୪୦ ବଛର ହେଲା ଝୁପଡ଼ି ଘରେ ବିତୁଛେ ଜୀବନଆବାସ ଯୋଜନାରୁ ବଁଚିତ୍‌ ୧୨ ପରିବାର

ଅତାବିରା, ୨୯।୪ (ଡି.ଏନ୍‌.ଏ.) :  କେନ୍ଦ୍ର ଆର ରାଏଜ ସରକାର ଗରିବ୍‌ ଦୁଖିକୁ ପକା ଘର ଯୁଗେଇ ଦେବାର ଲାଗି ଭିନେ ଭିନେ ଯୋଜନା କରି ଫିବଛର କୋଟି କୋଟି ଟଁକା ସାରୁଛନ୍‌। ହେଲେ ବହୁତ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଉଥିବାର ଦେଖବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ଟାମ୍ପରସରା ପଁଚେତ୍‌ ଅଏଁଲାପାଲି ଝୁପଡ଼ିପଡ଼ାରେ।
ସୂଚନା ହିସାବେ ଟାମ୍ପରସରା ଆର ଅଏଁଲାପାଲିର ମଝିରେ ରହିଛେ ଝୁପଡ଼ିପଡ଼ା। ରାସ୍‌ତାର ଦୁଇଫାଲେ ଝୁପଡ଼ିପଡ଼ାରେ ୧୨ ଗରିବ୍‌ ପରିବାର ପାଖାପାଖି ୬୦ ଲୋକ୍‌ ବାସ୍‌ କରୁଛନ୍‌। ଇ ପରିବାରମାନେ ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌କେ ପାଖାପାଖି ୪୦ ବଛର ହେଲା ସଭେ ନଡ଼ାଛପରର କୁରିଆଟେ ଲେଖେଁ କରି ରହୁଛନ୍‌। ପଡ଼ାର ସବୁ ପରିବାର ଭୂମିହୀନ ଆଏ। ହେଲେ ଇମାନେ ସରକାରକଁର ତରଫୁ ଭୂମିହୀନମାନକୁ ମିଲୁଥିବାର ୪ ଡିସିମିଲ ଘରଡିହ ପାଏବାରୁ ବି ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପଡ଼ାରେ ବଛରକୁତା ପାଏନ୍‌ ସମସିଆ ଲାଗି ରହୁଥିଲାବେଲେ ଖରାଦିନେ ସେ ଦୁଖ୍‌ ଦୁଇଗୁନା ହେଇଯାଉଛେ। ପଡ଼ାର ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା ରହିଛେ, ହେଲେ ସେଥ୍‌ରୁ ଦୂଷିତ୍‌ ପାଏନ୍‌ ବାହାରୁଛେ। ଉପେ ଶୂଇନ୍‌ ହେଇ ପଡ଼ାବାସୀ ସେ ଦୂଷିତ୍‌ ପାଏନ୍‌କେ ବେଭାର କରୁଛନ୍‌। ପଡ଼ାବାସୀ ପିଇଲା ପାଏନ୍‌ ଆର ଆବାସ ଘର ଲାଗି ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ହେଲେ ଦୁଖର କଥା ଇ ପଡ଼ା ଉପରେ ଆଏଜ୍‌ତକ କେହେନ୍‌ସି ପରଶାସନିକ ଅଧ୍‌କାରୀକଁର ଦୁରୁଷ୍‌ଟି ନାଇଁପଡ଼ି। ଇନ୍ଦ୍ରଜିତ ଭୋଇ, ସଂସାର ଭୋଇ, ଶ୍ରୀରାମ ଭୋଇ, ସୁବାଷ ଭୋଇ, ଅକ୍ଷୟ ଭୋଇ, ନାନବଟିଆ ଲୁହା, ରାଜକୁମାର ଭୋଇ, ସୀତାରାମ ଭୋଇ, ଦେବେନ୍ଦ୍ର ଭୋଇ, ମହନ ସିକ୍‌ଦାର, ଜଗବନ୍ଧୁ ସିକ୍‌ଦାର ଏନ୍‌ଥେଇ ମୋଟ ୧୨ଟା ପରିବାର ଦୁଖେସୁଖେ ଝୁପଡ଼ିପଡ଼ାରେ ରହିଆସୁଛନ୍‌। ଇ ବାବ୍‌ଦେ ଟାମ୍ପରସରା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଅନିରୁଦ୍ଧ ସାଗରିଆକୁଁ ପଚରାଲାରୁ ପଡ଼ାକେ ଯାଇ ତଦଁତ୍‌ କରି ପରିବାରମାନକୁ ଆବାସ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଯଦି ଝୁପଡ଼ିପଡ଼ାବାସୀ ଆବାସ ଘର ପାଏବାରୁ ବଁଚିତ୍‌ ହେଇଛନ୍‌, ଘଟନାର ତଦଁତ୍‌ କରି ଆବାସ ଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri