୫ ବଛର ହେଲା ଖଟେ ପଡ଼ିଛନ୍‌ ଲମ୍ବୋଦର

ବିନିକା,୨୦।୩ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା କଲୋନୀ ପଡ଼ାର ଲମ୍ବୋଦର ବାଘ(୪୫)। ସେ ଅନେକ୍‌ ବଛର ହେଲା ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ଅଭାବ ଅନାଟନ ଲାଗି ଉଷୋକଷା କରି ନାଇଁ ପାରୁଥିଲାବେଲେ ଭିନେ ଭିନେ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ସିଂଘିଯୁବା କଲୋନୀ ପଡ଼ାର ଲମ୍ବୋଦର ବାଘ(୪୫)କଁର ପରିବାର କହେଲେ ମାଏକିନା ମନ(୪୨) ଆର ଗୁଟେ ବଲି ଝି’ ପ୍ରଭାସିନୀ(୯)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୪ ଡେସିମିଲ ଘର ଡିହ। ସେଟା ବି ସରକାରୀ। ବଛର କେତେଟା ଆଗରୁ ଲମ୍ବୋଦର କୁଲିମଜୁରି କରି ନିଜର କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ୫ ବଛର ତଲେ ସେ ମଧୁମେହ ରୋଗ୍‌ରେ ପଡ଼ଲେ। ପଛେ ସେ ଟିବି ରୋଗ୍‌ରେ ଆକ୍‌ରଁାତ ହେଲେ। ଏନ୍‌ତାଥି ମାଏକିନା ମନ ଘରର ଖୁରିଗିନା, ଗହନାଗଁାଠି ବିକାଭଂଗା କରି ୨୦ ହଜାର ଟଁକାରେ ଆପ୍‌ନେକେ ବୁର୍ଲା, ସୁବର୍ଣ୍ଣପୁର, ବରଗଡ଼ ଆର ବରପାଲି ଡାକ୍‌ତରଖାନାକେ ନେଇ ଚିକିଛା କରାଲେ। ହେଲେ ଟଁକା ପଏସା ଅଭାବୁ ସେ ଚିକିଛା ପୂରା କରି ନାଇଁପାରିଥିବାର କହିଛନ୍‌। ଇଆଡ଼େ ଚିକିଛା, ପୁଷ୍ଟିକର ଖାଏଦ୍‌ ଅଭାବୁ ଲମ୍ବୋଦର ଦିନୁଦିନ୍‌କେ ଶୁଖି ଦୁରବଲ ହେଇଯାଉଛନ୍‌। ଏନ୍‌ତା ପରିସ୍ଥିତିରେ ମାଏକିନା ମନ ଆର ନାବାଲିକ ଝି’ ପରହର ଖୁରିଗିନା ମାଜି ପରିବାର ଚଲଉଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲ ନ ସାହାଭରସା। ଲମ୍ବୋଦର ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ମନ ଆପ୍‌ନେର ଚିକିଛା ସାହାଯ୍‌ ଆର ଆବାସ ଯୋଜନାରେ ଘର ଖଁଡ଼େ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ରବୀନ୍ଦ୍ର ପଣ୍ଡାକୁଁ ପଚ୍‌ରାଲାରୁ ରୁଗୀକଁର ଘରକେ ଯାଇ ଥିତି ଅନୁଧିଆନ କରାଯିବା। ସେ ହିସାବେ ତାହାକୁ ଚିକିଛା ସାହାଯ୍‌ ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା। ବହୁତ୍‌ ଜଲଦି ରୁଗୀକଁର ଥିତି ଅନୁଧିଆନ୍‌ ଲାଗି ଗୁଟେ ଡାକ୍‌ତରୀଦଲ ଯିବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri