୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ। ୫ ଜଣ ବିଚାରପତି ମାମଲାଗୁଡିକର ଶୁଣାଣି କରିବେ। ଜଣକିଆ ଖଣ୍ଡପୀଠରେ ସମସ୍ତ ଶୁଣାଣି ହେବ। ତେବେ ସମସ୍ତ ଶୁଣାଣି ଭିଡିଓ କନ୍‌ଫରେନ୍‌ନ୍ସିଂ ଜରିଆରେ କରାଯିବ। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ପୁରୁଣା କୋଠାର ୧ନମ୍ବର କୋର୍ଟରେ, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ହାଇକୋର୍ଟ ବାର ଆସୋସିଏଶନର କନ୍‌ଭେନ୍‌ସନ ହଲରେ, ଜଷ୍ଟିସ ପ୍ରମଥ ପଟ୍ଟନାୟକ ପୁରୁଣା କୋଠାର ୨ନମ୍ବର କୋର୍ଟରେ, ଜଷ୍ଟିସ କୃଷ୍ଣରାମ ମହାପାତ୍ର ନୂଆକୋଠାର ୨୪ ନମ୍ବର କୋର୍ଟରେ, ଜଷ୍ଟିସ୍‌ ଅକ୍ଷୟ କୁମାର ମିଶ୍ର ନୂଆକୋଠାର ୨୫ନମ୍ବର କୋର୍ଟରେ ମାମଲାର ଶୁଣାଣି କରିବେ। ତେବେ ନୂତନ ଜାମିନ ଆପ୍ଲିକେସନର ମେନସନ ମେମୋ ଫାଇଲ ନ କରିବାକୁ ହାଇକୋର୍ଟ ପକ୍ଷରୁ ଆଇନଜୀବୀମାନଙ୍କୁ ନିବେଦନ କରାଯାଇଛି। ବୈଷୟିକ ତ୍ରୁଟି ପାଇଁ ସ୍କାନ କପି ବା ମେମୋର ଫଟୋ କପି ମେଲ୍‌ରେ ଆଟାଚ ନ କରିବା ପାଇଁ କୁହାଯାଇଛି। କେବଳ ଜରୁରୀ ମାମଲାର ନମ୍ବରକୁ ମେଲ୍‌ରେ ଆଟାଚ କରାଯିବ। ଆଇନଜୀବୀ କୌଣସି କାରଣରୁ ଅନୁପସ୍ଥିତ ରହିଲେ ସେମାନଙ୍କ ବିରୋଧରେ କୌଣସି ଅସୁବିଧାର ସମୁଖୀନ ହେବା ଭଳି ଅର୍ଡର ଦିଆଯିବ ନାହିଁ। ତେବେ ପ୍ରତିଧ୍ୱନିକୁ ଏଡାଇବା ପାଇଁ ଭିଡିଓ କନଫରେନ୍ସିଂରେ ଶୁଣାଣି ବେଳେ ଜଣେ ମାତ୍ର ଯୁକ୍ତି ଉପସ୍ଥାପନ କରିପାରିବେ। ସେହିଭଳି ଭିଡିଓ କନଫରେନ୍ସିଂରେ ବିଚାରପତି ଓ ଆଇନଜୀବୀଙ୍କ ମଧ୍ୟରେ ବାର୍ତ୍ତାଳପ ବେଳେ ନୀରବତା ଅବଲମ୍ବନ କରିବାକୁ ହାଇକୋର୍ଟ ନିବେଦନ କରିଛନ୍ତି। କୋର୍ଟ ରୁମ୍‌ରେ ସାମାଜିକ ଦୂରତା ରକ୍ଷା କରିବା ଏବଂ କରିଡରକୁ ଗହଳିମୁକ୍ତ କରିବାକୁ ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର ଜୁଡିସିଆଲ ଏସ.କେ.ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri