୩ ମାସର ପୁଅକୁ ଧରି ଡ୍ୟୁଟି

ଝାରସୁଗୁଡା ଅଫିସ,୨୨ା୪- କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। କରୋନା ବିରୁଧରେ ହେଉଥିବା ଲଢ଼େଇରେ ସମଗ୍ର ଦେଶବାସୀଙ୍କୁ ସହଯୋଗ କରିବାକୁ ଆହ୍ବାନ ମଧ୍ୟ କରାଯାଉଛି। ସେହିପରି ଏହି ଲଢ଼େଇରେ ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ସମେତ ବିଭିନ୍ନ ବିଭାଗ ମିଳିତ ଭାବେ ସାମିଲ ହୋଇଛନ୍ତି। ଲଢ଼େଇରେ ସାମିଲ ପ୍ରତ୍ୟେକଙ୍କୁ ଯୋଦ୍ଧା ଭାବେ ସରକାର ବିବେଚିତ କରିଛନ୍ତି। ଏହି ଲଢ଼େଇରେ ଦେଶ ତଥା ସମାଜ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ଆଗରେ ରଖି ନିଜ ବ୍ୟକ୍ତିଗତ ଅସୁବିଧାକୁ ପଛରେ ପକାଇଛନ୍ତି ଜଣେ ମହିଳା। ନିଜର କାର୍ଯ୍ୟ ଲାଗି ସେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏହି ମହିଳା ଜଣକ ହେଲେ ଝାରସୁଗୁଡା ଜିଲା ଲଇକେରା ଥାନାରେ କାର୍ଯ୍ୟରତ ମହିଳା ହୋମ ଗାର୍ଡ ଚନ୍ଦ୍ରିକା ସିଂ। ସେ ନିଜର ୩ ମାସର ପୁଅକୁ ସାଙ୍ଗରେ ନେଇ ଡ୍ୟୁଟି କରୁଛନ୍ତି।
ଝାରସୁଗୁଡା ଜିଲା ଲଇକେରା ଥାନା ଅଧୀନ ଅଇତାପାଲି ଗ୍ରାମର ଅର୍ଜୁନ ସିଂ ଓ ସୁକାନ୍ତି ସିଂଙ୍କ ଝିଅ ଚନ୍ଦ୍ରିକା ସିଂ(୨୮)। ୨୦୧୪ରୁ ସେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ ଏପ୍ରିଲରେ ସେ ପାନପାଲି ଗ୍ରାମରେ ବିବାହ କରଛନ୍ତି। ସ୍ବାମୀ ଆସାମରେ ରହି କାମ କରୁଛନ୍ତି। ଗତ ଜାନୁୟାରୀ ୨୨ ତାରିଖରେ ଚନ୍ଦ୍ରିକା ଏହି ପୁତ୍ର ସନ୍ତାନଟିକୁ ଜନ୍ମ ଦେଇଛନ୍ତି। ମାତୃତ୍ୱକାଳୀନ ଅବସର ଛୁଟି ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ସମାଜ ପ୍ରତି ଥିବା ଦାୟିତ୍ୱ ତାଙ୍କୁ ପଛକୁ ଟାଣି ପାରି ନ ଥିଲା। ଅନ୍ୟପକ୍ଷେ ପାଖରେ ରହୁଥିବା ମାଙ୍କୁ ମଧ୍ୟ ଏକୁଟିଆ ଘରେ ଛାଡିଦେବା ତାଙ୍କ ଲାଗି ଅସମ୍ଭବ ଥିଲା। ଏଣୁ ସେ ମାଙ୍କୁ ମଧ୍ୟ ସାଙ୍ଗରେ ଆଣି ଡ୍ୟୁଟି କରୁଛନ୍ତି। ଅବଶ୍ୟ ମା ସାଙ୍ଗରେ ଆସିବାରୁ ତାଙ୍କୁ ସୁବିଧା ହେଉଛି। ଚନ୍ଦ୍ରିକା ଡ୍ୟୁଟି କରୁଥିବା ବେଳେ ତାଙ୍କ ମା ନାତିକୁ ସମ୍ଭାଳନ୍ତି। ଡ୍ୟୁଟି ସରିବା ପରେ ମା ଓ ପୁଅକୁ ଧରି ପୁଣି ସେ ଘରକୁ ଫେରିଥାନ୍ତି। ତେବେ ଚନ୍ଦ୍ରିକା କହିଛନ୍ତି ଯେ, ଲୋକଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନିଜ ପରିବାରକୁ ପଛରେ ପକାଇ ପୋଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି। ଏଣୁ ଲକଡାଉନ ସମୟରେ କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରି ଲୋକେ ପୋଲିସକୁ ସହଯୋଗ କରିବା ପାଇଁ ଚନ୍ଦ୍ରିକା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri