୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୨୧ା୯-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଥରପୁଞ୍ଜି ଗ୍ରାମ ଲୋକଙ୍କଠାରୁ କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ ଚିଟ୍‌ଫଣ୍ଡ କମ୍ପାନୀ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛି। ଜମାକରୀମାନେ ଥାନା, ସମ୍ପୃକ୍ତ ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଗଲେଣି। ଟଙ୍କା ମିଳୁନି କିମ୍ବା ତାଙ୍କ ଗୁହାରି କେହି ଶୁଣୁନାହାନ୍ତି। ଜମାକାରୀମାନେ ଅଭିଯୋଗ କରିଛନ୍ତି, କଲିକତାର ୟୁନିମାସ୍‌ ଡେଭଲପର୍ସ ଲିମିଟେଡ୍‌ ନାମକ ଏକ କମ୍ପାନୀ ସାନଖେମୁଣ୍ଡି ଅଞ୍ଚଳରେ ୨୦୧୩ରେ ଅଫିସ ଖୋଲି ଥିଲା। ଏଠାରେ ନିଯୁକ୍ତ ଏଜେଣ୍ଟ ଲୋକଙ୍କ ବିଶ୍ୱାସ ଜନ୍ମାଇ ଟଙ୍କା ଦୁଇଗୁଣ ହେବା ଏବଂ ପ୍ଲଟ ଲୋଭ ଦେଖାଇ ଟଙ୍କା ଜମା କରିବାକୁ କହିଥିଲେ ।
କିନ୍ତୁ କିଛିଦିନ ପରେ କମ୍ପାନୀ କର୍ତ୍ତୃପକ୍ଷ ତାଲା ପକାଇ ଫେରାର ହୋଇଯାଇଛନ୍ତି ।
ଯେଉଁ ଏଜେଣ୍ଟ ଆଦାୟ କାର୍ଯ୍ୟରେ ଥିଲେ ତାଙ୍କୁ ଟଙ୍କା ମାଗିଲେ କିମ୍ବା କମ୍ପାନୀ ସମ୍ପର୍କରେ ପଚାରିଲେ ମିଳୁଛି ଧମକ। ଯାହା ଫଳରେ ଚିଟଫଣ୍ଡ ସଂସ୍ଥାରେ ପଥରପୁଞ୍ଜି ଓ ଆଖପାଖ ଗ୍ରାମବାସୀଙ୍କ କଷ୍ଟ ଉପାର୍ଜିତ ଅର୍ଥ ନେଇ କମ୍ପାନୀ କର୍ତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି ।
ସବୁଆଡେ ନିରାଶ ହେବା ପରେ ନ୍ୟାୟ ଆଶାରେ କିଛିବର୍ଷ ତଳେ ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ଆଶିଷ ସିଂଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ ଜମାକାରୀଙ୍କୁ ଆଶ୍ୱସନା ଦେଇଥିଲେ। ଜମାକାରୀମାନେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ବ୍ରହ୍ମପୁର ଗାନ୍ଧୀନଗରର ଜଣେ ହେଉଛନ୍ତି ସମ୍ପୃକ୍ତ କମ୍ପାନୀର ଏଜେଣ୍ଟ। ଆମକୁ ଲୋଭ ଦେଖାଇ ପଥରପୁଞ୍ଜି ଗ୍ରାମବାସୀଙ୍କ ବିଶ୍ୱାସ ଜନ୍ମାଇଥିଲେ। ଲୋକଙ୍କୁ କଲିକତାର ଏହି ସଂସ୍ଥା ସମ୍ପର୍କିତ ତଥ୍ୟ ଦେଇ ବିଭିନ୍ନ ସ୍କିମ ମାଧ୍ୟମରେ ଅଧିକ ଟଙ୍କା ମିଳିବ ବୋଲି ପ୍ରବର୍ତ୍ତାଇ ଥିଲେ। କମ୍ପାନୀରେ ଟଙ୍କା ଜମା ରଖିଲେ ଅଧିକ ସୁଧ କମ ସମୟରେ ମିଳିବ ବୋଲି ମଧ୍ୟ ସେ କହିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ପରିବାର ଲୋକଙ୍କୁ ବୁଝାଶୁଝା କରି ଟଙ୍କା ଆଦାୟ କରିଥିଲେ। କମ୍ପାନୀ ସମ୍ପର୍କରେ ଜାଣିବା ପୂର୍ବରୁ ଜମାକାରୀ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂସ୍ଥାରେ ଜମା କରି ସାରିଥିଲେ। ହେଲେ ପରବର୍ତ୍ତୀ ସମୟରେ ହଠାତ୍‌ କମ୍ପାନୀର ଗାନ୍ଧୀନଗର ସାଇ କମ୍ପ୍ଲେକ୍ସ ନିକଟରେ ଥିବା ଅଫିସ ବନ୍ଦ ହୋଇଯାଇଥିଲା। ଜମାକାରୀମାନେ ବ୍ରହ୍ମପୁର ଆସି ଏଜେଣ୍ଟଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ। ଶେଷରେ ସେ କେତେକ ଜମାକାରୀଙ୍କୁ ନେଇ କଲିକତା ଯାଇଥିଲେ ।
ସେଠାରେ ଜଣେ ଅଣ ଓଡ଼ିଆଙ୍କୁ କମ୍ପାନୀ ମାଲିକ କହି ଜମାକାରୀଙ୍କୁ ଚିହ୍ନାଇଥିଲେ ।
ହେଲେ ନିରୀହ ଜମାକାରୀମାନେ ମିଥ୍ୟା ପ୍ରତିଶ୍ରୁତି ପାଇ କଲିକତାରୁ ଫେରି ଆସିଥିଲେ। ଶେଷରେ ଜମାକାରୀଙ୍କୁ ନା ମିଳିଲା ଟଙ୍କା ନା ମିଳିଲା ପ୍ଲଟ । କ୍ଷତିଗ୍ରସ୍ତ ଜମାକାରୀ ପୁଣିଥରେ ବ୍ରହ୍ମପୁର ଆସି ଏଜେଣ୍ଟଙ୍କ ଘର ସମ୍ମୁଖରେ ମେଳି ହୋଇଥିଲେ। ସେତେବେଳେ ସେ କହିଥିଲେ, ଅପେକ୍ଷା କର ନଚେତ୍‌ କଲିକତା ଗୁଣ୍ଡା ଲଗାଇ ଠିକଣା ଜବାବ ଦିଆଯିବ। ଏପରି ଧମକ ଶୁଣି ଭୟଭୀତ କ୍ଷତିଗ୍ରସ୍ତ ଜମାକାରୀମାନେ ଆଇନଜୀବୀ ପ୍ରଦୀପ କୁମାର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଆଇନଜୀବୀ ବେହେରାଙ୍କ ସହଯୋଗରେ ବ୍ରହ୍ମପୁରରେ ଏକତ୍ରିତ ହୋଇ ତକତ୍ାଳୀନ ଏସପି ସିଂଙ୍କୁ ଭେଟିଥିଲେ। ଏସପି ଜମାକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କମ୍ପାନୀ ମାଲିକ ସହ ଏଜେଣ୍ଟଙ୍କୁ ଗିରଫ କରାଯିବ। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ପୋଲିସ ସମ୍ପୃକ୍ତ ସଂସ୍ଥାର ମାଲିକଙ୍କୁ ଗିରଫ କରିପାରିନାହିଁ । ଅନ୍ୟପଟେ ନିରୀହ ଜମାକାରୀମାନ ମଧ୍ୟ ତାଙ୍କ ଟଙ୍କା ଫେରସ୍ତ ପାଇପାରିନାହାନ୍ତି ବୋଲି ଆଇନଜୀବୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri