୨୦ ବିଚାରପତିଙ୍କ ବଦଳି

କଟକ ଅଫିସ,୨୨ା୮: ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଭିନ୍ନ ଜିଲାରେ କାର୍ଯ୍ୟରତ ୨୦ ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ଏ ନେଇ ଗତ ୧୭ରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ, ଶିଶିର କୁମାର ରଥଙ୍କୁ କଟକ ଜିଲା ଓ ସେସନ୍‌ ଜଜ୍‌ ଭାବେ ବଦଳି କରାଯାଇଛି। ସେହିପରି କଳାହାଣ୍ଡି ଜିଲା ଓ ସେସନ୍‌ ଜଜ୍‌ ଭାବେ ପ୍ରଦୀପ କୁମାର ପଟ୍ଟନାୟକଙ୍କୁ, ସୁନ୍ଦରଗଡ଼ ସ୍ପେଶାଲ ଭିଜିଲାନ୍ସ ଜଜ୍‌ ଭାବେ ଅଶ୍ୱିନୀ କୁମାର ନାୟକଙ୍କୁ, ବରଗଡ଼ ଫ୍ୟାମିଲି କୋର୍ଟ ବିଚାରପତି ଭାବେ ରାଜକିଶୋର ନାୟକଙ୍କୁ, ଆଠଗଡ଼ ଏଡିଜେ ଭାବେ ଅଶୋକ କୁମାର ପହୀଙ୍କୁ, ସମ୍ବଲପୁର ଏଡିଜେ-୨ ଭାବେ ମମିତା ଦାସଙ୍କୁ, ଭୁବନେଶ୍ୱର କୋର୍ଟ-୩ ସ୍ପେଶାଲ ଜଜ୍‌ (ସିବିଆଇ) ଭାବେ ତାରା ପ୍ରସାଦ ରଥଙ୍କୁ, ବ୍ରହ୍ମପୁର ଫ୍ୟାମିଲି କୋର୍ଟ ବିଚାରପତି ଭାବେ ପ୍ରଜ୍ଞା ପାଣିଗ୍ରାହୀଙ୍କୁ, କେନ୍ଦ୍ରାପଡ଼ା ଏଡିଜେ ଭାବେ ଏମ୍‌.ଆର୍‌. ଦୋରାଙ୍କୁ, ପୁରୀ ଏଡିଜେ-୨ ଭାବେ ପୂର୍ଣ୍ଣିମା ଜେନାଙ୍କୁ, ଭୁବନେଶ୍ୱର ଫ୍ୟାମିଲି କୋର୍ଟ ଜଜ୍‌ ଭାବେ ରବୀନ୍ଦ୍ର କୁମାର ଦାସଙ୍କୁ, ରାଉରକେଲା ଏଡିଜେ-୧ ଭାବେ ଦୀପକ କୁମାରଙ୍କୁ, ବ୍ରହ୍ମପୁର ଏଡିଜେ-୧ ଭାବେ ପ୍ରସନ୍ନ କୁମାର ପଣ୍ଡାଙ୍କୁ, ନୟାଗଡ଼ ଏଡିଜେ ଭାବେ ଉଦୟଭାନୁ ଜେନାଙ୍କୁ, କଟକ ଏଡିଜେ-୨ ଭାବେ ହିମାଂଶୁ ଶେଖର ମଲ୍ଲିକଙ୍କୁ, କଟକ ଅତିରିକ୍ତ ସ୍ପେଶାଲ ଜଜ୍‌ (ଭିଜିଲାନ୍ସ) ଭାବେ ବିଜୟ କୁମାର ପାତ୍ରଙ୍କୁ, କଟକ ଏଡିଜେ-୧ ଭାବେ ପ୍ରଣବ କୁମାର ପାତ୍ରଙ୍କୁ, କଟକ ପି.ଓ., ଏସ୍‌ସି ଓ ଏସ୍‌ଟି କୋର୍ଟ ଜଜ୍‌ ଭାବେ ପି.ବି. ରାଓଙ୍କୁ, ବାଲେଶ୍ୱର ଫ୍ୟାମିଲି କୋର୍ଟ ଜଜ୍‌ ଭାବେ ଅଜନ୍ତା ଷଡଙ୍ଗୀଙ୍କୁ, କେନ୍ଦ୍ରାପଡ଼ା ଫ୍ୟାମିଲି କୋର୍ଟ ଜଜ୍‌ ଭାବେ ଅନିତା ସାହୁଙ୍କୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri