୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ ବଡ ଧରଣର ଡାଟା ଚୋରି ଘଟଣା ସାମ୍ନାକୁ ଆସିଛି। ନିଯୁକ୍ତି ସନ୍ଧାନରେ ରହିଥିବା ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀମାନେ ଚୋରି କରିଥିବା ଜଣାପଡିଛି। ଡାର୍କଓ୍ବେବ୍‌ରୁ ଏହି ଡାଟା ଚୋରି ହୋଇଥିବା ଅନ୍‌ଲାଇନ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ସୂଚନା ଦିଆଯାଇଛି। ଫେସ୍‌ବୁକ୍‌ ଏବଂ ଭାରତୀୟ ଟେକ୍ନୋଲୋଜି ଫାର୍ମ ଅନଆକାଡେମି କମ୍ପାନୀ ଉପରେ ହ୍ୟାକିଂ ହୋଇଥିବା ସାଇବଲ ନିକଟରେ ସ୍ପଷ୍ଟ କରିଥିଲା। ଡାଟା ଚୋରି ଘଟଣା ବିଭିନ୍ନ ସମୟରେ ଦେଖାଯାଇଥାଏ। ହେଲେ ଏହି ଘଟଣାରେ ବିଶେଷକରି ଶିକ୍ଷା ଏବଂ ଠିକଣାକୁ ସାଇବର କ୍ରିମିନାଲମାନେ ଚୋରି କରିଥିବା ସାଇବଲ ଏହାର ବ୍ଲଗ୍‌ରେ ଉଲ୍ଲେଖ କରିଛି। କେଉଁ ସୋର୍ସରୁ ଡାଟା ଲିକ୍‌ ହୋଇଛି ସେ ଉପରେ କମ୍ପାନୀ ବର୍ତ୍ତମାନ ବିଚାର କରୁଛି। ଚୋରି ହୋଇଥିବା ଡାଟା ମଧ୍ୟରେ ଇମେଲ୍‌, ଫୋନ୍‌, ଘର ଠିକଣା, ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ ଅଭିଜ୍ଞତା ଭଳି ବିଭିନ୍ନ ତଥ୍ୟ ସାମିଲ ରହିଛି। ଠକେଇ ସମେତ ଅନ୍ୟ କାର୍ଯ୍ୟରେ ଡାଟାକୁ ବ୍ୟବହାର କରିବା ଲାଗି ସାଇବର ଅପରାଧୀମାନେ ଏଭଳି କାଣ୍ଡ ଭିଆଇ ଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri