୭ରେ ଦିବ୍ୟାଙ୍ଗ ନିଯୁକ୍ତି ମେଳା : ଅଂଶଗ୍ରହଣ କରିବେ ୩୦ ଆଇଟି କମ୍ପାନୀ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଦିବ୍ୟାଙ୍ଗମାନଙ୍କ ପାଇଁ ରାଜଧାନୀରେ ହେବ ନିଯୁକ୍ତି ମେଳା। ଶାନ୍ତିଧାମ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ମେଳାକୁ ଦେଶ ବିଦେଶର ୩୦ ଆଇଟି କମ୍ପାନୀ ଆସିବେ। ଏଥି ମଧ୍ୟରେ ଆମେରିକାର ଦୁଇଟି ଆଇଟି କମ୍ପାନୀ ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଏସ୍‌ଟିପିଆଇ ସମେତ ନାସକମ୍‌ ଓ ଆଇଟିଏ ଭଳି ସଂସ୍ଥା ସହଯୋଗରେ ପ୍ରଥମଥର ପାଇଁ ଏଭଳି ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ଆସନ୍ତା ୭ ତାରିଖ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଏହା ଅନୁଷ୍ଠିତ ହେବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଫାଉଣ୍ଡେଶନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୌଭାଗ୍ୟ ରାଉତରାୟ ଏହି ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ମେଳା ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ପୂର୍ବରୁ ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦନ କରିଥିବା ପ୍ରତ୍ୟାଶୀମାନଙ୍କ ସହ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ଉକ୍ତ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଉପଯୁକ୍ତ ପ୍ରମାଣପତ୍ର ସହ ରେଜିଷ୍ଟ୍ରେଶନ କରିପାରିବେ ବୋଲି ଫାଉଣ୍ଡେଶନ ସଭାପତି ଡ. ଅମ୍ବିକା ଦାସ କହିଛନ୍ତି।
ଚଳିତ ବର୍ଷ ଫାଉଣ୍ଡେଶନ ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ବେଷଣ ଓ ଅଭିବୃଦ୍ଧି ନିମନ୍ତେ ‘ଝୁମ୍‌ ଇଣ୍ଡିଆ’ ତୃତୀୟ ସଂସ୍କରଣ ଆସନ୍ତା ୭ ଓ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଚିତ୍ରାଙ୍କନ, ଅଭିନୟ, ଅନୁକରଣ ଏବଂ ନୃତ୍ୟ, ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ସାରା ଦେଶରୁ ଆବେଦନ କରିଥିବା ୧୮୦୦ରୁ ଊର୍ଦ୍ଧ୍ୱ ପ୍ରତିଭାବାନ ଦିବ୍ୟାଙ୍ଗ ଯୁବତୀଯୁବକମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ମନୋନୀତ କରାଯାଇଛି, ଯେଉଁମାନେ ପ୍ରତିଯୋଗିତାରେ ଭାଗ ନେବେ। ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଏହି ଅବସରରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ସହ ସେମାନଙ୍କ ପ୍ରତିଭାର ଅଭିବୃଦ୍ଧି ନିମନ୍ତେ ଅନୁଷ୍ଠାନ ତରଫରୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଆସନ୍ତା ୮ ତାରିଖ ସନ୍ଧ୍ୟାରେ ଇଷ୍ଟକୋଷ୍ଟ ରେଲୱେ ଅଡିଟୋରିୟମ୍‌ରେ ଦିବ୍ୟାଙ୍ଗମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏହି ଅବସରରେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ସୁନାମ ଅର୍ଜନ କରିଥିବା ଶ୍ରେଷ୍ଠ ୫ ଦିବ୍ୟାଙ୍ଗ ଯୁବତୀଯୁବକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଫାଉଣ୍ଡେଶନ ଜାତୀୟ ମୁଖ୍ୟ କୋମାଲିକା ଚକ୍ରବର୍ତ୍ତୀ, ଅପରେଶନ ହେଡ୍‌ ଲିଲୁ ରାଉତରାୟ, କୋର କମିଟି ମୁଖ୍ୟ ସୂର୍ଯ୍ୟ ମହାନ୍ତି ଏବଂ ଯୁଗ୍ମସମ୍ପାଦକ ଗୁରୁପ୍ରସାଦ ଦାସ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri