୩ ମାସର ପୁଅକୁ ଧରି ଡ୍ୟୁଟି

ଝାରସୁଗୁଡା ଅଫିସ,୨୨ା୪- କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। କରୋନା ବିରୁଧରେ ହେଉଥିବା ଲଢ଼େଇରେ ସମଗ୍ର ଦେଶବାସୀଙ୍କୁ ସହଯୋଗ କରିବାକୁ ଆହ୍ବାନ ମଧ୍ୟ କରାଯାଉଛି। ସେହିପରି ଏହି ଲଢ଼େଇରେ ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ସମେତ ବିଭିନ୍ନ ବିଭାଗ ମିଳିତ ଭାବେ ସାମିଲ ହୋଇଛନ୍ତି। ଲଢ଼େଇରେ ସାମିଲ ପ୍ରତ୍ୟେକଙ୍କୁ ଯୋଦ୍ଧା ଭାବେ ସରକାର ବିବେଚିତ କରିଛନ୍ତି। ଏହି ଲଢ଼େଇରେ ଦେଶ ତଥା ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ଆଗରେ ରଖି ନିଜ ବ୍ୟକ୍ତିଗତ ଅସୁବିଧାକୁ ପଛରେ ପକାଇଛନ୍ତି ଜଣେ ମହିଳା। ନିଜର କାର୍ଯ୍ୟ ଲାଗି ସେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏହି ମହିଳା ଜଣକ ହେଲେ ଝାରସୁଗୁଡା ଜିଲା ଲଇକେରା ଥାନାରେ କାର୍ଯ୍ୟରତ ମହିଳା ହୋମ ଗାର୍ଡ ଚନ୍ଦ୍ରିକା ସିଂ। ସେ ନିଜର ୩ ମାସର ପୁଅକୁ ସାଙ୍ଗରେ ନେଇ ଡ୍ୟୁଟି କରୁଛନ୍ତି।
ଝାରସୁଗୁଡା ଜିଲା ଲଇକେରା ଥାନା ଅଧୀନ ଅଇତାପାଲି ଗ୍ରାମର ଅର୍ଜୁନ ସିଂ ଓ ସୁକାନ୍ତି ସିଂଙ୍କ ଝିଅ ଚନ୍ଦ୍ରିକା ସିଂ(୨୮)। ୨୦୧୪ରୁ ସେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ ଏପ୍ରିଲରେ ସେ ପାନପାଲି ଗ୍ରାମରେ ବିବାହ କରଛନ୍ତି। ସ୍ବାମୀ ଆସାମରେ ରହି କାମ କରୁଛନ୍ତି। ଗତ ଜାନୁୟାରୀ ୨୨ ତାରିଖରେ ଚନ୍ଦ୍ରିକା ଏହି ପୁତ୍ର ସନ୍ତାନଟିକୁ ଜନ୍ମ ଦେଇଛନ୍ତି। ମାତୃତ୍ୱକାଳୀନ ଅବସର ଛୁଟି ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ସମାଜ ପ୍ରତି ଥିବା ଦାୟିତ୍ୱ ତାଙ୍କୁ ପଛକୁ ଟାଣି ପାରି ନ ଥିଲା। ଅନ୍ୟପକ୍ଷେ ପାଖରେ ରହୁଥିବା ମାଙ୍କୁ ମଧ୍ୟ ଏକୁଟିଆ ଘରେ ଛାଡିଦେବା ତାଙ୍କ ଲାଗି ଅସମ୍ଭବ ଥିଲା। ଏଣୁ ସେ ମାଙ୍କୁ ମଧ୍ୟ ସାଙ୍ଗରେ ଆଣି ଡ୍ୟୁଟି କରୁଛନ୍ତି। ଅବଶ୍ୟ ମା ସାଙ୍ଗରେ ଆସିବାରୁ ତାଙ୍କୁ ସୁବିଧା ହେଉଛି। ଚନ୍ଦ୍ରିକା ଡ୍ୟୁଟି କରୁଥିବା ବେଳେ ତାଙ୍କ ମା ନାତିକୁ ସମ୍ଭାଳନ୍ତି। ଡ୍ୟୁଟି ସରିବା ପରେ ମା ଓ ପୁଅକୁ ଧରି ପୁଣି ସେ ଘରକୁ ଫେରିଥାନ୍ତି। ତେବେ ଚନ୍ଦ୍ରିକା କହିଛନ୍ତି ଯେ, ଲୋକଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନିଜ ପରିବାରକୁ ପଛରେ ପକାଇ ପୋଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି। ଏଣୁ ଲକଡାଉନ ସମୟରେ କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରି ଲୋକେ ପୋଲିସକୁ ସହଯୋଗ କରିବା ପାଇଁ ଚନ୍ଦ୍ରିକା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri