LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ବାରିପଦା ଅଫିସ, ୨୨ା୪: ଓଡ଼ିଶାରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ବାଲେଶ୍ୱରରୁ ପଜିଟିଭି ବାହାରିବା ପରେ ପଡ଼ୋଶୀ ଜିଲା ମୟୂରଭବାସୀ ଏ ନେଇ ମଧ୍ୟ ଚିନ୍ତିିତ ରହିଛନ୍ତି। ଜିଲାର ୬୬୯ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୩୩୮ଟି ସାମ୍ପୁଲ ନେଗେଟିଭ୍ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅବଶିଷ୍ଟ ୩୩୧ଟି ସାମ୍ପୁଲର ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହିଭଳି ଜିଲାରେ ବିଦେଶରୁ ଫେରିଥିବା ୯୮ ଜଣଙ୍କ ହୋମ୍ କ୍ୱାରାଣ୍ଟାଇନ ଶେଷ ହୋଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅନ୍ୟପକ୍ଷେ ବିଭିନ୍ନ ରାଜ୍ୟରୁ ୧୨୬୧୦ ଜଣ ଶ୍ରମିକ ଜିଲାକୁ ଫେରିଥିବା ବେଳେ ୧୨୦୪୩ ଜଣଙ୍କ ହୋମ୍ କ୍ୱାରାଣ୍ଟାଇନ ଶେଷ ହୋଇଛି। ୫୬୭ ଜଣ ଶ୍ରମିକ ବର୍ତ୍ତମାନ ହୋମ୍ କ୍ୱାରାଣ୍ଟାଇନର ଅଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜିଟିଭ କେସ୍ ଦେଖିବାକୁ ମିଳିନାହିଁ।