୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସାମ୍ନା କରିବେ

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ଲକ୍‌ଡାଉନ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ସାରା ବିଶ୍ୱରେ ପ୍ରାୟ ୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟକୁ ଚାଲିଯିବେ ବୋଲି ଆଶଙ୍କା କରାଯାଇଛି। ସେହିଭଳି ଭାରତରେ ୧.୨ କୋଟି ଲୋକ ଏଭଳି ସମସ୍ୟା ସାମ୍ନା କରିବେ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ୧୨.୨ କୋଟି ଲୋକଙ୍କ ଜୀବିକା ସଙ୍କଟ ସ୍ଥିତିକୁ ଚାଲିଯିବ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି ନାମକ ଥିଙ୍କଟ୍ୟାଙ୍କ ପ୍ରକାଶ କରିଛି। ଦିନ ମଜୁରିଆ ଏବଂ କ୍ଷୁଦ୍ର ବାଣିଜ୍ୟଗୁଡିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ। ହକର, ରାସ୍ତାକଡ଼ ଭେଣ୍ଡର, ନିର୍ମାଣ ଶିଳ୍ପଗୁଡିକରେ କାମ କରୁଥିବା ଶ୍ରମିକଙ୍କ ସମେତ ଅନ୍ୟ କ୍ଷେତ୍ରଗୁଡିକର ଶ୍ରମିକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି।
କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ଲୋକଙ୍କ ନିଯୁକ୍ତି ଉପରେ ଗଭୀର ପ୍ରଭାବ ରହିବ। ଲକ୍‌ଡାଉନ ବଢ଼ିବା ଯୋଗୁ ସହରରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବଢିଛି। ଏହା ଯୋଗୁ ଲୋକମାନେ ଅନେକ ସଂଖ୍ୟାରେ ରାସ୍ତାରେ ଚାଲିଥିବା ନଜରକୁ ଆସିଛି। ଲକ୍‌ଡାଉନ ଦ୍ୱାରା ୮୦% ଗ୍ରାମାଞ୍ଚଳ ପରିବାରର ଆୟ କ୍ଷତିଗ୍ରସ୍ତ ହୋଇଛି। ଚଳିତ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ସବୁଠାରୁ ନିମ୍ନ ସ୍ତରକୁ ଖସିଯିବ ବୋଲି ପୂର୍ବାନୁମାନ କରାଯାଇଛି। ମାନ୍ଦାବସ୍ଥା ସହ ଲଡୁଥିବା ଅର୍ଥ ବ୍ୟବସ୍ଥା କରୋନା ଚାପରେ ଆସିବା ଯୋଗୁ ବେହାଲ ହୋଇପଡିଛି। ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ଚାହିଦା ନ ରହିବା ଯୋଗୁ ଏହା ପରଫରମାନ୍ସ ୪ ଦଶନ୍ଧିର ସବୁଠାରୁ ଖରାପ ସ୍ତରରେ ରହିବା ନେଇ ଆକଳନ କରାଯାଇଛି।
କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ମୋଟ ଜିଡିପିର ୧୦% ବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଶ୍ୱ ସ୍ତରର ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। କାରଣ ପ୍ରକୃତ ପକ୍ଷେ ଏହା ୧% ହିଁ ହେବ। ସରକାର ଯେଉଁଭଳି ଭାବେ ବିତ୍ତୀୟ ସହାୟତା ପ୍ରଦାନ କରିବା କଥା ସେଭଳି କିଛି ପ୍ରଦାନ କଲେ ନାହିଁ। ଅର୍ଥ ବ୍ୟବସ୍ଥାକୁ ଯେଉଁ ଭଳି ଭାବେ ସହାୟତା ଲୋଡା ପଡିଥିଲା ତାହା ହେଲା ନାହିଁ। ସେହିଭଳି ଶିଳ୍ପଗୁଡିକର କାର୍ଯ୍ୟକଳାପକୁ ଟ୍ରାକ୍‌କୁ ଆଣିବା ବର୍ତ୍ତମାନ ତ୍ୱରିତ ଭିତ୍ତିରେ ଅସୁବିଧା ହେବ। କାରଣ ଶ୍ରମିକମାନେ ବର୍ତ୍ତମାନ ଘରକୁ ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

CNG ଠାରୁ ବି ଶସ୍ତା ହେଲା ପେଟ୍ରୋଲ! ଦିଲ୍ଲୀରେ ଲିଟର ପ୍ରତି ମାତ୍ର ୮୨ଟଙ୍କାରେ ମିଳିଲା…

ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର…

୯୪୨ ଟଙ୍କା ପାର୍‌ ହେଲା ଘରୋଇ ସିଲିଣ୍ଡର, ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ସବସିଡି ପଠାଇବେ ସରକାର?

ନୂଆଦିଲ୍‌ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ…

LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ…

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା…

ସକାଳୁ ସକାଳୁ ବଡ଼ ଝଟ୍‌କା, ମହଙ୍ଗା ହେଲା ଘରୋଇ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୭।୬: ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri