୬୦ ନଂ.ଜାତୀୟ ରାଜପଥରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

ଜଳେଶ୍ୱର, ୭।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ୬୦ନଂ. ଜାତୀୟ ରାଜପଥ ଏକତାଳିଠାରେ ଗୋରୁ ବ୍ୟବସାୟୀଙ୍କୁଠାରୁ ଲୁଟ୍‌ ଘଟଣାରେ ପୋଲିସ ଶୁକ୍ରବାର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଶନିବାର ଜେଏମ୍‌ଏଫସି କୋଟର୍ର୍ରେ ହାଜର କରାଯାଇଛି ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ଉମେଶ ଚନ୍ଦ୍ର ପଣ୍ଡା ଓ ଆଇଆଇସି ପ୍ରଦୀପ କୁମାର ମାଝି ସୂଚନା ଦେଇଛନ୍ତି।
ଭଦ୍ରକ ଜିଲାର ୬ଜଣ ଗୋରୁ ବ୍ୟବସାୟୀ ହାୱଡ଼ା ନିକଟସ୍ଥ ବିସିପୁର ଗୋରୁ ହାଟରେ ଗୋରୁ ବିକ୍ରି କରି ବୋଲେରୋରେ ଫେରୁଥିଲେ। ଜଳେଶ୍ୱର ଥାନା ଏକତାଳିଠାରେ ଏକ ସ୍କୋର୍ପିଓରେ ୬ଜଣ ଓ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ବୋଲେରୋକୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବୋଲେରୋକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ପରେ ଦୁର୍ବୃତ୍ତମାନେ ଏକାଠି ହୋଇ ବ୍ୟବସାୟୀଙ୍କଠାରୁ ୮ଲକ୍ଷ ୮୫ହଜାର ଟଙ୍କା ଲୁଟ୍‌ କରି ନେଇଥିଲେ। ଏନେଇ ଜଳେଶ୍ୱର ଥାନାରେ ମାମଲା (ନଂ. ୩୨୦/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ପୂର୍ବାଞ୍ଚଳ ଆରକ୍ଷୀ ମହାନୀରିକ୍ଷକ ଦିପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲା ଆରକ୍ଷୀ ଅଧୀକ୍ଷକ ବି.ଯୁଗଳ କିଶୋର କୁମାରଙ୍କ ତତ୍ତ୍ୱାବଧାନ ଓ ଡିଏସ୍‌ପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝିଙ୍କୁ ନେଇ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ଲୁଟ୍‌ ଘଟଣାର ୧୦ଦିନ ପରେ ପୋଲିସ ମାଷ୍ଟରମାଇଣ୍ଡ କୁହାଯାଉଥିବା ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନାର କୋଦଣ୍ଡପୁର ଗାଁର ସୁଜିତ ମଲ୍ଲିକ, ରାଜପୁର ଅଞ୍ଚଳ ତିହିଡ଼ିର ମାନସ ଦାସ, ପୁରୁଣା ବଜାର ଥାନା ମିର୍ଜାପୁର ଗାଁର ସୁରେଶ ବେହେରା, ପୁରୁଣାବଜାର ଥାନା କାଜିମହଲା ୨୭ ନଂ ୱାର୍ଡ଼ ବାସିନ୍ଦା ରାଜଉଲ ହକ୍‌, ନାଇକାନଡ଼ିହି ଥାନାର କରଞ୍ଜଡ଼ି ଗାଁର ରତିକାନ୍ତ ତରେଇଙ୍କୁ ଗିରଫ କରିଛି। ଲୁଟ୍‌ ବେଳେ ବ୍ୟବହୃତ ସ୍କୋର୍ପିଓ (ନଂ. ଓଡ଼ି୦୨ଏଏସ୍‌-୮୮୨୫) ଓ ଆପାଚି ବାଇକ୍‌ (ନଂ. ଓଡ଼ି୨୨ପି-୯୨୯୯), ସୁନାଚେନ୍‌ ଓ ମୁଦି ସହିତ ୧ଲକ୍ଷ ୮୩ହଜାର ୫୦୦ଟଙ୍କା ଜବତ କରାଯାଇଛି। ସୁଜିତ୍‌ଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ମାମଲା ରହିଛି। ରାଜଉଲ ଏହି ଲୁଟ୍‌ ଯୋଜନାର ସୂତ୍ରଧର ଥିବା ପୋଲିସ କହିଛି। ଲୁଟ୍‌ ବେଳେ ଗୁଳି ଚଳାଇଥିବା ଯୁବକଙ୍କ ସହ ଅନ୍ୟ ୪ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?