୪୦ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି

ଆସିକା,୨୮ା୮(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମର ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ନିଖୋଜ ଥିବା ବେଳେ ମଙ୍ଗଳବାର ଘରକୁ ଫେରିଛନ୍ତି। ସେ ହେଲେ କାଶୀନାଥ ନାୟକ ଓରଫ ବଙ୍ଗାଳି (୬୦)। ବଙ୍ଗାଳିଙ୍କୁ ଯେତବେଳେ ୨୦ ବର୍ଷ ହୋଇଥିଲା ସେତେବେଳେ ସେ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ରାଜସ୍ଥାନର ବିକାନିରସ୍ଥିତ ଏକ ବୃଦ୍ଧାଶ୍ରମର ପରିଚାଳକ ଜ୍ଞାନ ସିଂ ମଙ୍ଗଳବାର ବଙ୍ଗାଳିଙ୍କୁ ସାଙ୍ଗ ନେଇ ଆସିକାରେ ପହଞ୍ଚିଥିଲେ। ଆସିକା ଥାନାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ବଙ୍ଗାଳିଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭାଇ ପଙ୍କଜ ଓ ଭଉଣୀ ଉର୍ମିଳା, ଭିଣୋଇ ରାଜନଙ୍କ ସମେତ ପଡୋଶୀ ଧୋବା ନାୟକ, ବୃନ୍ଦାବନ ନାୟକ, ଗୌରାଙ୍ଗ ନାୟକ, ସନିଆ ନାୟକ ପ୍ରମୁଖ ବଙ୍ଗାଳିଙ୍କୁ ନେବାକୁ ଆସିଥିଲେ। ବୃଦ୍ଧାଶ୍ରମର ମ୍ୟାନେଜର ସିଂ କହିଛନ୍ତି, ଗତ ୬-୭ବର୍ଷ ପୂର୍ବେ ରାଜସ୍ଥାନର ଭରତପୁର ସହରର ରାସ୍ତାକଡରୁ ବଙ୍ଗାଳିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ବୃଦ୍ଧାଶ୍ରମରେ ରଖି ଚିକିତ୍ସା ଓ ସେବା ଶୁଶ୍ରୂଷା କରାଯାଇଥିଲା। ବଙ୍ଗାଳି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବାରୁ ଗତ ୧୮ ତାରିଖରେ ମ୍ୟାନେଜର ସିଂ ତାଙ୍କ ପରିଚୟ ଜାଣିବାକୁ ଚାହିଁଥିଲେ। ଆସିକା ନିକଟ ଦେବଭୂମିରେ ନିଜ ଘର ବୋଲି ବଙ୍ଗାଳି କହିଥିଲେ। ପରେ ବୃଦ୍ଧାଶ୍ରମ ପକ୍ଷରୁ ଆସିକା ଥାନା ପୋଲିସ ସହ ଯୋଗାଯୋଗ କରାଯିବାରୁ ପରିଚୟ ସ୍ପଷ୍ଟ ହେବା ପରେ ବୃଦ୍ଧାଶ୍ରମ ପରିଚାଳକ ବଙ୍ଗାଳିଙ୍କୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଅତ୍ୟନ୍ତ ଗରିବ ପରିବାରର ବଙ୍ଗାଳିଙ୍କ ଭରଣପୋଷଣ ନିମନ୍ତେ ସହୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri