Inside pictures of Puri Jagannath Temple go viral again
ପୁରୀ ଅଫିସ,୨୬ା୩: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଟଙ୍କା। ଗୁରୁବାର ଟେଣ୍ଡର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦାକୁ ଚୟନ କରାଯାଇଛି। ବର୍ଷିକିଆ ୬.୨୬ ପ୍ରତିଶତ ସୁଧ ହାରରେ ଏହି ଦୁଇଟି ବ୍ୟାଙ୍କ ୨୮୭ କୋଟି ଟଙ୍କାକୁ ସମାନ ଭାବେ ବାଣ୍ଟି ରଖାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ମହାପ୍ରଭୁଙ୍କ ଟଙ୍କା ଜମା ରଖିବାକୁ ନେଇ ସାନି ଟେଣ୍ଡର ହୋଇଥିଲା । ଏଥିରେ ଭାଗ ନେବା ଲାଗି ୧୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ଗୁରୁବାର ପୂର୍ବାହ୍ନ ୧୧ଟା ସମୟ ଅବଧି ରହିଥିବା ବେଳେ ୧୦ଟି ବ୍ୟାଙ୍କ ଏଥିରେ ଭାଗ ନେଇଥିଲେ । ସର୍ବାଧିକ ୬.୨୬ ପ୍ରତିଶତ ସୁଧ ଦେବା ପାଇଁ ଉପରୋକ୍ତ ଦୁଇ ବ୍ୟାଙ୍କ ଟେଣ୍ଡର ପକାଇଥିଲେ । ତେଣୁ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କାକୁ ସମାନ ଭାବେ ଦୁଇ ବ୍ୟାଙ୍କରେ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି ।
ସୂଚନାଥାଉ କି, ୟେସ୍ ବ୍ୟାଙ୍କରୁ ଗତ ୧୯ ତାରିଖରେ ୩୮୯ କୋଟି ଟଙ୍କା ଆସିଥିଲା। ଏଥିରୁ ଫାଉଣ୍ଡେଶନ ଫଣ୍ଡ ୧୦୨ କୋଟି ଟଙ୍କା ଏସ୍ବିଆଇରେ ରଖାଯାଇଥିବା ବେଳେ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ୨୮୭ କୋଟି ଟଙ୍କା ପାଇଁ ଏହି ଟେଣ୍ଡର ହୋଇଥିଲା ।