୫,୫୦୦ ପେଟ୍ରୋଲ ପମ୍ପ ଖୋଲିବେ ରିଲାଏନ୍ସ-ବିପି

ନୂଆଦିଲ୍ଲୀ,୭-୮: ସାରା ଦେଶରେ ୫,୫୦୦ ପେଟ୍ରୋଲ ପମ୍ପ ଖୋଲିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ବିପି ପିଏଲ୍‌ସି ଚୁକ୍ତିରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ବିପି ପକ୍ଷରୁ ଗ୍ରୁପ୍‌ ଚିଫ୍‌ ଏକଜେକ୍ୟୁଟିଭ ବବ୍‌ ଡଡ୍‌ଲେଙ୍କ ମଧ୍ୟରେ ମଙ୍ଗଳବାର ମୁମ୍ବାଇଠାରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଭାରତ ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏଠାରେ ସମ୍ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଦୁଇ କମ୍ପାନୀ ପକ୍ଷରୁ ସୂଚନା ରହିଛି। ଯାନ ବାହାନ ଲାଗି ଇନ୍ଧନ ଏବଂ ବିମାନ ଇନ୍ଧନ ଉପଲବ୍ଧ କରାଯିବାକୁ ଏହା ଦ୍ୱାରା ଯୋଜନା ଗ୍ରହଣ କରାଯିବ। ଭାରତୀୟ ଗ୍ରାହକଙ୍କୁ ଗୁଣବତ୍ତା ଏବଂ ଅତ୍ୟାଧୁନିକ ସେବା ଯୋଗାଣ ଲକ୍ଷ୍ୟରେ ଦୁଇ କମ୍ପାନୀ ଚୁକ୍ତିରେ ସାମିଲ ହୋଇଛନ୍ତି। ୨୦୧୧ରେ ଦୁଇ ସଂସ୍ଥା ପ୍ରଥମେ ଚୁକ୍ତିରେ ସାମିଲ ହୋଇଥିଲେ। ତେଲ ଏବଂ ମୋବିଲିଟି ବାଣିଜ୍ୟରେ ରହିଥିବା ବିଭିନ୍ନ ବିକଳ୍ପ ସମ୍ପ୍ରସାରଣ ଲାଗି ୨୦୧୭ରେ ଦୁଇ କମ୍ପାନୀ ଯୋଜନା କରିଥିଲେ।
ଚୁକ୍ତି ଅବସରରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଫୁଏଲ ରିଟେଲିଂରେ ଗ୍ଲୋବାଲ ଲିଡର ଭାବେ ପରିଚିତ ବିପି ସହ ଚୁକ୍ତିରେ ସାମିଲ ହୋଇ ଅତ୍ୟନ୍ତ ଖୁସି। ବିପି ସହ ମିଳିତ ହୋଇ ଗ୍ୟାସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ରିଟେଲିଂ ଏବଂ ବିମାନ ଇନ୍ଧନ ଯୋଗାଣକୁ ତ୍ୱରାନ୍ବିତ କରାଯିବାକୁ ଲକ୍ଷ୍ୟ ରହିଛି। ସାରା ଦେଶରେ ଗ୍ରାହକଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଣ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁକେଶ କହିଛନ୍ତି।
ସେହିଭଳି ଗ୍ରୁପ ଚିଫ୍‌ ଏକଜେକ୍ୟୁଟିଭ ବବ୍‌ ଡଡଲେ କହିଛନ୍ତି, ଭାରତ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଇନ୍ଧନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ କାର୍ଯ୍ୟ କରୁଛୁ। ଅଭିବୃଦ୍ଧି ଏବଂ ନୂତନ ସୁଯୋଗକୁ ନଜରରେ ରଖି ଭାରତରେ ବୃହତ୍ତ ସଂଖ୍ୟାରେ ନିବେଶ କରିଛୁ। ରିଲାଏନ୍ସ ସହ ମିଶି ଗ୍ୟାସ କ୍ଷେତ୍ରରେ ଏବେ କାର୍ଯ୍ୟ କରୁଥିବା ବେଳେ ଏହି ଧାରାକୁ ଇନ୍ଧନ ରିଟେଲିଂ ଏବଂ ବିମାନ ଇନ୍ଧନ କ୍ଷେତ୍ରକୁ ସମ୍ପ୍ରସାରଣ କରିବାକୁ ପଦକ୍ଷେପ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ଯୌଥ ଉଦ୍ୟୋଗରେ ରିଲାଏନ୍ସ ନିକଟରେ ୫୧% ଏବଂ ବିପି ନିକଟରେ ୪୯% ଅଂଶଧନ ରହିବ। ୨୦୧୯ ସୁଦ୍ଧା ଚୁକ୍ତି ସଂକ୍ରାନ୍ତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦ ପ୍ରଥମାର୍ଦ୍ଧ ସୁଦ୍ଧା ଟ୍ରାଞ୍ଜାକଶନ ଶେଷ କରିବାକୁ ଯୋଜନା ଧାର୍ଯ୍ୟ ହୋଇଛି। ଆଗାମୀ ୨୦ ବର୍ଷରେ ଭାରତ ବିଶ୍ୱର ସର୍ବବୃହତ୍ତ ଅଭିବୃଦ୍ଧିଶୀଳ ବଜାର ହେବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଦେଶର ପାସେଞ୍ଜର ଯାନ ୬ ଗୁଣା ବୃଦ୍ଧି ଘଟିବ। ବର୍ତ୍ତମାନ ୧୪୦୦ ସାଇଟରେ ରିଲାଏନ୍ସର ଫୁଏଲ ରିଟେଲିଂ ଷ୍ଟେଶନ ରହିଛି। ନୂଆ ଚୁକ୍ତି ଦ୍ୱାରା ଏହାକୁ ୫,୫୦୦କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ଷ୍ଟେଶନଗୁଡିକ ଖୋଲିବ ବୋଲି ସୂଚନା ରହିଛି। ଏହା ମଧ୍ୟରେ ରିଲାଏନ୍ସର ବିମାନ ଇନ୍ଧନ ବାଣିଜ୍ୟକୁ ମଧ୍ୟ ସାମିଲ କରାଯାଇଛି। ଦେଶର ୩୦ ବିମାନ ବନ୍ଦରରେ ରିଲାଏନ୍ସ ବିମାନ ଇନ୍ଧନ ଯୋଗାଣ କରୁଛି। ଏହି ଧାରାକୁ ଦୁଇ କମ୍ପାନୀ ମିଳିତ ହୋଇ ଆହୁରୀ ବୃଢ କରିବା ନେଇ ଆଶାବାଦୀ ଅଛନ୍ତି। ସେହିଭଳି ଜିଓ ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ଡିଜିଟାଲ ଏକ୍ସପେରିଏନ୍ସ ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଉକ୍ତ ନେଟଓ୍ବର୍କରେ କ୍ୟାଷ୍ଟ୍ରଲ ଲୁବ୍ରିକାଣ୍ଟ ମଧ୍ୟ ଉପଲବ୍ଧ ହେବ। ମୋବାଇଲ ଫୁଏଲିଂ ୟୁନିଟ ସମେତ ପ୍ୟାକେଜ ଫୁଏଲ ଏବଂ ଫୁଏଲର ହୋମ ଡେଲିଭରି ମଧ୍ୟ ଲୋକଙ୍କୁ ଦିଆଯିବ। ରିଲାଏନ୍ସର ଜାମନଗର ରିଫାଇନିଂ ଫାସିଲିଟିରୁ ଫୁଏଲ ଯୋଗାଣ ନେଇ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri