୨୪ରୁ ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ: ଭାଗନେବେ ୫ ଦଳ

ଢେଙ୍କାନାଳ ଅଫିସ, ୨୨।୧୨-ଢେଙ୍କାନାଳର ନାଟ୍ୟାନୁଷ୍ଠାନ କଳା ପରିଷଦ ପକ୍ଷରୁ ଆସନ୍ତା ୨୪ରୁ ୨୯ ତାରିଖ ଯାଏ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ହେବ ୫ମ ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ। ରବିବାର ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସଭାପତି ନାଟ୍ୟକାର ଦିଲ୍ଲିଶ୍ୱର ମହାରଣା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ନାଟ୍ୟ ମହୋତ୍ସବରେ ଦିଲ୍ଲୀ, କଲିକତା ସମେତ ୫ ଦଳ ଭାଗନେବେ। ୨୪ ତାରିଖ ଅପରାହ୍ନ ୪ଟାରେ ବାଜିଚୌକସ୍ଥିତ ମା’ ବ୍ରହ୍ମାୟଣୀ ଦେବୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ନାଟ୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ମିନି ଷ୍ଟାଡିୟମରେ ପହଞ୍ଚତ୍ବ। ୨୫ ତାରିଖ ସନ୍ଧ୍ୟାରେ କଳାପରିଷଦ ପକ୍ଷରୁ ଶତ୍ରୁଘ୍ନ ମାଟିଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହେବ ଓଡ଼ିଆ ନାଟକ ‘ଆପଣ ଯାହା ଚାହୁଁଥିଲେ’। ୨୬ ତାରିଖ ସନ୍ଧ୍ୟାରେ ଅନୁଗୋଳର ନାଟ୍ୟମ୍‌ ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶକ ସୁଧାଂଶୁ ମୋହନ ଦ୍ୱିବେଦୀଙ୍କ ଓଡ଼ିଆ ନାଟକ ‘ମାଟି ମା’, ୨୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ପଞ୍ଚମ ବେଦ ଅନୁଷ୍ଠାନ ପକ୍ଷରୁ ହରେନ୍‌ ସାହୁଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ନାଟକ ‘ପୁତ୍ରପୂଜା’ ମଞ୍ଚସ୍ଥ ହେବ। ୨୮ରେ ନୂଆଦିଲ୍ଲୀର ଡ୍ରାମାଟୋଲୋଜି ଥିଏଟର ଗ୍ରୁପ୍‌ ଦ୍ୱାରା ସୁନୀଲ ଚୌହାନଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ନାଟକ ‘କାହାନୀ ଏକ୍‌ କଂସ୍‌ କୀ’ ଏବଂ ଉଦ୍‌ଯାପନୀ ସନ୍ଧ୍ୟାରେ କଲିକତା ବିଭବ ନାଟ୍ୟ ଏକାଡେମୀ ପକ୍ଷରୁ ରାଜା ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ବଙ୍ଗଳା ନାଟକ ‘ଚରନ୍‌ ଏ ସୋମୋୟେ’ ମଞ୍ଚସ୍ଥ ହେବ। ଏଥିସହ ପ୍ରତିଦିନ ସନ୍ଧ୍ୟାରେ ନାଟକ ପୂର୍ବରୁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ ସାଧାରଣ ସମ୍ପାଦକ ଜୟନ୍ତ ବର୍ମା, ଅଭିନେତା ଇନ୍ଦ୍ରମଣି ବେହେରା, ଅମ୍ବିକା ପ୍ରସାଦ ପଟ୍ଟନାୟକ, ବିନୋଦ ମହାନ୍ତି, ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri