୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୧ା୯-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଲୋକଙ୍କଠାରୁ କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ ଚିଟ୍‌ଫଣ୍ଡ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛି। ଜମାକରୀମାନେ ଥାନା, ସମ୍ପୃକ୍ତ ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଗଲେଣି। ଟଙ୍କା ମିଳୁନି କିମ୍ବା ତାଙ୍କ ଗୁହାରି କେହି ଶୁଣୁନାହାନ୍ତି। ଜମାକାରୀମାନେ ଅଭିଯୋଗ କରିଛନ୍ତି, କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ କମ୍ପାନୀ ସାନଖେମୁଣ୍ଡି ଅଞ୍ଚଳରେ ୨୦୧୩ରେ ଅଫିସ ଖୋଲି ଥିଲା। ଏଠାରେ ନିଯୁକ୍ତ ଏଜେଣ୍ଟ ଲୋକଙ୍କ ବିଶ୍ୱାସ ଜନ୍ମାଇ ଟଙ୍କା ଦୁଇଗୁଣ ହେବା ଏବଂ ପ୍ଲଟ ଲୋଭ ଦେଖାଇ ଟଙ୍କା ଜମା କରିବାକୁ କହିଥିଲେ ।
କିନ୍ତୁ କିଛିଦିନ ପରେ କମ୍ପାନୀ କର୍ତ୍ତୃପକ୍ଷ ତାଲା ପକାଇ ଫେରାର ହୋଇଯାଇଛନ୍ତି ।
ଯେଉଁ ଏଜେଣ୍ଟ ଆଦାୟ କାର୍ଯ୍ୟରେ ଥିଲେ ତାଙ୍କୁ ଟଙ୍କା ମାଗିଲେ କିମ୍ବା କମ୍ପାନୀ ସମ୍ପର୍କରେ ପଚାରିଲେ ମିଳୁଛି ଧମକ। ଯାହା ଫଳରେ ଚିଟଫଣ୍ଡ ସଂସ୍ଥାରେ ପଥରପୁଞ୍ଜି ଓ ଆଖପାଖ ଗ୍ରାମବାସୀଙ୍କ କଷ୍ଟ ଉପାର୍ଜିତ ଅର୍ଥ ନେଇ କମ୍ପାନୀ କର୍ତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି ।
ସବୁଆଡେ ନିରାଶ ହେବା ପରେ ନ୍ୟାୟ ଆଶାରେ କିଛିବର୍ଷ ତଳେ ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ଆଶିଷ ସିଂଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ ଜମାକାରୀଙ୍କୁ ଆଶ୍ୱସନା ଦେଇଥିଲେ। ଜମାକାରୀମାନେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ବ୍ରହ୍ମପୁର ଗାନ୍ଧୀନଗରର ଜଣେ ହେଉଛନ୍ତି ସମ୍ପୃକ୍ତ କମ୍ପାନୀର ଏଜେଣ୍ଟ। ଆମକୁ ଲୋଭ ଦେଖାଇ ପଥରପୁଞ୍ଜି ଗ୍ରାମବାସୀଙ୍କ ବିଶ୍ୱାସ ଜନ୍ମାଇଥିଲେ। ଲୋକଙ୍କୁ କଲିକତାର ଏହି ସଂସ୍ଥା ସମ୍ପର୍କିତ ତଥ୍ୟ ଦେଇ ବିଭିନ୍ନ ସ୍କିମ ମାଧ୍ୟମରେ ଅଧିକ ଟଙ୍କା ମିଳିବ ବୋଲି ପ୍ରବର୍ତ୍ତାଇ ଥିଲେ। କମ୍ପାନୀରେ ଟଙ୍କା ଜମା ରଖିଲେ ଅଧିକ ସୁଧ କମ ସମୟରେ ମିଳିବ ବୋଲି ମଧ୍ୟ ସେ କହିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ପରିବାର ଲୋକଙ୍କୁ ବୁଝାଶୁଝା କରି ଟଙ୍କା ଆଦାୟ କରିଥିଲେ। କମ୍ପାନୀ ସମ୍ପର୍କରେ ଜାଣିବା ପୂର୍ବରୁ ଜମାକାରୀ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂସ୍ଥାରେ ଜମା କରି ସାରିଥିଲେ। ହେଲେ ପରବର୍ତ୍ତୀ ସମୟରେ ହଠାତ୍‌ କମ୍ପାନୀର ଗାନ୍ଧୀନଗର ସାଇ କମ୍ପ୍ଲେକ୍ସ ନିକଟରେ ଥିବା ଅଫିସ ବନ୍ଦ ହୋଇଯାଇଥିଲା। ଜମାକାରୀମାନେ ବ୍ରହ୍ମପୁର ଆସି ଏଜେଣ୍ଟଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ। ଶେଷରେ ସେ କେତେକ ଜମାକାରୀଙ୍କୁ ନେଇ କଲିକତା ଯାଇଥିଲେ ।
ସେଠାରେ ଜଣେ ଅଣ ଓଡ଼ିଆଙ୍କୁ କମ୍ପାନୀ ମାଲିକ କହି ଜମାକାରୀଙ୍କୁ ଚିହ୍ନାଇଥିଲେ ।
ହେଲେ ନିରୀହ ଜମାକାରୀମାନେ ମିଥ୍ୟା ପ୍ରତିଶ୍ରୁତି ପାଇ କଲିକତାରୁ ଫେରି ଆସିଥିଲେ। ଶେଷରେ ଜମାକାରୀଙ୍କୁ ନା ମିଳିଲା ଟଙ୍କା ନା ମିଳିଲା ପ୍ଲଟ । କ୍ଷତିଗ୍ରସ୍ତ ଜମାକାରୀ ପୁଣିଥରେ ବ୍ରହ୍ମପୁର ଆସି ଏଜେଣ୍ଟଙ୍କ ଘର ସମ୍ମୁଖରେ ମେଳି ହୋଇଥିଲେ। ସେତେବେଳେ ସେ କହିଥିଲେ, ଅପେକ୍ଷା କର ନଚେତ୍‌ କଲିକତା ଗୁଣ୍ଡା ଲଗାଇ ଠିକଣା ଜବାବ ଦିଆଯିବ। ଏପରି ଧମକ ଶୁଣି ଭୟଭୀତ କ୍ଷତିଗ୍ରସ୍ତ ଜମାକାରୀମାନେ ଆଇନଜୀବୀ ପ୍ରଦୀପ କୁମାର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଆଇନଜୀବୀ ବେହେରାଙ୍କ ସହଯୋଗରେ ବ୍ରହ୍ମପୁରରେ ଏକତ୍ରିତ ହୋଇ ତକତ୍ାଳୀନ ଏସପି ସିଂଙ୍କୁ ଭେଟିଥିଲେ। ଏସପି ଜମାକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କମ୍ପାନୀ ମାଲିକ ସହ ଏଜେଣ୍ଟଙ୍କୁ ଗିରଫ କରାଯିବ। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ପୋଲିସ ସମ୍ପୃକ୍ତ ସଂସ୍ଥାର ମାଲିକଙ୍କୁ ଗିରଫ କରିପାରିନାହିଁ । ଅନ୍ୟପଟେ ନିରୀହ ଜମାକାରୀମାନ ମଧ୍ୟ ତାଙ୍କ ଟଙ୍କା ଫେରସ୍ତ ପାଇପାରିନାହାନ୍ତି ବୋଲି ଆଇନଜୀବୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri