Categories: ପୁରୀ

୨ ପ୍ରବାସୀଙ୍କୁ ଅଧାବାଟରେ ଛାଡ଼ିଲା ପ୍ରଶାସନ: ଚିଲିକା କୂଳରେ ରାତି କଟିଲା

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୨ା୫(ଡି.ଏନ.ଏ.)- ମହାରାଷ୍ଟ୍ରରୁ ଆସିଥିବା ୨ ପ୍ରବାସୀ ଓଡ଼ିଆଙ୍କୁ ଜିଲା ପ୍ରଶାସନ ଗୁରୁବାର ରାତିରେ ଅଧାବାଟରେ ଛାଡ଼ି ଚାଲିଯାଇଛି। ସୂଚନା ଅନୁଯାୟୀ, କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମଏଁଷା ଗ୍ରାମର ଜଣେ ଯୁବତୀ ଏବଂ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ସେଠାରୁ ପ୍ରଶାସନ ସହାୟତାରେ ସେମାନେ ଉକ୍ତ ବ୍ଲକର ପାଇକରାୟପୁରରେ ଥିବା କରୋନା ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚତ୍ଥିଲେ। ସେଠାରୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ସେମାନଙ୍କୁ ଆଣି ଚିଲିକା କୂଳ ଜହ୍ନିକୁଦା ପହଞ୍ଚତ୍ତ୍ଥିଲା। ଯେହେତୁ ଏହି ପ୍ରବାସୀଙ୍କ ଗାଁ ଏକ ଦ୍ୱୀପାଞ୍ଚଳ ହୋଇଥିବାରୁ ଗମନାଗମନ ପାଇଁ ଏକ ମାତ୍ର ମାଧ୍ୟମ ହେଉଛି ଡଙ୍ଗା। ରାତି ହୋଇଯାଇଥିବାରୁ ସାଥିରେ ଥିବା କର୍ମଚାରୀମାନେ ପ୍ରବାସୀଙ୍କୁ ଜହ୍ନିକୁଦାରେ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ରାତିତମାମ କୌଣସି ଡଙ୍ଗା ନ ମିଳିବାରୁ ଦୁହେଁ ସେଭଳି କୂଳରେ ପଡ଼ିରହିଥିଲେ। ଏପରିକି ସକାଳେ ହୋଇଥିଲେ ମଧ୍ୟ ଏମାନେ ପ୍ରବାସୀ ଥିବା ଜାଣି କୌଣସି ଡଙ୍ଗା ଚାଳକ ନେବାକୁ ରାଜି ହୋଇ ନ ଥିଲେ। ପରେ ଏ ଘଟଣା ପ୍ରଚାର ହେବା ପରେ ପ୍ରଶାସନ ଜାଣିପାରି ପ୍ରବାସୀଙ୍କୁ ଉଦ୍ଧାର କରି ତାଙ୍କ ଗାଁରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ନେଇଥିଲେ। ଏ ସମ୍ପର୍କରେ କୃଷ୍ଣପ୍ରସାଦ ବ୍ଲକ ବିଡିଓ ଅଭିମନ୍ୟୁ ମାଝି କୁହନ୍ତି ଏମିତି କିଛି ଘଟଣା ଘଟିନି। ତଥାପି ଏ ସମ୍ପର୍କରେ ମଁୁ ବୁଝୁଛି।