୬ ଖଣି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ସାର୍ଟିଫିକେଟ ମାମଲାରେ ଓ୍ବାରେଣ୍ଟ ଜାରି

କେନ୍ଦୁଝର, ୨୩ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିପୁଳ ଖଣିଜ ସମ୍ପଦ ଲୁଟ କରିଥିବା ୩୧ ଖଣିର ୨୩ ଲିଜଧାରୀଙ୍କଠାରୁ ୬୩୫୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାମଧ୍ୟରେ ବର୍ଷାଧିକ ସମୟ ବିତିଲାଣି। କିନ୍ତୁ ସମ୍ପୃକ୍ତ ସବୁ ଖଣି ସଂସ୍ଥାଠାରୁ ମାତ୍ର ୫୨୦ କୋଟି ଟଙ୍କା ଆଦାୟ ହୋଇଛି। ଅବଶିଷ୍ଟ ଜରିମାନା ଅର୍ଥ ପୈଠ କରି ନ ଥିବା ୩୧ ଖଣି ସଂସ୍ଥା ବିରୋଧରେ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ୨୦୧୮ ମେ ୨୪ ତାରିଖରୁ ସାର୍ଟିଫିକେଟ ମାମଲା ଚାଲିଛି। ଶନିବାର ଏହି ମାମଲାର ଶୁଣାଣି ବେଳେ ଜରିମାନା ଦାଖଲ କରି ନ ଥିବା ୬ ଖଣି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଓ୍ବାରେଣ୍ଟ ଜାରି କରାଯାଇଛି। ଏସବୁ ଖଣି ସଂସ୍ଥା ହେଲେ ଏସଡି ଶର୍ମା, ବିପିଏମଇ, ବାସୁଦେବ ଅଗ୍ରଓ୍ବାଲ, ବି.କେ.ମହାନ୍ତି, ବି.ଡି.ପଟ୍ଟନାୟକ ଓ ନାରାୟଣୀ ଆଣ୍ଡ ସନ୍ସ। ଅନ୍ୟ ଖଣି ସଂସ୍ଥାଗୁଡ଼ିକ ଆଗାମୀ ୭ ଦିନ ମଧ୍ୟରେ ଜରିମାନା ପୈଠ ନ କଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ ବୋଲି କୋର୍ଟ ପକ୍ଷରୁ ଆଦେଶ ହୋଇଛି ା
କେନ୍ଦୁଝର ଜିଲାରେ ମହା ଖଣି ଦୁର୍ନୀତି ପଦାକୁ ଆସିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶାହ କମିଶନ ଏହାର ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଭିତ୍ତିରେ ୩୧ ଖଣି ସଂସ୍ଥାରେ ବେଆଇନ କାର୍ଯ୍ୟ ହୋଇଥିବା ଜଣାପଡ଼ିବାରୁ ସୁପ୍ରିମକୋର୍ଟ ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦେଇଥିଲେ। ଜରିମାନା ପୈଠ ନ କଲେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି (ଓପିଡିଆର) ଆକ୍ଟ-୧୯୬୨ ଅନୁଯାୟୀ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୁହାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେତେକ ଖଣି ସଂସ୍ଥା ଆଂଶିକ ଜରିମାନା ପୈଠ କରିଥିବାବେଳେ ଅନ୍ୟ କେତେକ ଆଦୌ ଦେଇ ନ ଥିଲେ। ଏହି ଖିଲାପୀ ଖଣି ସଂସ୍ଥାଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ ମାମଲା ରୁଜୁ କରାଯାଇ ଏହାର ବିଚାର କରାଯାଉଥିଲା। ଉକ୍ତ ମାମଲାରେ ପକ୍ଷ ରଖିବା ସକାଶେ ସମ୍ପୃକ୍ତ ଖଣି ସଂସ୍ଥାକୁ ସୁଯୋଗ ଦିଆଯାଇଥିଲା। ଶନିବାର ସାର୍ଟିଫିକେଟ ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାରୁ ମୋଟ ୧୧ ଖଣି ସଂସ୍ଥାକୁ ହାଜର ହେବା ଲାଗି ନୋଟିସ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଖଣି ସଂସ୍ଥାକୁ ବାଦ୍‌ ଦେଇ ୮ ଖଣି ସଂସ୍ଥା ଜବାବ ଦାଖଲ କରିଥିଲେ। ଅନ୍ୟପକ୍ଷେ ଶାରଦା ଓ ଓଏମଡିସି ଖଣିର ମାମଲା କୋର୍ଟରେ ପେଣ୍ଡିଂ ଥିବାରୁ ଉଭୟଙ୍କୁ ଦେଢ ମାସ ପାଇଁ ସମୟ ଦିଆଯାଇଛି। ଜିଲାପାଳ ଆଶିଷ ଠାକରେ ଏହି ମାମଲାର ଶୁଣାଣି କରି ଆଗାମୀ ଏକମାସ ମଧ୍ୟରେ ଉପରୋକ୍ତ ୬ ଖଣି ସଂସ୍ଥାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପୋଲିସ ଓ ସମ୍ପୃକ୍ତ ଅଞ୍ଚଳର ତହସିଲଦାରଙ୍କୁ ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri