Posted inଖେଳ

୫୫ ଖେଳାଳିଙ୍କୁ ଟ୍ରେନିଂ ପାଇଁ ନିର୍ଦ୍ଦେଶ ଦେଲା ଇସିବି

ଲଣ୍ଡନ, ୩୦।୫ (ପି.ଟି.):କୋଭିଡ୍‌-୧୯ ସଂକ୍ରମଣ ପାଇଁ ରୁଦ୍ଧଦ୍ୱାରରେ କ୍ରିକେଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି)। ଏଥିପାଇଁ ବୋର୍ଡ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନ, ଦୁଇ ମୁଖ୍ୟ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ ଓ ଜୋଫ୍ରା ଆର୍ଚରଙ୍କ ସମେତ ୫୫ ଖେଳାଳିଙ୍କୁ ଆଉଟଡୋର ଟ୍ରେନିଂ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି। ଟେଷ୍ଟ କ୍ରିକେଟକୁ ଫୋକସ କରି ଗତ ସପ୍ତାହରେ ୧୮ ବୋଲର ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଥିଲେ। ଇସିବି ପକ୍ଷରୁ ଏଥିରେ ଆଉ ୩୭ ଜଣଙ୍କୁ ମିଶାଇ ଦିଆଯାଇଛି। ତେବେ ଆହେଲକ୍ସ ହେଲ୍ସ, ଲିଆମ ପ୍ଲଙ୍କେଟ ଏବଂ ଜୋ କ୍ଲାର୍କଙ୍କ ପରି ବଡ଼ ଖେଳାଳି ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି। ୟୁକେ ସରକାର ଅନୁମତି ଦେଲେ ଇସିବି ବିନା ଦର୍ଶକରେ କ୍ରିକେଟ ଆରମ୍ଭ କରିବ। ତେଣୁ ଏଥିପାଇଁ ଖେଳାଳିଙ୍କୁ ଟ୍ରେନିଂ ପାଇଁ ପଡ଼ିଆକୁ ଓହ୍ଲାଇବାକୁ କୁହାଯାଇଛି। କାଉଣ୍ଟି ପାର୍ଟନରଙ୍କ ସହିତ ମିଶି ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖାଯାଇ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ କରାଯିବ ବୋଲି ଇସିବି ପକ୍ଷରୁ ପ୍ରକାଶ କରାଯାଇଛି। ଟ୍ରେନିଂ ଆରମ୍ଭ ପାଇଁ ଅନୁମତି ପାଇଥିବା ଅନ୍ୟ ନାମୀ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମୋଇନ ଅଲୀ, ଜନି ବେୟାରଷ୍ଟୋ, ଷ୍ଟୁଆଟ ବ୍ରଡ୍‌, ଜୋସ୍‌ ବଟଲର, ଆଡିଲ ରଶିଦ, ଟମ୍‌ କୁରାନ, ଡାଭିଡ ଓ୍ବିଲି, ସାମ୍‌ ବିଲିଙ୍ଗ୍ସ। ନିର୍ର୍ଦ୍ଦିିଷ୍ଟ ଫର୍ମାଟ ପାଇଁ ଇଂଲଣ୍ଡ ଦଳ ଉଚିତ ସମୟରେ ଘୋଷଣା କରାଯିବ ବୋଲି ଇସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri