ପାଲଲହଡ଼ା, ୧ା୨(ଡି.ଏନ.ଏ.) – ବଢ଼ୁଛି ରୋଗ ଯନ୍ତ୍ରଣା। ଯୁବାବସ୍ଥାରେ ବି ଉଠିବାକୁ ଦେହରେ ବଳ ନାହିଁ। ଶରୀରସାରା ଚର୍ମ ଫାଟିବା ସହ ଘା ହୋଇଗଲାଣି। ଗୋଡ ମଧ୍ୟ ଦିନକୁ ଦିନ ସରୁ ହୋଇଯାଉଥିବାରୁ ଶରୀର ଏକ ପ୍ରକାର ଅକ୍ଷମ ହେବାରେ ଲାଗିଛି। ଚିକିତ୍ସା ଅଭାବ ସହ ସେବା ଯତ୍ନ ପାଇଁ କେହି ନ ଥିବାରୁ ଅସହାୟ ହୋଇ ପଡିରହିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ବଡସଡ଼ା ପଞ୍ଚାୟତ କୁରୁମୂଳା ଗ୍ରାମର ଶମ୍ଭୁ ପ୍ରଧାନ(୩୩)।
ମା’ ବାପାଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡିଥିବା ଶମ୍ଭୁ ଦୀର୍ଘ ୩ ବର୍ଷ ହେଲା ଏକ ଅଜଣା ରୋଗରେ ଆକ୍ରାନ୍ତ। ତାଙ୍କ ଶରୀରର ଚର୍ମ ଫାଟି ଘା ହୋଇ ଦେହସାରା ମାଡ଼ି ଯାଉଛି। ଗୋଡ ଦୁଇଟି ଦିନକୁ ଦିନ ସରୁ ହୋଇଯାଉଛି। ସେବା ଯତ୍ନ କରିବାକୁ କେହି ନ ଥିବାରୁ ତାଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ପଡୋଶୀ ଖାଇବାକୁ ନ ଦେଲେ ପେଟରେ ଦାନା ଗଣ୍ଡେ ପଡ଼ୁନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମର ଜଣେ ସାମାଜିକ କର୍ମୀ ଶମ୍ଭୁଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ଚିକିତ୍ସାଳୟକୁ ନେଇଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥା ସୁଧୁରି ନ ଥିଲା। ସେହିପରି ଘର ଖଣ୍ଡିଏ ନ ଥିବାବେଳେ ସରକାରୀ ସହାୟତା ଭାବେ ମଧବାବୁ ପେନସନ ଯୋଜନାରେ ମିଳୁଥିବା ୫ ଶହ ଟଙ୍କା ସମୂଦ୍ରକୁ ଶଙ୍ଖେ ପରି। ଯଦି ପ୍ରଶାସନ ସହାୟତାର ହାତ ବଢ଼ାନ୍ତା ତା’ହେଲେ ହୁଏତ ଶମ୍ଭୁ ଭଲ ହୋଇପାରନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକ କୁହନ୍ତି, ଏଭଳି ରୋଗ ଭଲ ହେବା ପାଇଁ ଦୀର୍ଘ ଦିନ ଧରି ଚିକିତ୍ସାର ଆବଶ୍ୟକତା ରହିଛି। ଯଦି କେହି ସାମାଜିକର୍ମୀ କିମ୍ବା ସଙ୍ଗଠନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାନ୍ତେ ତେବେ ତାଙ୍କ ଚିକିତ୍ସା କରାଯାଇପାରନ୍ତା। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ନାୟକ କହିଛନ୍ତି, ମଧୁବାବୁ ପେନସନ ଯୋଜନାରେ ଶମ୍ଭୁ ୫୦୦ ଟଙ୍କା ପାଉଛନ୍ତି। ଖୁବଶୀଘ୍ର ତାଙ୍କୁ ବିକଳାଙ୍ଗ ଭତ୍ତା ବାବଦକୁ ଆଉ ୨୦୦ ଟଙ୍କା ପ୍ରଦାନ କରାଯିବ। ବିଡିଓ ରବି ନାରାୟଣ ମାଝି କୁହନ୍ତି, ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି। ଏବେ ଏହି ଘଟଣା ନଜରକୁ ଆସିଛି। ସରକାରୀ ସ୍ତରରେ ଯାହା ସୁବିଧା ଯୋଗାଯାଇପାରିବ ତାହା ତୁରନ୍ତ ପ୍ରଦାନ କରାଯିବ।
ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….
ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…
ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ
ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…
ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ
ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…
ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…
ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…
ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍
ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା ନାଏକପଡା…
ଶୌଚ ପାଇଁ ଯାଇଥିଲେ ମହିଳା: ଦଳିଦେଲା ହାତୀ
ଅନୁଗୋଳ,୧୨।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶଙ୍ଖପୁର ପଞ୍ଚାୟତ ଢିପପଦା ସାହିରେ ଜଣେ ମହିଳାଙ୍କୁ ଦଳଦେଇଛି ହାତୀ। ଢିପସାହିର ଇଚ୍ଛା ଦେହୁରୀ (୭୫) ଆଜି ଭୋର ସମୟରେ ଶୌଚପାଇଁ…
ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କ ଜୀବନ ଗଲା,ଅନେକ ଗୋରୁ…
ମାଧପୁର,୧୦।୧(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ପନ୍ଥେଇ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ…
Archives

