୩୪ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା ଏମ୍ସ

ଖୋର୍ଦ୍ଧା ଅଫିସ,୨ା୪ : କୋଭିଡ-୧୯(କରୋନା ଭାଇରସ) ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକଡାଉନ ଜାରି ରହିଛି। ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ବୁଧବାର ସୁଦ୍ଧା ଖୋର୍ଦ୍ଧା ଜିଲାରୁ ୩୪ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ବାବ ପରୀକ୍ଷା ଲାଗି ଭୁବନେଶ୍ୱର ଏମସ୍‌ ପଠାଯାଇଛି। ଜିଲାର ଖୋର୍ଦ୍ଧା ସମେତ ବୋଲଗଡ଼, ଟାଙ୍ଗି, ବାଳକାଟୀ ଓ ବାଲୁଙ୍ଗାଠାରେ ଅସ୍ଥାୟୀ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସୋଲେଶନ ୱାର୍ଡ ଓ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇ ଜରୁରିକାଳୀନ ପରିସ୍ଥିତି ଲାଗି ଜୀବନ ରକ୍ଷାକାରୀ ଔଷଧ ରଖାଯାଇଛି ବୋଲି ଜିଲାପାଳ ସୀତାଂଶୁ ରାଉତ କହିଛନ୍ତି। ଏସପି ଅଜୟ ପ୍ରତାପ ସ୍ବାଇଁ କୁହନ୍ତି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିଛି। ଏହାକୁ କଡ଼ାକଡ଼ି ପାଳନ କରାଯିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଚାଲି ଆସିବା ଲାଗି ପରାମର୍ଶ ଦିଆଯାଇଛି। ଜିଲା ସୀମାକୁ ସିଲ କରାଯାଇଛି। ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଖୋର୍ଦ୍ଧା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କୁହନ୍ତି ପ୍ରବାସୀ ଶ୍ରମିକ ଏବଂ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ରାଜନୀତି ଭୁଲି ଗୋଟିଏ ମଞ୍ଚରେ ଏକାଠି ନାଚିଲେ କଙ୍ଗନା, ମହୁଆ, ସୁପ୍ରିୟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ସାଂସଦ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ, ଟିଏମସି...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri