୫% ଜିଡିପି ହାସଲ କଷ୍ଟସାଧ୍ୟ

ନୂଆଦିଲ୍ଲୀ,୧-୨:ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ ହାର ନିମ୍ନଗାମୀ ହେଉଛି। ଏଭଳି ସ୍ଥଳେ ୫% ଜିଡିପି ଅଭିବୃଦ୍ଧି ହାସଲ କରିବା ମଧ୍ୟ କଷ୍ଟକର ହେବ। ଏଥିଲାଗି ୨୦୨୦ରେ ମଧ୍ୟ ଭାରତକୁ ସଂଘର୍ଷ କରିବାକୁ ପଡିବ ବୋଲି ଆମେରିକୀୟ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ବୁଧବାର କହିଛନ୍ତି। ଗତକିଛି ତ୍ରୈମାସ ଧରି ଜିଡିପିରେ ହ୍ରାସ ଧାରା ଲାଗି ରହିଛି। ଏହା ସହ ଋଣ ଯୋଗାଣ ଧାରା ମଧ୍ୟ କମ୍‌ ହେଉଥିବା ନଜରକୁ ଆସିଛି। ଏହାକୁ ଏକ ଚକ୍ରୀୟ ସମସ୍ୟା ଭାବେ ହାଙ୍କେ ଅଭିହିତ କରିଛନ୍ତି। ଆମେରିକାର ଜନ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟରେ ଆପ୍ଲାଏଡ ଇକୋନୋମିକ୍ସ ବିଭାଗରେ ହାଙ୍କେ ବର୍ତ୍ତମାନ ଶିକ୍ଷାଦାନ କରୁଛନ୍ତି।
ସେ କହିଛନ୍ତି ଯେ, ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ନିରନ୍ତରତା ଦେଖାଯାଇ ନାହିଁ। ଗୋଟିଏ ସମୟରେ ଏହା ଅଧିକ ରହିଥିବା ବେଳେ ବର୍ତ୍ତମାନ ଏଥିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଅତି ମାତ୍ରାରେ ପ୍ରଦାନ କରିଥିବା ଋଣ ଏବେ ଅନାଦାୟ ଋଣ(ଏନ୍‌ପିଏ)ରେ ରୂପାନ୍ତରିତ ହୋଇଛି। ଏହା ସହ ଭାରତରେ ମାନ୍ଦାବସ୍ଥା ଋଣ ଯୋଗାଣରେ ଆସିଥିବା ସଙ୍କୁଚିତ ସ୍ଥିତି ସହ ସାମଞ୍ଜସ୍ୟ ରଖୁଛି। ଋଣ ଯୋଗାଣ କମିବା ଏକ ଚକ୍ରୀୟ ସମସ୍ୟା। ଏହା ଢାଞ୍ଚାଗତ ନୁହେଁ। ଏସବୁ ବିଭିନ୍ନ ପ୍ରସଙ୍ଗକୁ ବିଚାର କରିଲେ ଭାରତକୁ ୫% ବିକାଶ ହାର ହାସଲ କରିବାକୁ ହେଲେ ୨୦୨୦ରେ ମଧ୍ୟ ସଂଘର୍ଷ କରିବାକୁ ହେବ ବୋଲି ଏକ ସାକ୍ଷାତ୍‌କାରରେ ସେ ମତ ରଖିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଉଚ୍ଚ ସଂରକ୍ଷଣବାଦୀ ରାଷ୍ଟ୍ର ହୋଇଯାଇଛି। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଙ୍କ ମଧ୍ୟରୁ ଦ୍ରୁତ ଜିଡିପି ବିକାଶ ହେଉଥିବା ରାଷ୍ଟ୍ର ମଧ୍ୟରେ ଏହା ନିଜକୁ ସାମିଲ କରିପାରିଛି। ଏହା ସତ୍ତ୍ୱେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସି ଆସିଛି। ଚାହିଦା କମିବା, ନିବେଶରେ ହ୍ରାସ, ନିଯୁକ୍ତି ସୃଷ୍ଟି ନ ହେବା ଏବଂ ଗ୍ରାମାଞ୍ଚଳ ପରିବାରଗୁଡିକର ରୋଜଗାର କମିବା ଯୋଗୁ ଆର୍ଥତ୍କ ସମସ୍ୟା ଦେଖାଯାଇଥିବା ସେ ମତପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହାଙ୍କେ କାର୍ଯ୍ୟକରିଛନ୍ତି।
ଭାରତର ଅର୍ଥନୈତିକ ସଂସ୍କାର ଉପରେ ସେ ମତ ଦେଇ କହିଛନ୍ତି, ମୋଦି ସରକାର ବୃହତ ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ବିଫଳ ହୋଇଛନ୍ତି। ଦୃଢ ଏବଂ ଆବଶ୍ୟକୀୟ ସଂସ୍କାର ଆଣିବା ଦିଗରେ ସରକାରଙ୍କର ଏତେଟା ଆଗ୍ରହ ନାହିଁ। ଧର୍ମ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ଅସ୍ଥିରତା ସୃଷ୍ଟି ଉପରେ ସରକାର ଏବେ ଫୋକସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଏବେ ବିଶ୍ୱର ସର୍ବବୃହତ୍‌ ପୋଲିସ ରାଷ୍ଟ୍ର ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri