ପାଲଲହଡ଼ା, ୧ା୨(ଡି.ଏନ.ଏ.) – ବଢ଼ୁଛି ରୋଗ ଯନ୍ତ୍ରଣା। ଯୁବାବସ୍ଥାରେ ବି ଉଠିବାକୁ ଦେହରେ ବଳ ନାହିଁ। ଶରୀରସାରା ଚର୍ମ ଫାଟିବା ସହ ଘା ହୋଇଗଲାଣି। ଗୋଡ ମଧ୍ୟ ଦିନକୁ ଦିନ ସରୁ ହୋଇଯାଉଥିବାରୁ ଶରୀର ଏକ ପ୍ରକାର ଅକ୍ଷମ ହେବାରେ ଲାଗିଛି। ଚିକିତ୍ସା ଅଭାବ ସହ ସେବା ଯତ୍ନ ପାଇଁ କେହି ନ ଥିବାରୁ ଅସହାୟ ହୋଇ ପଡିରହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ବଡସଡ଼ା ପଞ୍ଚାୟତ କୁରୁମୂଳା ଗ୍ରାମର ଶମ୍ଭୁ ପ୍ରଧାନ(୩୩)।
ମା’ ବାପାଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡିଥିବା ଶମ୍ଭୁ ଦୀର୍ଘ ୩ ବର୍ଷ ହେଲା ଏକ ଅଜଣା ରୋଗରେ ଆକ୍ରାନ୍ତ। ତାଙ୍କ ଶରୀରର ଚର୍ମ ଫାଟି ଘା ହୋଇ ଦେହସାରା ମାଡ଼ି ଯାଉଛି। ଗୋଡ ଦୁଇଟି ଦିନକୁ ଦିନ ସରୁ ହୋଇଯାଉଛି। ସେବା ଯତ୍ନ କରିବାକୁ କେହି ନ ଥିବାରୁ ତାଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ପଡୋଶୀ ଖାଇବାକୁ ନ ଦେଲେ ପେଟରେ ଦାନା ଗଣ୍ଡେ ପଡ଼ୁନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମର ଜଣେ ସାମାଜିକ କର୍ମୀ ଶମ୍ଭୁଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ଚିକିତ୍ସାଳୟକୁ ନେଇଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ସୁଧୁରି ନ ଥିଲା। ସେହିପରି ଘର ଖଣ୍ଡିଏ ନ ଥିବାବେଳେ ସରକାରୀ ସହାୟତା ଭାବେ ମଧବାବୁ ପେନସନ ଯୋଜନାରେ ମିଳୁଥିବା ୫ ଶହ ଟଙ୍କା ସମୂଦ୍ରକୁ ଶଙ୍ଖେ ପରି। ଯଦି ପ୍ରଶାସନ ସହାୟତାର ହାତ ବଢ଼ାନ୍ତା ତା’ହେଲେ ହୁଏତ ଶମ୍ଭୁ ଭଲ ହୋଇପାରନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକ କୁହନ୍ତି, ଏଭଳି ରୋଗ ଭଲ ହେବା ପାଇଁ ଦୀର୍ଘ ଦିନ ଧରି ଚିକିତ୍ସାର ଆବଶ୍ୟକତା ରହିଛି। ଯଦି କେହି ସାମାଜିକର୍ମୀ କିମ୍ବା ସଙ୍ଗଠନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାନ୍ତେ ତେବେ ତାଙ୍କ ଚିକିତ୍ସା କରାଯାଇପାରନ୍ତା। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ନାୟକ କହିଛନ୍ତି, ମଧୁବାବୁ ପେନସନ ଯୋଜନାରେ ଶମ୍ଭୁ ୫୦୦ ଟଙ୍କା ପାଉଛନ୍ତି। ଖୁବଶୀଘ୍ର ତାଙ୍କୁ ବିକଳାଙ୍ଗ ଭତ୍ତା ବାବଦକୁ ଆଉ ୨୦୦ ଟଙ୍କା ପ୍ରଦାନ କରାଯିବ। ବିଡିଓ ରବି ନାରାୟଣ ମାଝି କୁହନ୍ତି, ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି। ଏବେ ଏହି ଘଟଣା ନଜରକୁ ଆସିଛି। ସରକାରୀ ସ୍ତରରେ ଯାହା ସୁବିଧା ଯୋଗାଯାଇପାରିବ ତାହା ତୁରନ୍ତ ପ୍ରଦାନ କରାଯିବ।
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ
ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...
ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ
ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...
Archives


