Posted inଖେଳ

୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ: ପୂଜାଙ୍କୁ ରୌପ୍ୟ

ବୁଦାପେଷ୍ଟ,୨।୧୧- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପରେ ଭାରତ ପାଇଁ ପୂଜା ଗେହଲଟ (୫୩ କେଜି) ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୫୩ କେଜି ଓଜନ ବର୍ଗରେ ଜାପାନର ହାରୁନା ଓକୁନୋଙ୍କଠାରୁ ୦-୨ ପଏଣ୍ଟରେ ଫାଇନାଲରେ ପରାସ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ପୁରୁଷ କୁସ୍ତିଯୋଦ୍ଧା ରବୀନ୍ଦର (୬୧ କେଜି) ଚଳିତ ସପ୍ତାହରେ ପ୍ରଥମ ରୌପ୍ୟ ପଦକ ପାଇଥିଲେ। ୩ ଥର ବିଶ୍ୱ ଜୁନିୟର ଚାମ୍ପିୟନ ପଦକଧାରୀ ସାଜନ ଭାନଓ୍ବାଲ (୭୭ କେଜି)ଙ୍କୁ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କୁ ୪-୫ ବ୍ୟବଧାନରେ ଜାପାନର କୋଦାଇ ସାକୁରାବା ହରାଇ ଦେଇଛନ୍ତି। ସାଜନ ଶନିବାର ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗ୍ରେକୋ ରୋମାନ ବର୍ଗରେ ଅନ୍ୟ ରେସ୍‌ଲରଙ୍କ ମଧ୍ୟରେ ଅର୍ଜୁନ ହଲାକୁର୍କି (୫୫ କେଜି) କ୍ୱାର୍ଟର ଫାଇନାଲରେ ଅଳ୍ପକେ ପରାଜିତ ହେବା ସତ୍ତ୍ୱେ ପଦକ ଦୌଡ଼ରେ ରହିଛନ୍ତି। ସେ ୧୨-୧୪ ବ୍ୟବଧାନରେ ରୁଷିଆର ଇମିନ ନାରିମାନଭିଚଙ୍କଠାରୁ ପରାସ୍ତ ହୋଇଛନ୍ତି। ରୁଷିଆ ରେସ୍‌ଲର ଫାଇନାଲରେ ପ୍ରବେଶ କରିବା ଯୋଗୁ ଅର୍ଜୁନ ରିପଚେଜ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri