Posted inଜାତୀୟ

୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୫।୮:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ କହିଛନ୍ତି। ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୋମବାର ଭାରତୀୟ ଲୋକତନ୍ତ୍ର ପାଇଁ ଏକ କଳାଦିବସ। ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଧମକ ଦେଇଛନ୍ତି। ଧାରା ୩୭୦କୁ ଉଚ୍ଛେଦ ସରକାରଙ୍କ ନିଜସ୍ବ ନିଷ୍ପତ୍ତି, ଯାହା ଅସାମ୍ବିଧାନିକ ବୋଲି ସେ ମତ ଦେଇଛନ୍ତି।

୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା
ନୂଆଦିଲ୍ଲୀ, ୫।୮: ଦୁଇ ଭାଗ ହୋଇଛି ଜମ୍ମୁ-କଶ୍ମୀର। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଧାରା ଉଚ୍ଛେଦ ପରେ ସେଠାକାର ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କଶ୍ମୀରବାସୀଙ୍କ ସହ ଛଳନା କରାଯାଇଛି ବୋଲି ସେମାନେ କହିଛନ୍ତି। ତେବେ ଏହି ୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା ଆସନ୍ତୁ ଜାଣିବା….
୩୭୦ ଧାରା କ’ଣ
ଭାରତ ସ୍ବାଧୀନ ହେବା ପରେ ସମସ୍ତ ରାଜ୍ୟ ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ରାଜ୍ୟ ମାନ୍ୟତା ଦିଆଯାଇଥିଲା। ସେହି ସମୟରେ ସେଠାରେ ଶାସକ ଥିଲେ ହରି ସିଂ। ୧୯୪୭ ଅକ୍ଟୋବର ୨୦ରେ ପାକିସ୍ତାନ ସମର୍ଥକ ଆଜାଦ୍‌ କଶ୍ମୀର ସେନା ପାକିସ୍ତାନ ସେନା ସହ ମିଶି କଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶେଖ୍‌ ଅବଦୁଲ୍ଲାଙ୍କ ସହମତିରେ ହରି ସିଂ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ମିଶି ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ଧାରା ୩୭୦ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ।

୩୭୦ ଧାରା ଅନୁଯାୟୀ କଶ୍ମୀରେ ଦୁଇଟି ପତାକା ଥିଲା। ଗୋଟିଏ ରାଜ୍ୟର ଏବଂ ଅନ୍ୟଟି ଭାରତର। କଶ୍ମୀରବାସୀ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟତାମୂଳକ ନୁହେଁ।

ଦେଶର କୌଣସି ନାଗରିକ ଜମ୍ମୁ-କଶ୍ମୀରରେ ଜାଗା କିଣିପାରିବେ ନାହିଁ। ଏପରିକି ସେଠାରେ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ଇଞ୍ଚେ ଜାଗା ବି କିଣିପାରିବେ ନାହିଁ।

ଜମ୍ମୁ-କଶ୍ମୀର ଲୋକଙ୍କୁ ଦୈତ(ଉଭୟ ଭାରତ ଏବଂ ଜମ୍ମୁ-କଶ୍ମୀର) ନାଗରିକତା ପ୍ରଦାନ କରାଯାଉଥିଲା।

ଉଭୟ ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବା ଅଧିକାର ମଧ୍ୟ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନାହିଁ।

ଯଦି କୌଣସି ଜମ୍ମୁ-କଶ୍ମୀର ଝିଅ ରାଜ୍ୟ ଛଡା ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରନ୍ତି, ତେବେ ସେଠାକାର ନାଗରିକତା ତାଙ୍କର ରଦ୍ଦ ହୋଇଯାଏ। କିନ୍ତୁ ପାକିସ୍ତାନରେ ବିବାହ କଲେ ଦୁଇଟି ସ୍ଥାନର ନାଗରିକତା କାଏମ ଥାଏ।

ଯଦି ପାକିସ୍ତାନ ପୁରୁଷ କଶ୍ମୀରରେ ବିବାହ କରୁଛନ୍ତି ତେବେ ତାଙ୍କୁ ଭାରତର ନାଗରିକତା ମିଳିଥାଏ।

ଜମ୍ମୁ-କଶ୍ମୀରରେ ଯଦି କେହି ଭାରତୀୟ ପତାକାକୁ ଅସମ୍ମାନ କରନ୍ତି, ତେବେ ତାକୁ ଅପରାଧ ବିବେଚନା କରାଯାଏ ନାହିଁ।

କୌଣସି ବାହାର ରାଜ୍ୟର ଲୋକ ଚାହିଁଲେ ଜମ୍ମୁ-କଶ୍ମୀରରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀ ଭାବେ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?