୫୦ଦିନ ତାଲାବନ୍ଦ, ମାସେ କୋହଳ

ଲଣ୍ଡନ, ୨୧।୫: କୋଭିଡ୍‌-୧୯ ସଂକ୍ରମଣ ରୋକିବାକୁ ବିଶ୍ୱସ୍ତରରେ ଚାଲିଛି ଗବେଷଣା। ଏନେଇ ନିର୍ଦ୍ଦିଷ୍ଟ କୌଣସି ଔଷଧ ବାହାରି ନ ଥିବାରୁ ସାମାଜିକ ଦୂରତ୍ୱ, ସ୍ବଚ୍ଛତା ବଜାୟକୁ ଗୁରୁତ୍ୱ ଦିଆଯାଉଛି। ଏପରି କି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି। ସାଧାରଣ ଚଳପ୍ରଚଳ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଥିବାରୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌‌ (ତାଲାବନ୍ଦ) ଜରୁରୀ ହୋଇପଡ଼ିଛି। ହେଲେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ମଧ୍ୟ ଅର୍ଥ ବ୍ୟବସ୍ଥା ଉପରେ ବିଶେଷମାତ୍ରାରେ ପଭାବ ପକାଉଛି। ସେଥିପାଇଁ ବ୍ରିଟେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ସେମାନଙ୍କ ମତରେ ଯଦି ପର୍ଯ୍ୟାୟକ୍ରମେ ଅର୍ଥାତ ୫୦ଦିନ ଲକ୍‌ଡାଉନ୍‌ ଏବଂ ଏହାର ପରବର୍ତ୍ତୀ ୩୦ଦିନ କୋହଳ କରାଯିବ, ତେବେ କରୋନା ସଂକ୍ରମଣକୁ ବହୁଳ ମାତ୍ରାରେ ରୋକାଯାଇପାରିବ। ଏପରି କି କରୋନା ଜନିତ ମୃତ୍ୟୁ ମଧ୍ୟ ହ୍ରାସ ପାଇବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଗବେଷକ ରାଜୀବ ଚୌଧୁରୀ ମତ ଦେଇଛନ୍ତି।
କ୍ରମାଗତଭାବେ ଲକ୍‌ଡାଉନ୍‌ ଜାରି ହେବା କାରଣରୁ ବହୁ ଲୋକ ରୋଜଗାର ହରାଇବା ସହ ସାମାଜିକ ଅସନ୍ତୁଳନ ଦେଖାଗଲାଣି। ହେଲେ ଯଦି ଲକ୍‌ଡାଉନ୍‌୍‌କୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବ ତେବେ ତାହା ମଧ୍ୟ ସଂକ୍ରମଣକୁ ବହୁଳମାତ୍ରାରେ ବ୍ୟାପିବାରେ ଖୋରାକ ଯୋଗାଇବ। ତେଣୁ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କରାଗଲେ ସଂକ୍ରମଣ ହ୍ରାସ ପାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଜରୁରୀ, କିନ୍ତୁ ଦୀର୍ଘମିଆଦୀ ସ୍ତରରେ ଏହା ଆବଶ୍ୟକ ପଡ଼ିବ ନାହିଁ। ତେଣୁ ଏହାକୁ ଏବେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ୟୁରୋପିଆନ ଜର୍ନାଲ୍‌ ଅଫ୍‌ ଏପିଡେମିଓଲୋଜିରେ ପ୍ରକାଶ ପାଇଛି। ଗବେଷକଙ୍କ ମତରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପ୍ରକ୍ରିୟା ଲାଗୁ କରିବା ଦ୍ୱାରା ‘ପରୀକ୍ଷା- ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ-ସଙ୍ଗରୋଧ’ ଠିକ୍‌ଭାବେ ପାଳନ କରାଯାଇପାରିବ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଲୁଚାଇ ରଖିବା ଅପେକ୍ଷା ସେମାନଙ୍କୁ ଠାବ କରାଯାଇ ସଙ୍ଗରୋଧରେ ରଖାଯିବା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ। ସାମାଜିକ ଦୂରତ୍ୱ, ସ୍ବଚ୍ଛତା ଅବଲମ୍ବନ, ସନ୍ଦିଗ୍ଧଙ୍କୁ ସଙ୍ଗରୋଧରେ ରଖାଯିବା, ସର୍ବସାଧାରଣ କାର୍ଯ୍ୟକ୍ରମ ବନ୍ଦ ରଖିବା ଏବଂ ସ୍କୁଲକଲେଜ ବନ୍ଦ ରଖିବା ଦ୍ୱାରା ନୂଆ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ। ଏଥିସହିତ ଯଦି ଆମେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ପଦ୍ଧତି ଆପଣାଇବା ତେବେ ତାହା ମଧ୍ୟ ସଂକ୍ରମଣ ରୋକିବାରେ ବହୁମାତ୍ରାରେ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତେବେଳେ କୌଣସି ପ୍ରକାର କଟକଣା କରା ନ ଗଲା, ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକମାତ୍ରାରେ ବୃଦ୍ଧି ପାଇବା ସହ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ବିଶେଷକରି ଭାରତରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଉ ଯଦି ଏହା ଜାରି ରହିଥାନ୍ତା ତେବେ ପ୍ରମୁଖ ସଂକ୍ରମିତ ୧୬ଟି ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୭୮ଲକ୍ଷ ଛୁଇଁଥାନ୍ତା ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବର୍ତ୍ତମାନସ୍ଥିତିରେ ଯାହା ଲକ୍ଷ୍ୟ କରାଯାଉଛି, ଏହିସବୁ ରାଷ୍ଟ୍ରଗୁଡ଼ିକରେ ମହାମାରୀ ଦୁର୍ବଳ ହେବା ପାଇଁ ଅତିକମ୍‌ରେ ୨୦୦ଦିନ ଲାଗିବ। ଏଥିପାଇଁ ପର୍ଯ୍ୟାୟକ୍ରମେ ୫୦ଦିନର ଲକ୍‌ଡାଉନ୍‌ କଟକଣା ସହ ୩୦ଦିନର କୋହଳ କରିବା ପାଇଁ ଗବେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri