Posted inଜାତୀୟ

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ରୁ ଟାଙ୍କିରୁ ନିର୍ଗତ ହୋଇଥିଲା ବିଷାକ୍ତ ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌। ଏହାର ପ୍ରଭାବରେ ୨ ହଜାର ୨ଶହ ୫୯ ଲୋକଙ୍କ ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୮୭ ଛୁଇଁଥିଲା ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ ବୋଲି ବେସରକାରୀ ସୂତ୍ରରୁ କୁହାଯାଇଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୫ ଲକ୍ଷ ୫୮ ହଜାର ଶହେ ୨୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩୮ ହଜାର ୪ ଶହ ୭୮ ଜଣ ଆଶିଂକ ଆହତ ହୋଇଥିଲେ ବୋଲି ରାଜ୍ୟ ସରକାର ୨୦୦୬ରେ ସତ୍ୟପାଠ ଦାଖଲ କରିଥିଲେ। ୩ ହଜାର ୯ ଶହ ଜଣ ଏହାଯୋଗୁ ଦିବ୍ୟାଙ୍ଗ ହୋଇଥିଲେ। ଦୁଇସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନ୍ୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୯ରେ ଏଠାରେ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପିତ ହୋଇଥିଲା। ଗତ ୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏଠାକାର ଭୂତଳ ଜଳରେ ୧୦ ହଜାର ଟନ୍‌ ମିଶ୍ରିତ କରିସାରିଛି। ପ୍ରଥମେ ଏହାଯୋଗୁ ୧୫ଟି ବସ୍ତି ପ୍ରଭାବିତ ହୋଇଥିବାବେଳେ ପରେ ୩୦ ଏବଂ ଏବେ ୪୨ ବସ୍ତିର ମାଟି ତଳ ପାଲଟିଛି ଜହର। ଏବେ କମ୍ପାନୀର ବାହ୍ୟ ପରିସରରେ ଟନ୍‌ ଟନ୍‌ ବିଷାକ୍ତ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାରଖାନାର ସଞ୍ଚାଳକ ଓ୍ବାରେନ୍‌ ଆଣ୍ଡରସନ୍‌ ଭାରତ ଛାଡ଼ି ନିଜ ଦେଶ ଆମେରିକା ଚାଲିଯାଇଥିଲେ। ପୀଡ଼ିତ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ତେବେ ଭାରତ ସରକାର ଆଣ୍ଡରସନ୍‌ଙ୍କୁ ଭାରତ ଆଣି ପାରି ନ ଥିଲେ। ୨୦୧୪ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri