୨୨ରେ ନିଯୁକ୍ତି ମେଳା: ବ୍ୟାପକ ପ୍ରଚାର ଉପରେ ଫୋକସ୍‌

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆସନ୍ତା ୨୨ ତାରିଖରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଜିଲାର ସମସ୍ତ ଶିଳ୍ପାନୁଷ୍ଠାନ ମେଳାରେ ଭାଗନେବାକୁ ନିବେଦନ କରିଥିଲେ। ଏଥିସହ ନିଯୁକ୍ତି ମେଳାରେ ବ୍ଲକରୁ ସର୍ବନିମ୍ନ ୪୦୦ ପ୍ରାର୍ଥୀ ଅଂଶଗ୍ରହଣ କରିବା ଏବଂ ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ଫୋକସ୍‌ କରିବାକୁ ସେ ବିଡିଓଙ୍କୁ ପରାମର୍ଶ ଦେଇଛନ୍ତି।
ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କମ୍ପାନୀ ଯୋଗଦେବେ। ୫ମରୁ ସ୍ନାତକ ଶ୍ରେଣୀ, ଆଇଟିଆଇ, ଡିପ୍ଲୋମା ପଢ଼ିଥିବା ପିଲାଙ୍କୁ ଯୋଗ୍ୟତା ଭିତ୍ତିରେ ବିଭିନ୍ନ ପଦବୀ ପାଇଁ ଚୟନ କରାଯିବ। ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ, ପଞ୍ଚାୟତ ପ୍ରତିନିଧି, କଲେଜ କର୍ତ୍ତୃପକ୍ଷ, ଶିକ୍ଷାନୁଷ୍ଠାନ ସହଯୋଗରେ ନିଯୁକ୍ତି ମେଳାର ପ୍ରଚାର କରାଯିବ। ଜିଲା କ୍ରୀଡ଼ା ଅଧିକାରୀଙ୍କ ସହଯୋଗରେ ବିଜୁ ଯୁବ ବାହିନୀ କର୍ମକର୍ତ୍ତାମାନେ ପ୍ରଚାରରେ ନିୟୋଜିତ ହେବେ।
ବୈଠକରେ ସରକାରୀ ଆଇଟିଆଇ, ପଲିଟେକ୍‌ନିକ୍‌, ଜନଶିକ୍ଷଣ ସଂସ୍ଥା, ଓରମାସ୍‌, ଆରଆଇସି ଜିଏମ୍‌, ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ, କ୍ରୀଡ଼ା ବିଭାଗ, ଟାଟା ଷ୍ଟିଲ ବିଏସ୍‌ଏଲ୍‌, ଏମ୍‌ଜିଏମ୍‌ ମିନେରାଲ, ରୁଙ୍ଗ୍‌ଟା ମାଇନ୍ସ, ଶକ୍ତି ସୁଗାର୍ସ, ଉତ୍କଳ ଆଜବେଷ୍ଟସ, ମାଙ୍ଗିଲାଲ ରୁଙ୍ଗ୍‌ଟାର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ବୈଠକ ପରିଚାଳନା କରିଥିବାବେଳେ ସରକାରୀ ଆଇଟିଆଇ ଟ୍ରେନିଂ ଅଫିସର ଅରୁଣ କୁମାର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri