୨୦ ବର୍ଷର ସର୍ବନିମ୍ନ ସ୍ତରରେ ବ୍ରେଣ୍ଟ୍‌ କ୍ରୁଡ୍‌

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲକ୍‌ଡାଉନ ପାଇଁ ଏବେ ସାରା ବିଶ୍ୱରେ ତୈଳ ଚାହିଦା ଖସିଯାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରକୁ ଖସିବା ଧାରା ଜାରି ରହିଛି। ସୋମବାର ଆମେରିକାର ବେଞ୍ଚମାର୍କ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ(ଡବ୍ଲ୍ୟୁଟିଆଇ) ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ମାତ୍ର ମଙ୍ଗଳବାର ବ୍ରେଣ୍ଟ କ୍ରୁଡ୍‌ ଦର ବ୍ୟାରେଲ ପିଛା ୨୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ସହ ୨୦ ଡଲାର ରହିଛି। ୨୦୦୧ ପରଠାରୁ ବ୍ରେଣ୍ଟ କ୍ରୁଡ୍‌ ଅଶୋଧିତ ତୈଳ ଦର କ୍ଷେତ୍ରରେ ଏହା ସର୍ବନିମ୍ନ ସ୍ତର। ୟୁରୋପୀୟ ମାନକ ବ୍ରେଣ୍ଟ ଅଶୋଧିତ ତୈଳ ଦର ମଙ୍ଗଳବାର କାରବାର ସମୟରେ ଉତ୍ଥାନ ପତନ ସହ ୧୮.୧୦ ଡଲାରକୁ ଖସିଥିଲା। ଏଥିରେ ସୁଧାର ଦେଖାଯିବା ସହ ବ୍ୟାରେଲ ପିଛା ଦର ୨୧.୫୧ ଡଲାର ସ୍ତରରେ ରହିଛି।
ଚାହିଦାରେ ଐତିହାସିକ କ୍ଷତି ସହ ମୂଲ୍ୟରେ ପ୍ରଥମ ଥର ଏଭଳି ନକାରାତ୍ମକ ସ୍ଥିତି ଦେଖାଯାଇଛି। ସୋମବାର ଆମେରିକାର ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ତୈଳ ଦର କ୍ଷେତ୍ରରେ ମେ ମାସର ଫ୍ୟୁଚର ଟ୍ରେଡିଂରେ ତେଲ ଦର ବ୍ୟାରେଲ ପିଛା ୪୦ ଡଲାର ଖସିଛି। ଏହାର ଅର୍ଥ ହେଲା ଉତ୍ପାଦନକାରୀ କମ୍ପାନୀଗୁଡିକ ତେଲ କିଣୁଥିବା ଅଂଶୀଦାରଙ୍କୁ ଅର୍ଥ ପ୍ରଦାନ କରିବେ। ଏହାର ପ୍ରଭାବ ଭାରତ ଉପରେ କିଭଳି ରହିବ ତାକୁ ପ୍ରଥମେ ଧ୍ୟାନଦେବା।
କାହିଁକି ଖସିଲା ଦର?
୨୦୧୯ର ଶେଷ ଆଡକୁ ଚାଇନାରେ କରୋନା ଭାଇରସ୍‌ ବ୍ୟାପିବା ଯୋଗୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଲଗାତର ଭାବେ ଖସୁଛି। ଚାଇନା ପରେ ଭୂତାଣୁ ଏବେ ସାରା ବିଶ୍ୱକୁ ନିଜ କବଳରେ କରିନେଇଛି। ଲକ୍‌ଡାଉନ ପାଇଁ ପରିବହନ, କଳକାରଖାନା ଏବଂ ବିମାନ ଶିଳ୍ପ ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ଫଳରେ ଚାହିଦା ସମ୍ପୂର୍ଣ୍ଣ ଭାବେ ଖସିଯାଇଛି। ତେଲ ଚାହିଦା ଏବେ ୨୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି।ଏଭଳି ସ୍ଥିତିରେ ମଧ୍ୟ ତେଲ ଉତ୍ପାଦନକାରୀ ଦେଶଗୁଡିକ ଉତ୍ପାଦନ ଜାରି ରଖିଛନ୍ତି। ଯୋଗାଣ ଅଧିକ ରହିଥିବା ବେଳେ ଚାହିଦା କମିବା ଯୋଗୁ ତେଲ ବଜାରରେ ସନ୍ତୁଳନ ବିଗିଡିଛି।
ଭାରତ ଉପରେ କ’ଣ ପ୍ରଭାବ
ତେଲର ଅତ୍ୟଧିକ ଉତ୍ପାଦନ ଏବଂ ଯୋଗାଣ ସ୍ଥିତି ଆମେରିକାରେ ରହିଛି। ଅନ୍ୟ ଦେଶଗୁଡିକରେ ଚାହିଦା କମିଛି ହେଲେ ଓଭରଫ୍ଲୋ ସ୍ଥିତି ନାହିଁ। ଆମେରିକାର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡିକ ଦୈନିକ ୧ କୋଟି ବ୍ୟାରେଲ ତୈଳ ଉତ୍ପାଦନ କରୁଛନ୍ତି। ଅଏଲ ଷ୍ଟୋରେଜ ଟ୍ୟାଙ୍କଗୁଡିକ ଭରି ହୋଇ ରହିଥିବା ବେଳେ କମ୍ପାନୀ ବଳକା ତେଲକୁ କୌଣସି ବି ସ୍ଥିତିରେ ବିକିବାକୁ ଚାହୁଁଛନ୍ତି। ବାକି ଦେଶରେ ତେଲ ଦର କମିଥିଲେ ମଧ୍ୟ ଶୂନ ସ୍ତରକୁ ଖସିଛି। ଭାରତ କଥା ବିଚାର କଲେ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ(ଡବ୍ଲ୍ୟୁଟିଆଇ) ମୂଲ୍ୟ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ କୌଣସି ପ୍ରଭାବ ପକାଇବ ନାହିଁ। ଭାରତ ସାଧାରଣତଃ ବ୍ରେଣ୍ଟ କ୍ରୁଡ୍‌ ଅଏଲ ଉପରେ ନିର୍ଭର କରିଥାଏ। ଏହାକୁ ଇଣ୍ଟରନ୍ୟାଶନାଲ ବେଞ୍ଚମାର୍କ ଅଏଲ ପ୍ରାଇସ ବୋଲି ବିଚାର କରାଯାଏ। ବ୍ରେଣ୍ଟ କ୍ରୁଡ୍‌ ଏବେ ବ୍ୟାରେଲି ପିଛା ପ୍ରାୟ ୨୫ ଡଲାର ରହିଛି। ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରେଣ୍ଟ ମୂଲ୍ୟରେ ୨%ରୁ ଅଧିକ ହ୍ରାସ ଘଟିଛି। ଯାହା ୧୮ ବର୍ଷର ସର୍ବନିମ୍ନ ସ୍ତର। ଭାରତକୁ ତେଲ ଶସ୍ତାରେ ମିଳୁଥିଲେ ମଧ୍ୟ ଶୂନ ସ୍ତରକୁ ଆସିବା ଭଳି ସ୍ଥିତି ଉପୁଜି ନାହିଁ।
ପେଟ୍ରୋଲ,ଡିଜେଲ ମୂଲ୍ୟ ଉପରେ ପ୍ରଭାବ
ଅଶୋଧିତ ତୈଳ ଦର ଖସିବା ଯୋଗୁ ଚଳିତ ବର୍ଷ ପେଟ୍ରୋଲ ଡିଜେଲ ଦର ହ୍ରାସ ହେବା ମଧ୍ୟ ସମ୍ଭାବନା ଉପୁଜିଛି। ଅଶୋଧିତ ତୈଳ ଦର ଖସିବା ଭଳି ପେଟ୍ରୋଲ ଡିଜେଲ ଦର ଯେ ବୃହତ୍‌ ପରିମାଣରେ ହ୍ରାସ ହେବ ସେ ନେଇ ଚିନ୍ତା କରିବା ଠିକ୍‌ ହେବ ନାହିଁ। ଏହାର କାରଣ ହେଲା ରିଫାଇନେରିଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ତେଲକୁ ବିକ୍ରି କରିବା ଲାଗି ଆଣିବାରେ କମ୍ପାନୀଗୁଡିକର ଟିକସ, ଡିଲର କମିଶନ ଏବଂ ଲାଭ ମଧ୍ୟ ବିଚାର କରାଯାଇଥାଏ। ଭାରତୀୟ ତୈଳ ବିଶୋଧନାଗାରଗୁଡିକ ପ୍ରଥମେ ଅଶୋଧିତ ତୈଳ କ୍ରୟ କରିଥାନ୍ତି। ସେଥିରୁ ପେଟ୍ରୋଲ, ଡିଜେଲ ସମେତ ଅନ୍ୟ ପେଟ୍ରୋଲିୟମ ପ୍ରଡକ୍ଟ ଉତ୍ପାଦନ କରାଯାଇଥାଏ। ତେଲ କମ୍ପାନୀ ସେମାନଙ୍କ ଲାଭ ରଖିବା ସହ ଏହାକୁ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚାଇଥାନ୍ତି। ପେଟ୍ରୋଲ ପମ୍ପ ମାଲିକ ଲିଟର ପିଛା ନିର୍ଦ୍ଧାରିତ କମିଶନ ମଧ୍ୟ ନେଇଥାନ୍ତି। ରିଟେଲ ପ୍ରାଇସ ଉପରେ ଉତ୍ପାଦନ ଶୁଳ୍କ ଏବଂ ଭାଟ ମଧ୍ୟ ଲାଗୁ ହୁଏ। ଏଥିଯୋଗୁ ଉପଭୋକ୍ତାଙ୍କୁ ନିଜ ପକେଟରୁ ଅଧିକ ଖର୍ଚ୍ଚ କରିବାକୁ ପଡେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri