୫% ଜିଡିପି ହାସଲ କଷ୍ଟସାଧ୍ୟ

ନୂଆଦିଲ୍ଲୀ,୧-୨:ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ ବିକାଶ ହାର ନିମ୍ନଗାମୀ ହେଉଛି। ଏଭଳି ସ୍ଥଳେ ୫% ଜିଡିପି ଅଭିବୃଦ୍ଧି ହାସଲ କରିବା ମଧ୍ୟ କଷ୍ଟକର ହେବ। ଏଥିଲାଗି ୨୦୨୦ରେ ମଧ୍ୟ ଭାରତକୁ ସଂଘର୍ଷ କରିବାକୁ ପଡିବ ବୋଲି ଆମେରିକୀୟ ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ବୁଧବାର କହିଛନ୍ତି। ଗତକିଛି ତ୍ରୈମାସ ଧରି ଜିଡିପିରେ ହ୍ରାସ ଧାରା ଲାଗି ରହିଛି। ଏହା ସହ ଋଣ ଯୋଗାଣ ଧାରା ମଧ୍ୟ କମ୍‌ ହେଉଥିବା ନଜରକୁ ଆସିଛି। ଏହାକୁ ଏକ ଚକ୍ରୀୟ ସମସ୍ୟା ଭାବେ ହାଙ୍କେ ଅଭିହିତ କରିଛନ୍ତି। ଆମେରିକାର ଜନ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟରେ ଆପ୍ଲାଏଡ ଇକୋନୋମିକ୍ସ ବିଭାଗରେ ହାଙ୍କେ ବର୍ତ୍ତମାନ ଶିକ୍ଷାଦାନ କରୁଛନ୍ତି।
ସେ କହିଛନ୍ତି ଯେ, ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ନିରନ୍ତରତା ଦେଖାଯାଇ ନାହିଁ। ଗୋଟିଏ ସମୟରେ ଏହା ଅଧିକ ରହିଥିବା ବେଳେ ବର୍ତ୍ତମାନ ଏଥିରେ ପାର୍ଥକ୍ୟ ପରିଲକ୍ଷିତ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଅତି ମାତ୍ରାରେ ପ୍ରଦାନ କରିଥିବା ଋଣ ଏବେ ଅନାଦାୟ ଋଣ(ଏନ୍‌ପିଏ)ରେ ରୂପାନ୍ତରିତ ହୋଇଛି। ଏହା ସହ ଭାରତରେ ମାନ୍ଦାବସ୍ଥା ଋଣ ଯୋଗାଣରେ ଆସିଥିବା ସଙ୍କୁଚିତ ସ୍ଥିତି ସହ ସାମଞ୍ଜସ୍ୟ ରଖୁଛି। ଋଣ ଯୋଗାଣ କମିବା ଏକ ଚକ୍ରୀୟ ସମସ୍ୟା। ଏହା ଢାଞ୍ଚାଗତ ନୁହେଁ। ଏସବୁ ବିଭିନ୍ନ ପ୍ରସଙ୍ଗକୁ ବିଚାର କରିଲେ ଭାରତକୁ ୫% ବିକାଶ ହାର ହାସଲ କରିବାକୁ ହେଲେ ୨୦୨୦ରେ ମଧ୍ୟ ସଂଘର୍ଷ କରିବାକୁ ହେବ ବୋଲି ଏକ ସାକ୍ଷାତ୍‌କାରରେ ସେ ମତ ରଖିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଉଚ୍ଚ ସଂରକ୍ଷଣବାଦୀ ରାଷ୍ଟ୍ର ହୋଇଯାଇଛି। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥନୀତିଙ୍କ ମଧ୍ୟରୁ ଦ୍ରୁତ ଜିଡିପି ବିକାଶ ହେଉଥିବା ରାଷ୍ଟ୍ର ମଧ୍ୟରେ ଏହା ନିଜକୁ ସାମିଲ କରିପାରିଛି। ଏହା ସତ୍ତ୍ୱେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସି ଆସିଛି। ଚାହିଦା କମିବା, ନିବେଶରେ ହ୍ରାସ, ନିଯୁକ୍ତି ସୃଷ୍ଟି ନ ହେବା ଏବଂ ଗ୍ରାମାଞ୍ଚଳ ପରିବାରଗୁଡିକର ରୋଜଗାର କମିବା ଯୋଗୁ ଆର୍ଥତ୍କ ସମସ୍ୟା ଦେଖାଯାଇଥିବା ସେ ମତପ୍ରକାଶ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହାଙ୍କେ କାର୍ଯ୍ୟକରିଛନ୍ତି।
ଭାରତର ଅର୍ଥନୈତିକ ସଂସ୍କାର ଉପରେ ସେ ମତ ଦେଇ କହିଛନ୍ତି, ମୋଦି ସରକାର ବୃହତ ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ବିଫଳ ହୋଇଛନ୍ତି। ଦୃଢ ଏବଂ ଆବଶ୍ୟକୀୟ ସଂସ୍କାର ଆଣିବା ଦିଗରେ ସରକାରଙ୍କର ଏତେଟା ଆଗ୍ରହ ନାହିଁ। ଧର୍ମ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ଅସ୍ଥିରତା ସୃଷ୍ଟି ଉପରେ ସରକାର ଏବେ ଫୋକସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଏବେ ବିଶ୍ୱର ସର୍ବବୃହତ୍‌ ପୋଲିସ ରାଷ୍ଟ୍ର ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଅନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri