୨୮ ମାସରେ ୭୨୮ ଶିଶୁ ଅପପୁଷ୍ଟିର ଶିକାର

ନୟାଗଡ଼ ଅଫିସ,୨ା୮: ଯାଜପୁର ଜିଲା ନଗଡ଼ାକୁ କେହି ଭୁଲି ପାରିନାହାନ୍ତି। ୨୦୧୬ରେ ନଗଡ଼ାର ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ନୟାଗଡ଼ ଜିଲାରେ ଏଭଳି ଚିତ୍ର ସାମ୍‌ନାକୁ ଆସିଛି। ୨୮ ମାସ ମଧ୍ୟରେ ଜିଲାର ୭୨୮ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ରାଜ୍ୟ ସରକାର ମା’ ପେଟରେ ଥିବା ଛୁଆଙ୍କଠାରୁ ଆରମ୍ଭ କରି ମଶାଣି ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଜିଲାର ଏତେ ଶିଶୁ ଅପପୁଷ୍ଟିର ଶିକାର ହେବା ଘଟଣା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅପପୁଷ୍ଟିର ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଲାଗି ଜିଲାରେ ଦୁଇଟି ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନ୍‌ଆର୍‌ସି) ରହିଛି। ଗୋଟିଏ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ଅନ୍ୟଟି ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ। ନୟାଗଡ଼ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ନୟାଗଡ଼, ଓଡ଼ଗାଁ, ନୂଆଗାଁ, ରଣପୁର ଓ ଦଶପଲ୍ଲା ବ୍ଲକର ଶିଶୁମାନେ ଚିକିତ୍ସିତ ହେଉଥିବା ବେଳେ ଖଣ୍ଡପଡ଼ା କେନ୍ଦ୍ରରେ ଖଣ୍ଡପଡ଼ା, ଭାପୁର ଓ ଗଣିଆ ବ୍ଲକର ଶିଶୁମାନେ ଚିକିତ୍ସିତ ହୁଅନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୧୯୧, ୨୦୧୮-୧୯ରେ ୧୯୬, ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୨୯ ଏହିଭଳି ୪୧୬ ଜଣ ଶିଶୁ ନୟାଗଡ଼ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ସେହିଭଳି ଖଣ୍ଡପଡ଼ା କେନ୍ଦ୍ରରେ ୨୦୧୭-୧୮ରେ ୧୦୨, ୨୦୧୮-୧୯ରେ ୧୪୩, ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୬୭ ଏହିଭଳି ମୋଟ ୩୧୨ ଜଣ ଶିଶୁ ଚିକିତ୍ସିିତ ହୋଇଛନ୍ତି। ୨ଟି କେନ୍ଦ୍ରରେ ୨୮ ମାସରେ ୭୨୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ୬ ମାସରୁ ୫ବର୍ଷ ମଧ୍ୟରେ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଚିହ୍ନଟ ହେଲେ ସେମାନଙ୍କୁ ସ୍ଥାନୀୟ ଏନ୍‌ଆର୍‌ସିରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଇଥାଏ। ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଟିମ୍‌ର ସଦସ୍ୟମାନେ ବିଭିନ୍ନ ଗ୍ରାମ ଓ ସ୍କୁଲକୁ ଯାଇ ଅପପୁଷ୍ଟିର ଆକ୍ରାନ୍ତ ହୋଇଥିବା ଶିଶୁଙ୍କୁ ଚିହ୍ନଟ କରନ୍ତି। ଏହା ପରେ ସେମାନଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ଅଙ୍ଗନୱାଡ଼ି, ଆଶା ଦିଦି ଓ ଏଏନ୍‌ଏମ୍‌ମାନେ ମଧ୍ୟ ଏଭଳି ଶିଶୁଙ୍କୁ ଚିହ୍ନଟ ପାଇଁ ନିୟମ ରହିଛି। ହେଲେ ସେମାନେ ଏ ଦିଗରେ ତପତ୍ରତା ଦେଖାଉ ନ ଥିବା ଜଣାପଡ଼ିଛି। ୩ଟି ଲକ୍ଷଣ ଦେଖାଦେଲେ ସମ୍ପୃକ୍ତ ଶିଶୁ ଅପପୁଷ୍ଟିର ଶିକାର ହୋଇଛି ବୋଲି ଜଣାପଡେ। ଉଚ୍ଚତା ଅନୁସାରେ ଓଜନ -୩ ଏସ୍‌ଡ଼ିରୁ କମ୍‌ ରହିବା, ବାହୁର ଆକାର ୧୧.୫ ସେଣ୍ଟିମିଟରରୁ କମ୍‌ ରହିବା, ଦୁଇପାଦ, ହାତ କିମ୍ବା ଶରୀର ଫୁଲିଲେ ଜଣେ ଶିଶୁ ଅପପୃଷ୍ଟିର ଶିକାର ହୋଇଛି ବୋଲି ଧରାଯିବ। ଯେଉଁ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡେ ସେମାନଙ୍କୁ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ଭର୍ତ୍ତି କରାଯାଇଥାଏ। ସେଠାରେ ନ୍ୟୁଟ୍ରିସନ କାଉନସିଲର ରହି ଶିଶୁମାନଙ୍କର ତଦାରଖ କରିଥାନ୍ତି। ଶିଶୁଟିଏ ଭର୍ତ୍ତି ହେବା ପରେ ତା’ର ଓଜନ ବୃଦ୍ଧି ପାଇଁ ଖାଦ୍ୟ ଦିଆଯିବା ସହ ଚିକିତ୍ସା କରାଯାଇଥାଏ। ୧୦ରୁ ୨୦ଦିନ ଉକ୍ତ କେନ୍ଦ୍ରରେ ଶିଶୁ ରହିବା ପରେ ଓଜନ ବୃଦ୍ଧି କରାଯାଇ ଘରକୁ ପଠାଇ ଦିଆଯାଏ। ଏହା ପରେ ସେମାନଙ୍କୁ ୧୫-୧୫-୩୦ ଦିନରେ ୩ଥର କେନ୍ଦ୍ରକୁ ଚେକ୍‌ଅପ୍‌ କରିବା ପାଇଁ ଆସିବାକୁ କୁହାଯାଇଥାଏ। ଏହି ସମୟରେ ଡାକ୍ତରମାନେ ଶିଶୁକୁ ଦେଖି ଭଲ ଥିଲେ ଘରକୁ ଛାଡ଼ନ୍ତି ନ ହେଲେ ପୁନର୍ବାର ଉକ୍ତ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥାନ୍ତି। ଶିଶୁଟିଏ କେନ୍ଦ୍ରରେ ଭର୍ତ୍ତି ହେବା ପରେ ପ୍ରତିଦିନ ଖାଦ୍ୟ ପାଇଁ ଶିଶୁମାନଙ୍କ ଅଭିଭାବକଙ୍କୁ ୧୦୦ ଟଙ୍କା ପ୍ରଦାନ କରାଯାଇଥାଏ। ସେହିଭଳି ଚେକ୍‌ଅପ୍‌ କରିବା ପାଇଁ ଆସିଲା ବେଳେ ଯାତାୟାତ ବାବଦରେ ୧୦୦ ଟଙ୍କା ଦିଆଯାଇଥାଏ। ଏତେସବୁ ସୁବିଧା ଥିଲେ ମଧ୍ୟ ଶିଶୁମାନେ ଅପପୁଷ୍ଟିର ଶିକାର ହେବା ଘଟଣାକୁ ନଜର ଅନ୍ଦାଜ କରାଯାଇ ନ ପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ନୟାଗଡ଼ ପୁଷ୍ଟି ପୁନର୍ବାସ କେନ୍ଦ୍ରର ନ୍ୟୁଟ୍ରିସନ୍‌ କାଉନସିଲର ଗାୟତ୍ରୀ ପଣ୍ଡା କହନ୍ତି, ଦଶପଲ୍ଲା ଓ ଗଣିଆ ଅଞ୍ଚଳର ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହେଉଥିବା ବେଳେ ସେଠାକାର ମା’ମାନେ ଏ ଦିଗରେ ସଚେତନ ନୁହନ୍ତି। ଅନ୍ୟ ବ୍ଲକର ମା’ମାନେ ସଚେତନ ଥିଲେ ମଧ୍ୟ ଛୁଆମାନଙ୍କ ପ୍ରତି ଅବହେଳା ଓ ଠିକ୍‌ ସମୟରେ ଖାଦ୍ୟ ଖୁଆଉ ନ ଥିବାରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା ସେ ପ୍ରକାଶ କରିଥିଲେ।

(ରଞ୍ଜନ କୁମାର ପ୍ରଧାନ)


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri