୩.୩୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ,୫-୨: ବଜେଟ ଘୋଷଣା ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ରେକର୍ଡ ପରିମାଣର ହ୍ରାସ ହୋଇଥିଲା। ମଙ୍ଗଳବାର ଶେୟାର କାରବାର ଉନ୍ନତ ହେବା ସହ ଷ୍ଟକ ବଜାର ସୂଚକାଙ୍କ ୯୧୭ ପଏଣ୍ଟ ବଢିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୩୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୯୧୭.୦୭ ପଏଣ୍ଟ ବା ୨.୩୦% ବଢିବା ସହ କାରବାର ୪୦,୭୮୯.୩୮ ସ୍ତର ଛୁଇଁଛି। ଦିନ ମଧ୍ୟରେ ସେନସେକ୍ସ ୪୦,୮୧୮.୯୪ ପଏଣ୍ଟ ଛୁଇଁବାକୁ ସକ୍ଷମ ହୋଇଥିଲା। ସୋମବାର ଦିନ ସେନସେକ୍ସର ସୂଚକାଙ୍କ ୧୩୬.୭୮ ଏପଣ୍ଟ ବଢିଥିବା ନଜରକୁ ଆସିଥିଲା। କାରବାର ଉନ୍ନତ ହେବା ଯୋଗୁ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୩,୫୭,୦୪୪ କୋଟି ବଢି ୧,୫୬,୬୧,୭୬୯.୪୦ କୋଟି ରହିଛି। ବଜେଟ ଘୋଷଣା ହେବା ପରେ ସେନସେକ୍ସ ୯୮୭.୯୬ ପଏଣ୍ଟ ବା ୨.୪୩% ଖସିବା ସହ କାରବାର ୩୯,୭୩୫.୫୩ ସ୍ତରକୁ ଖସି ଆସିଥିଲା।
ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିବା ଯୋଗୁ ଏହାର ପ୍ରଭାବ ପରିଲକ୍ଷିତ ଆସିଛି। ଦେଶର ଦୀର୍ଘ ମିଆଦି ଅଭିବୃଦ୍ଧିକୁ ସୁହାଇବା ଭଳି ପଦକ୍ଷେପ ବଜେଟରେ ରହିଥିବା ଜାଣି ନିବେଶକ ନିବେଶ ନେଇ ପୁଣି ଥରେ ମନ ବଳାଇଛନ୍ତି ବୋଲି ସାମକୋ ସିକ୍ୟୁରିଟିର ରିସର୍ଚ୍ଚ ମୁଖ୍ୟ ଉମେଶ ମେହେଟା କହିଛନ୍ତି। ଜାନୁୟାରୀରେ ଅଟୋମୋବାଇଲ ଶିଳ୍ପରେ ବିକ୍ରି ଧାରା ଏତେଟା ପ୍ରଭାବିତ ହୋଇନାହିଁ। ଏହା ସ୍ବାଭାବିକ ରହିଥିବା ବେଳେ କୌଣସି ନକାରାତ୍ମକ ଖବର ସାମ୍ନାକୁ ଆସିନାହିଁ। ଏଭଳି ବିଭିନ୍ନ କାରଣ ଲାଗି ହଠାତ ପ୍ରଭାବ ବଜାର ଉପରେ ଦେଖାଯାଇଥିବା ମେହେଟା ସୂଚନା ଦେଇଛନ୍ତି। ରେଲିଗାରେ ବ୍ରୋକିଙ୍ଗର ରିସର୍ଚ୍ଚ ଉପସଭାପତି ଅଜିତ ମିଶ୍ର କହିଛନ୍ତି, ବିଶ୍ୱ ବଜାରରେ ତୈଳ ଦର ହ୍ରାସ ହେବା ଏବଂ ବଜାର ସ୍ଥିତି ଉନ୍ନତ ହେବା ଯୋଗୁ ଏହାର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ସେନସେକ୍ସର ୩୦ ଶେୟାର ମଧ୍ୟରୁ ୨୮ ବଡ କମ୍ପାନୀର କାରବାର ଉନ୍ନତ ସ୍ଥିତିରେ ରହି ବନ୍ଦ ହୋଇଛି। ଏହି କମ୍ପାନୀଗୁଡିକ ମଧ୍ୟରେ ଟାଇଟାନ, ଆଇଟିସି, ଏଚ୍‌ଡିଏଫ୍‌ସି ଏବଂ ବଜାଜ ଫାଇନାନ୍ସ ଭଳି କମ୍ପାନୀ ସାମିଲ ରହିଛନ୍ତି। ପ୍ରାୟ ୧୬୧୮ର କାରବାର ଅତି ଭଲ, ୮୫୫ ମନ୍ଥର ଏବଂ ୧୮୧ର କାରବାର ଅପରିବର୍ତ୍ତିତ ରହିଛି। ବିଏସ୍‌ଇର ମିଡକ୍ୟାପ ସୂଚୀ ୧.୩୭% ଏବଂ ସ୍ମଲ କ୍ୟାପ ସୂଚୀ ୧.୨୯% ବଢିଛି। ପୁଞ୍ଜି ବଜାର ସୂଚକାଙ୍କ ବଢିବାରେ ବିଶ୍ୱ ବଜାରର ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ରିଲାଏନ୍ସ ରିଟେଲର ବରିଷ୍ଟ ରିସର୍ଚ୍ଚ ଆନାଲିଷ୍ଟ ବିକାଶ ଜୈନ ସୂଚନା ଦେଇଛନ୍ତି। ଏହି ସମୟରେ ସାଂଘାଇ, ହଂକଂ, ଟୋକିଓ ଏବଂ ସିଓଲ ସମେତ ୟୁରୋପର ପୁଞ୍ଜି ବଜାର କାରବାର ଉନ୍ନତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri