Mumbai city, along with adjoining suburbs, may witness heavy heavy spells of rain in Tuesday. Express Photo By Ganesh Shirsekar 17/09/2019
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ତାରିଖ ଦିନ ପ୍ରବଳ ବର୍ଷା ହେବ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ସେଥିପାଇଁ ଏ ସମସ୍ତ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଏହାଛଡ଼ା ସେଦିନ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ଆଶଙ୍କା ରହିଛି। ଆକାଶ ମେଘୁଆ ରହୁଥିବାରୁ ଆସନ୍ତା ୨-୩ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବାର କି କମିବାର ସମ୍ଭାବନା ନାହିଁ। ରାତିରେ ପାରଦ ଖସିବାର ସମ୍ଭାବନା ବହୁତ କମ୍ ଥିବାରୁ ଏବେ ଶୀତ ହେବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୪ ଦିନ ପରେ ଓଡ଼ିଶା ଆକାଶରେ ମେଘ କମ୍ ଦେଖାଯିବ। ରାତିରେ ପାରଦ କମିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି।