୪ ଦିନ ଭିତରେ ସଂଶୋଧିତ ଏନ୍‌ପିଏ ସର୍କୁଲାର

ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର ଜାରି କରିବ। ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆର୍‌ବିଆଇର ୨୦୧୮ ଫେବୃୟାରୀ ୧୨ ସର୍କୁଲାର ସୁପ୍ରିମକୋର୍ଟରେ ଚଳିତ ବର୍ଷ ଏପ୍ରିଲ ୨ରେ ରଦ୍ଦ ହୋଇସାରିଛି। ୨୦୦୦ କୋଟି ଟଙ୍କା ଅଥବା ତଦୂର୍ଦ୍ଧ୍ୱ ଟଙ୍କାର ଫସି ଯାଇଥିବା ଋଣ ଓ ଏହାର ସମାଧାନ ଲାଗି ଆର୍‌ବିଆଇ ପକ୍ଷରୁ ପୂର୍ବରୁ ଏକ ସର୍କୁଲାର ଜାରି କରାଯାଇଥିଲା। ଏଥିରେ କୌଣସି ଫସିଥିବା ଋଣର ୧୮୦ ଦିନ ଭିତରେ ସମାଧାନ ନ ହେଲେ ବ୍ୟାଙ୍କ ଏହାକୁ ଦେବାଳିଆ ପ୍ରକ୍ରିୟା ପାଇଁ ଏନ୍‌ସିଏଲ୍‌ଟିଙ୍କ ନିକଟକୁ ପଠାଇବାକୁ ବାଧ୍ୟ ରହିବେ। ନୂଆ ସର୍କୁଲାର ଆସିବା ପରେ ଭିତ୍ତିଭୂମି, ଶକ୍ତି, ଲୁହା, ଷ୍ଟିଲ୍‌ ଏବଂ ଟେକ୍ସଟାଇଲ ସେକ୍ଟରକୁ ଆଶ୍ୱସ୍ତି ମିଳିବ। ସବୁଠାରୁ ଅଧିକ ଏନ୍‌ପିଏ ଏହି ସେକ୍ଟରରେ ରହିଛି। ୨୦୧୮ ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟ ଆର୍‌ବିଆଇ ସର୍କୁଲାର ଉପରେ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଏନ୍‌ପିଏ ସର୍କୁଲାରକୁ ନେଇ ପୂର୍ବତନ ଗଭର୍ନର ଉର୍ଜିତ ପଟେଲ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri