୍ଷ ପାଇଁ ତାଙ୍କୁ ବାସନ୍ଦ କରିଥିଲା। ଏବେ ଏହି ବାସନ୍ଦ ଅବଧି ଆସନ୍ତା ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି।
କେସିଏର ନିଷ୍ପତ୍ତିରେ ଶ୍ରୀସନ୍ଥ ଖୁସି ଜାହିର କରିଛନ୍ତି। ସୁଯୋଗ ଦେଇଥିବାରୁ କେସିଏ ନିକଟରେ ରୁଣୀ। ଏବେ ଫିଟ୍‌ନେସ ପ୍ରମାଣ କରି କ୍ରିକେଟକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିବି। ଏବେ ସବୁ ବିବାଦକୁ ପଛରେ ପକାଇବାର ସମୟ ଆସି ଉପନୀତ ହୋଇଛି ବୋଲି ସେ କହିଛନ୍ତି। ଶ୍ରୀସନ୍ତଙ୍କ ପ୍ରତ୍ୟାବର୍ତ୍ତନରେ କେରଳ ରଣଜୀ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି କେସିଏ ଅଧ୍ୟକ୍ଷ ସାଜନ କେ ଭର୍ଗୀଜ୍‌ କହିଛନ୍ତି। କୋଚିରେ ରହୁଥିବା ବର୍ଷୀୟ ଶ୍ରୀସନ୍ଥ ଏପର୍ଯ୍ୟନ୍ତ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୮୭, ୭୫ ଓ ୭ଟି ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri