୩ହଜାର କୋଟି ବକେୟା ଆଦାୟ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨-୮: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ବକେୟା ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ କରିବାକୁ ଅଣ୍ଟାଭିଡିଛି। ଆର୍ଥିକ ସଙ୍କଟ କାରଣରୁ କମ୍ପାନୀ ଦ୍ୱିତୀୟଥର କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ଦେଇପାରି ନ ଥିଲା। କର୍ମଚାରୀଙ୍କୁ ଜୁଲାଇର ବେତନ ଅଗଷ୍ଟ ୫ରେ ମିଳିଛି। ବିଏସ୍‌ଏନ୍‌ଏଲ୍‌ ସିଏମ୍‌ଡି ପି.କେ.ପୁରଓ୍ବାର କହିଛନ୍ତି ଯେ, କମ୍ପାନୀ ଗ୍ରାହକଙ୍କ ଉପରେ ପ୍ରାୟ ୩ ହଜାର କୋଟି ଟଙ୍କା ବକେୟା ରହିଛି। ଏହାକୁ ଆଦାୟ କରିବା ଲାଗି କମ୍ପାନୀ ଆକ୍ରମଣାମତ୍କ ପଦକ୍ଷେପ ଗ୍ରହଣ କରିଛି। ଏ ଦିଗରେ ସଫଳତା ମଧ୍ୟ ମିଳୁଛି। ତେବେ ସମ୍ପୂର୍ଣ୍ଣ ବକେୟା ଆଦାୟ କରିବା ଲାଗି ସମୟସୀମା ଧାର୍ଯ୍ୟ କରିବା ସମ୍ଭବ ନୁହେଁ। ତେବେ ବିଏସ୍‌ଏନ୍‌ଏଲ୍‌ ଆସନ୍ତା ୨-୩ ମାସ ମଧ୍ୟରେ ସମସ୍ତ ବକେୟା ଆଦାୟ କରିନେବ ଆଶାକରାଯାଉଛି ବୋଲି ପୁରଓ୍ବାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri