Posted inଜାତୀୟ

୩୩ ପ୍ରତିଶତ ଲୋକଙ୍କ ମତ:ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ

ନୂଆଦିଲ୍ଲୀ, ୮।୧୧:୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏଥିଯୋଗୁ ୮୬% ନୋଟ୍‌ ଅଚଳ ଓ ଅବୈଧ ହୋଇଯାଇଥିଲା। ଏବେ ଏହାର ଠିକ୍‌ ତିନିବର୍ଷ ପରେ ବିମୁଦ୍ରୀକରଣକୁ ନେଇ ଲୋକାଲ୍‌ ସର୍କଲ୍ସ ନାମକ ଏକ ସଂସ୍ଥା ପକ୍ଷରୁ ଅନ୍‌ଲାଇନ୍‌ରେ ସର୍ବେକ୍ଷଣ କରାଯାଇଛି। ଅର୍ଥନୀତି ଉପରେ ମୋଦି ସରକାରଙ୍କ ଏହି ଦୁଃସାହସିକ ପଦକ୍ଷେପର ନକାରାମତ୍କ ପ୍ରଭାବ ପଡ଼ିଥିବା ୬୬% ଲୋକ କହିଛନ୍ତି। ସେହିପରି ୩୩% ଲୋକ ଆର୍ଥିକ ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣକୁ ଦାୟୀ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ୩ ବର୍ଷ ତଳେ ରାତି ୮ଟାରେ ବିମୁଦ୍ରୀକରଣ ନେଇ ଟେଲିଭିଜନ୍‌ରେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ଏଥିସହ ଦୁଇଟି ବଡ଼ ୧,୦୦୦ ଓ ୫୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। କଳାଧନ ରୋକିବା, ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବା ଓ ଆତଙ୍କବାଦ ପାଇଁ ଅର୍ଥ ଯୋଗାଣକୁ ବନ୍ଦ କରିବା ନୋଟ୍‌ବନ୍ଦୀର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ ସେତେବେଳେ ଘୋଷଣା କରିଥିଲେ। ଏତେଦିନ ବିତିଯିବା ପରେ ବିମୁଦ୍ରୀକରଣର ପ୍ରଭାବକୁ ନେଇ ଏକ ଅନ୍‌ଲାଇନ୍‌ ସର୍ଭେ କରାଯାଇଛି। ଭାରତୀୟ ଅର୍ଥନୀତି ଓ ଶ୍ରମ ନିୟୋଜନ ଉପରେ ଏହାର ନକାରାମତ୍କ ପ୍ରଭାବ ପଡ଼ିଛି ବୋଲି ସର୍ବେକ୍ଷଣରେ ଭାଗନେଇଥିତ୍ବା ଲୋକଙ୍କ ମଧ୍ୟରୁ ୬୬% କହିଛନ୍ତି। ବିମୁଦ୍ରୀକରଣର କୌଣସି ପ୍ରକାର ନକାରାମତ୍କ ପ୍ରଭାବ ନ ଥିବା କେବଳ ୨୮% ଉତ୍ତରଦାତା ମତ ଦେଇଛନ୍ତି। ୩୩% ମତଦାତାଙ୍କ କହିବା ହେଲା, ଅର୍ଥନୀତିରେ ମାନ୍ଦାବସ୍ଥାର କାରଣ ବିମୁଦ୍ରୀକରଣ। ସରକାର ଏହାର ସମାଧାନ କରିବାରେ ସକ୍ଷମ ହୋଇନାହାନ୍ତି। ବିମୁଦ୍ରୀକରଣ ଘୋଷଣା କରାଯିବା ସମୟରେ ଭାରତୀୟ ଅର୍ଥନୀତିର ଅବସ୍ଥା ବହୁତ ଭଲ ଥିଲା ବୋଲି ସେମାନେ କହିଛନ୍ତି। ସେମାନଙ୍କ ମତରେ ଏହି ଘୋଷଣାର କିଛି ମାସ ପରେ ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଲା। ୨୦୧୭-୧୮ରେ ଏହା କିଛି ମାତ୍ରାରେ ଠିକ୍‌ ଅବସ୍ଥାକୁ ଆସୁଥିଲା। କିନ୍ତୁ ପରେ ପୁଣି ତଳକୁ ଖସିବାରେ ଲାଗିଲା। ବିଗତ ୫ଟି ଚତୁର୍ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଲଗାତର ଖସିବାରେ ଲାଗିଛି। ତେବେ ଏହି ସ୍ଥିତି ପାଇଁ କେବଳ ବିମୁଦ୍ରୀକରଣକୁ ଦାୟୀ କରାଯାଇ ପାରିବ ନାହିଁ।
ଅର୍ଥନୀତି ଉପରେ ତୀକ୍ଷ୍ଣ ନଜର ରଖୁଥିବା ଲୋକେ କହିଛନ୍ତି ଯେ, ବିମୁଦ୍ରୀକରଣ ଯୋଗୁ ଅସଙ୍ଗଠିତ କ୍ଷେତ୍ର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ନିଯୁକ୍ତିରେ ଛଟେଇ ଓ ତଦ୍‌ଜନିତ ସର୍ପିଳ ପ୍ରଭାବ ଯୋଗୁ ଲୋକଙ୍କ ଆୟ କମିବା ସହ କ୍ରୟ ଦକ୍ଷତା ମଧ୍ୟ ହ୍ରାସ ପାଇଛି। ବିଶେଷକରି ଗ୍ରାମଞ୍ଚଳରେ ଏପରି ଦେଖିବାକୁ ମିଳୁଛି। ସେହିପରି ବିମୁଦ୍ରୀକରଣ ଯୋଗୁ ଅନେକ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ଆୟ କମିବାର ମୁଖ୍ୟ କାରଣ ବୋଲି ଏହି ସଦ୍ୟ ସର୍ଭେରେ ଭାଗ ନେଇଥିବା ୩୨% ଲୋକ ଏକମତ ହୋଇଛନ୍ତି। ଅନ୍ୟପକ୍ଷରେ ବିମୁଦ୍ରୀକରଣ ସପକ୍ଷରେ ଭୋଟ ଦେଇଥିବା ଲୋକଙ୍କ ମଧ୍ୟରୁ ୪୨ ପ୍ରତିଶତଙ୍କ ମତରେ ଏହି ପଦକ୍ଷେପ ଟିକସ ଠକେଇ କରୁଥିବା ବହୁସଂଖ୍ୟକ ଲୋକଙ୍କୁ ଏହାର ପରିସର ମଧ୍ୟରୁ ଟାଣିଆଣି ଏକ ବର୍ଦ୍ଧିତ ଟାକ୍ସ ନେଟ୍‌ ଆଣିପାରିଛି। ସର୍ଭେରେ ଆହୁରି ଜଣାପଡ଼ିଛି ଯେ, ବିମୁଦ୍ରୀକରଣ ଘୋଷଣାର ଠିକ୍‌ ପରେ ବ୍ୟବସାୟ ଓ ବ୍ୟକ୍ତିଗତ କାରବାରରେ ନଗଦ ଅର୍ଥର ବ୍ୟବହାର କମିଥିବାବେଳେ ବିଗତ ଦୁଇବର୍ଷରେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri