Posted inଜାତୀୟ

୪୧ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଗଠିତ ହୋଇଛି ୪୦ ମେଣ୍ଟ ସରକାର: ହାରାହାରି କାର୍ଯ୍ୟକାଳ ୨୬ ମାସ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ରାଜ୍ୟରେ ଗତ ୪୧ ବର୍ଷ ମଧ୍ୟରେ ୧୯୭୭ଠାରୁ ୪୦ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏସବୁ ସରକାରଙ୍କ ହାରାହାରି କାର୍ଯ୍ୟକାଳ ୨୬ ମାସ ରହିଥିବା ନିର୍ବାଚନ କମିଶନଙ୍କ ରେକର୍ଡରୁ ଜଣାପଡ଼ିଛି। ୧୯୭୭ଠାରୁ ୨୦୧୮ ମଧ୍ୟରେ ବିଭିନ୍ନ ରାଜ୍ୟରେ ୧୩୮ ସରକାର ଗଠନ ହୋଇଛି। ସେଥିମଧ୍ୟରୁ ୪୦ଟି ମେଣ୍ଟ ସରକାର ରହିଛି। ସେହିପରି କେନ୍ଦ୍ରରେ ୧୯୮୯ପରଠାରୁ ଲଗାତାର ମେଣ୍ଟ ସରକାର ଗଠନ ହେବାରେ ଲାଗିଛି। ଭାରତରେ ଡ. ରାମନୋହର ଲୋହିଆଙ୍କୁ ମେଣ୍ଟ ସରକାର ଗଠନର ଜନକ ବୋଲି କୁହାଯାଇଥାଏ। ୧୯୬୨ ନିର୍ବାଚନ ପରେ ଲୋହିଆ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ କରିବା ଆରମ୍ଭ କରିଥିଲେ। ମେଣ୍ଟ ସରକାର ସ୍ଥଳ ବିଶେଷରେ ସ୍ଥାୟୀ ନ ଥିଲେ ମଧ୍ୟ ଏସବୁ ସରକାର ସମୟରେ ବହୁ ଲୋକାଭିମୁଖୀ ଯୋଜନାର ପ୍ରଣୟନ ହୋଇଥିବା ନଜିର ରହିଛି। କେନ୍ଦ୍ରରେ ପ୍ରଥମେ ୧୯୭୭ରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ଦଳ ପକ୍ଷରୁ ମେଣ୍ଟ ସରକାର ଗଠନ ହୋଇଥିଲା। ଏଥିରେ ୧୩ଟି ରାଜନୈତିକ ଦଳ ସାମିଲ୍‌ ଥିଲେ। ଅପରପକ୍ଷରେ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୯୬୭ ମାର୍ଚ୍ଚ ୧୫ରେ ପ୍ରଥମ ମେଣ୍ଟ ସରକାର ଗଠନ ହୋଇଥିଲା। ତେବେ ଆନ୍ଧ୍ରପ୍ରଦେଶରେ ୧୯୫୩ରେ ପ୍ରଥମ ମେଣ୍ଟ ସରକାର ଗଠନ ହୋଇଥିବା କେତେକ କୁହନ୍ତି। ସେହିପରି ୧୯୫୭ରେ ଓଡ଼ିଶାରେ ମଧ୍ୟ ମେଣ୍ଟ ସରକାର ଗଠନ ହୋଇଥିଲା। ତେବେ ଏହା ଧାର୍ଯ୍ୟ ସମୟ ପୂର୍ବରୁ ୧୯୬୧ରେ ଭଙ୍ଗ ହୋଇଥିଲା। ମେଣ୍ଟ ସରକାର ଗଠନରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ କେରଳ ଅଧିକ ସଫଳ ରହିଥିବା ନିର୍ବାଚନ କମିଶନଙ୍କ ରେକର୍ଡରୁ ଜଣାପଡ଼ିଛି। ପିଡ଼ିପି ଏବଂ ଭାଜପା ପରସ୍ପର ବିରୋଧୀ ରାଜନୈତିକ ଦଳ ପକ୍ଷରୁ ୨୦୧୫ରେ ଜମ୍ମୁ-କଶ୍ମୀରରେ ମେଣ୍ଟ ସରକାର ଗଠନ କରାଯାଇଥିଲା। ମାତ୍ର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦେଇ ଦୁଇ ଦଳ ମଧ୍ୟରେ ଫାଟ ହେବା ଦ୍ୱାରା ସରକାରର ପତନ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri