୪୦ ବଛର ହେଲା ଝୁପଡ଼ି ଘରେ ବିତୁଛେ ଜୀବନଆବାସ ଯୋଜନାରୁ ବଁଚିତ୍‌ ୧୨ ପରିବାର

ଅତାବିରା, ୨୯।୪ (ଡି.ଏନ୍‌.ଏ.) :  କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖିକୁ ପକା ଘର ଯୁଗେଇ ଦେବାର ଲାଗି ଭିନେ ଭିନେ ଯୋଜନା କରି ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ବହୁତ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଉଥିବାର ଦେଖବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ଟାମ୍ପରସରା ପଁଚେତ୍‌ ଅଏଁଲାପାଲି ଝୁପଡ଼ିପଡ଼ାରେ।
ସୂଚନା ହିସାବେ ଟାମ୍ପରସରା ଆର ଅଏଁଲାପାଲିର ମଝିରେ ରହିଛେ ଝୁପଡ଼ିପଡ଼ା। ରାସ୍‌ତାର ଦୁଇଫାଲେ ଝୁପଡ଼ିପଡ଼ାରେ ୧୨ ଗରିବ୍‌ ପରିବାର ପାଖାପାଖି ୬୦ ଲୋକ୍‌ ବାସ୍‌ କରୁଛନ୍‌। ଇ ପରିବାରମାନେ ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌କେ ପାଖାପାଖି ୪୦ ବଛର ହେଲା ସଭେ ନଡ଼ାଛପରର କୁରିଆଟେ ଲେଖେଁ କରି ରହୁଛନ୍‌। ପଡ଼ାର ସବୁ ପରିବାର ଭୂମିହୀନ ଆଏ। ହେଲେ ଇମାନେ ସରକାରକଁର ତରଫୁ ଭୂମିହୀନମାନକୁ ମିଲୁଥିବାର ୪ ଡିସିମିଲ ଘରଡିହ ପାଏବାରୁ ବି ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପଡ଼ାରେ ବଛରକୁତା ପାଏନ୍‌ ସମସିଆ ଲାଗି ରହୁଥିଲାବେଲେ ଖରାଦିନେ ସେ ଦୁଖ୍‌ ଦୁଇଗୁନା ହେଇଯାଉଛେ। ପଡ଼ାର ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା ରହିଛେ, ହେଲେ ସେଥ୍‌ରୁ ଦୂଷିତ୍‌ ପାଏନ୍‌ ବାହାରୁଛେ। ଉପେ ଶୂଇନ୍‌ ହେଇ ପଡ଼ାବାସୀ ସେ ଦୂଷିତ୍‌ ପାଏନ୍‌କେ ବେଭାର କରୁଛନ୍‌। ପଡ଼ାବାସୀ ପିଇଲା ପାଏନ୍‌ ଆର ଆବାସ ଘର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ହେଲେ ଦୁଖର କଥା ଇ ପଡ଼ା ଉପରେ ଆଏଜ୍‌ତକ କେହେନ୍‌ସି ପରଶାସନିକ ଅଧ୍‌କାରୀକଁର ଦୁରୁଷ୍‌ଟି ନାଇଁପଡ଼ି। ଇନ୍ଦ୍ରଜିତ ଭୋଇ, ସଂସାର ଭୋଇ, ଶ୍ରୀରାମ ଭୋଇ, ସୁବାଷ ଭୋଇ, ଅକ୍ଷୟ ଭୋଇ, ନାନବଟିଆ ଲୁହା, ରାଜକୁମାର ଭୋଇ, ସୀତାରାମ ଭୋଇ, ଦେବେନ୍ଦ୍ର ଭୋଇ, ମହନ ସିକ୍‌ଦାର, ଜଗବନ୍ଧୁ ସିକ୍‌ଦାର ଏନ୍‌ଥେଇ ମୋଟ ୧୨ଟା ପରିବାର ଦୁଖେସୁଖେ ଝୁପଡ଼ିପଡ଼ାରେ ରହିଆସୁଛନ୍‌। ଇ ବାବ୍‌ଦେ ଟାମ୍ପରସରା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଅନିରୁଦ୍ଧ ସାଗରିଆକୁଁ ପଚରାଲାରୁ ପଡ଼ାକେ ଯାଇ ତଦଁତ୍‌ କରି ପରିବାରମାନକୁ ଆବାସ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଯଦି ଝୁପଡ଼ିପଡ଼ାବାସୀ ଆବାସ ଘର ପାଏବାରୁ ବଁଚିତ୍‌ ହେଇଛନ୍‌, ଘଟନାର ତଦଁତ୍‌ କରି ଆବାସ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ...

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍‌ ‘ଏ’ ମାନ୍ୟତା

ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍‌ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ...

ରୋଷେଇ ଛାଡି ଫୋନ୍‌ରେ ଅଧିକ କଥା ହେବାରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଜମନକିରା,୨୭ା୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ରୋଷେଇ ଛାଡ଼ି ମୋବାଇଲ ଫୋନ୍‌ରେ କଥା ହେଉଥିଲେ ସ୍ତ୍ରୀା ରୋଷେଇ କରିବାକୁ କହିବାରୁ ନ ଶୁଣି ଫୋନ୍‌ରେ ଗପିଚାଲିଥିଲେ। ଏଥିରେ ରାଗି...

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫...

ପୁଣି ବ୍ରାଉନସୁଗାର ଜବତ: ୩ ମହିଳାଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁରରେ ମଙ୍ଗଳବାର ପୁଣି ଜବତ ହୋଇଛି ବ୍ରାଉନସୁଗାର। ପୋଲିସ ସୁନାପାଲିର ମହମ୍ମଦ ସୋହେଲ ଓ ମହମ୍ମଦ ନୁମାଲଙ୍କ ଅଟକ ରଖି ପଚରାଉଚରା କରୁଛି।...

ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ

ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri