୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସାମ୍ନା କରିବେ

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ଲକ୍‌ଡାଉନ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ସାରା ବିଶ୍ୱରେ ପ୍ରାୟ ୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟକୁ ଚାଲିଯିବେ ବୋଲି ଆଶଙ୍କା କରାଯାଇଛି। ସେହିଭଳି ଭାରତରେ ୧.୨ କୋଟି ଲୋକ ଏଭଳି ସମସ୍ୟା ସାମ୍ନା କରିବେ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ୧୨.୨ କୋଟି ଲୋକଙ୍କ ଜୀବିକା ସଙ୍କଟ ସ୍ଥିତିକୁ ଚାଲିଯିବ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ନାମକ ଥିଙ୍କଟ୍ୟାଙ୍କ ପ୍ରକାଶ କରିଛି। ଦିନ ମଜୁରିଆ ଏବଂ କ୍ଷୁଦ୍ର ବାଣିଜ୍ୟଗୁଡିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ। ହକର, ରାସ୍ତାକଡ଼ ଭେଣ୍ଡର, ନିର୍ମାଣ ଶିଳ୍ପଗୁଡିକରେ କାମ କରୁଥିବା ଶ୍ରମିକଙ୍କ ସମେତ ଅନ୍ୟ କ୍ଷେତ୍ରଗୁଡିକର ଶ୍ରମିକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି।
କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ଲୋକଙ୍କ ନିଯୁକ୍ତି ଉପରେ ଗଭୀର ପ୍ରଭାବ ରହିବ। ଲକ୍‌ଡାଉନ ବଢ଼ିବା ଯୋଗୁ ସହରରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବଢିଛି। ଏହା ଯୋଗୁ ଲୋକମାନେ ଅନେକ ସଂଖ୍ୟାରେ ରାସ୍ତାରେ ଚାଲିଥିବା ନଜରକୁ ଆସିଛି। ଲକ୍‌ଡାଉନ ଦ୍ୱାରା ୮୦% ଗ୍ରାମାଞ୍ଚଳ ପରିବାରର ଆୟ କ୍ଷତିଗ୍ରସ୍ତ ହୋଇଛି। ଚଳିତ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ନିମ୍ନ ସ୍ତରକୁ ଖସିଯିବ ବୋଲି ପୂର୍ବାନୁମାନ କରାଯାଇଛି। ମାନ୍ଦାବସ୍ଥା ସହ ଲଡୁଥିବା ଅର୍ଥ ବ୍ୟବସ୍ଥା କରୋନା ଚାପରେ ଆସିବା ଯୋଗୁ ବେହାଲ ହୋଇପଡିଛି। ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ଚାହିଦା ନ ରହିବା ଯୋଗୁ ଏହା ପରଫରମାନ୍ସ ୪ ଦଶନ୍ଧିର ସବୁଠାରୁ ଖରାପ ସ୍ତରରେ ରହିବା ନେଇ ଆକଳନ କରାଯାଇଛି।
କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ମୋଟ ଜିଡିପିର ୧୦% ବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଶ୍ୱ ସ୍ତରର ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। କାରଣ ପ୍ରକୃତ ପକ୍ଷେ ଏହା ୧% ହିଁ ହେବ। ସରକାର ଯେଉଁଭଳି ଭାବେ ବିତ୍ତୀୟ ସହାୟତା ପ୍ରଦାନ କରିବା କଥା ସେଭଳି କିଛି ପ୍ରଦାନ କଲେ ନାହିଁ। ଅର୍ଥ ବ୍ୟବସ୍ଥାକୁ ଯେଉଁ ଭଳି ଭାବେ ସହାୟତା ଲୋଡା ପଡିଥିଲା ତାହା ହେଲା ନାହିଁ। ସେହିଭଳି ଶିଳ୍ପଗୁଡିକର କାର୍ଯ୍ୟକଳାପକୁ ଟ୍ରାକ୍‌କୁ ଆଣିବା ବର୍ତ୍ତମାନ ତ୍ୱରିତ ଭିତ୍ତିରେ ଅସୁବିଧା ହେବ। କାରଣ ଶ୍ରମିକମାନେ ବର୍ତ୍ତମାନ ଘରକୁ ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri