ବରଗଡ଼, ୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ର ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇର ରହୁଥିବା ଚାନ୍ଦିନୀ ଅଗ୍ରୱାଲ (୩୦), ବିହାର ରାଜ୍ୟର ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇରେ ରହୁଥିବା ରାକେଶ କୁମାର ମଣ୍ଡଳ(୩୮), ପଦ୍ମପୁରର ମହମ୍ମଦ ରିଜୱାନ(୨୪) ଏବଂ ସିଦ୍ଧେଶ୍ଵର ପଟ୍ଟନାୟକ (୨୬) । ସେମାନଙ୍କ ପାଖରୁ ନଗଦ ୭ଲକ୍ଷ ଟଙ୍କା ସମେତ ପାସବୁକ, ମୋବାଇଲ, ଲାପଟପ୍ ଆଦି ଜବତ ହୋଇଛି। ଅଭିଯୁକ୍ତମାନେ ପ୍ରାୟ ୭କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଜଣାପଡିଛି ବୋଲି ଖବରଦାତା ସମ୍ମିଳନୀରେ ବରଗଡ଼ ଏସପି ପି. ଏସ୍ ମୀନା ସୂଚନା ଦେଇଛନ୍ତି।