୨୦ ବର୍ଷର ସର୍ବନିମ୍ନ ସ୍ତରରେ ବ୍ରେଣ୍ଟ୍‌ କ୍ରୁଡ୍‌

ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲକ୍‌ଡାଉନ ପାଇଁ ଏବେ ସାରା ବିଶ୍ୱରେ ତୈଳ ଚାହିଦା ଖସିଯାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରକୁ ଖସିବା ଧାରା ଜାରି ରହିଛି। ସୋମବାର ଆମେରିକାର ବେଞ୍ଚମାର୍କ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ(ଡବ୍ଲ୍ୟୁଟିଆଇ) ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ମାତ୍ର ମଙ୍ଗଳବାର ବ୍ରେଣ୍ଟ କ୍ରୁଡ୍‌ ଦର ବ୍ୟାରେଲ ପିଛା ୨୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ସହ ୨୦ ଡଲାର ରହିଛି। ୨୦୦୧ ପରଠାରୁ ବ୍ରେଣ୍ଟ କ୍ରୁଡ୍‌ ଅଶୋଧିତ ତୈଳ ଦର କ୍ଷେତ୍ରରେ ଏହା ସର୍ବନିମ୍ନ ସ୍ତର। ୟୁରୋପୀୟ ମାନକ ବ୍ରେଣ୍ଟ ଅଶୋଧିତ ତୈଳ ଦର ମଙ୍ଗଳବାର କାରବାର ସମୟରେ ଉତ୍ଥାନ ପତନ ସହ ୧୮.୧୦ ଡଲାରକୁ ଖସିଥିଲା। ଏଥିରେ ସୁଧାର ଦେଖାଯିବା ସହ ବ୍ୟାରେଲ ପିଛା ଦର ୨୧.୫୧ ଡଲାର ସ୍ତରରେ ରହିଛି।
ଚାହିଦାରେ ଐତିହାସିକ କ୍ଷତି ସହ ମୂଲ୍ୟରେ ପ୍ରଥମ ଥର ଏଭଳି ନକାରାତ୍ମକ ସ୍ଥିତି ଦେଖାଯାଇଛି। ସୋମବାର ଆମେରିକାର ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ତୈଳ ଦର କ୍ଷେତ୍ରରେ ମେ ମାସର ଫ୍ୟୁଚର ଟ୍ରେଡିଂରେ ତେଲ ଦର ବ୍ୟାରେଲ ପିଛା ୪୦ ଡଲାର ଖସିଛି। ଏହାର ଅର୍ଥ ହେଲା ଉତ୍ପାଦନକାରୀ କମ୍ପାନୀଗୁଡିକ ତେଲ କିଣୁଥିବା ଅଂଶୀଦାରଙ୍କୁ ଅର୍ଥ ପ୍ରଦାନ କରିବେ। ଏହାର ପ୍ରଭାବ ଭାରତ ଉପରେ କିଭଳି ରହିବ ତାକୁ ପ୍ରଥମେ ଧ୍ୟାନଦେବା।
କାହିଁକି ଖସିଲା ଦର?
୨୦୧୯ର ଶେଷ ଆଡକୁ ଚାଇନାରେ କରୋନା ଭାଇରସ୍‌ ବ୍ୟାପିବା ଯୋଗୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଲଗାତର ଭାବେ ଖସୁଛି। ଚାଇନା ପରେ ଭୂତାଣୁ ଏବେ ସାରା ବିଶ୍ୱକୁ ନିଜ କବଳରେ କରିନେଇଛି। ଲକ୍‌ଡାଉନ ପାଇଁ ପରିବହନ, କଳକାରଖାନା ଏବଂ ବିମାନ ଶିଳ୍ପ ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ଫଳରେ ଚାହିଦା ସମ୍ପୂର୍ଣ୍ଣ ଭାବେ ଖସିଯାଇଛି। ତେଲ ଚାହିଦା ଏବେ ୨୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି।ଏଭଳି ସ୍ଥିତିରେ ମଧ୍ୟ ତେଲ ଉତ୍ପାଦନକାରୀ ଦେଶଗୁଡିକ ଉତ୍ପାଦନ ଜାରି ରଖିଛନ୍ତି। ଯୋଗାଣ ଅଧିକ ରହିଥିବା ବେଳେ ଚାହିଦା କମିବା ଯୋଗୁ ତେଲ ବଜାରରେ ସନ୍ତୁଳନ ବିଗିଡିଛି।
ଭାରତ ଉପରେ କ’ଣ ପ୍ରଭାବ
ତେଲର ଅତ୍ୟଧିକ ଉତ୍ପାଦନ ଏବଂ ଯୋଗାଣ ସ୍ଥିତି ଆମେରିକାରେ ରହିଛି। ଅନ୍ୟ ଦେଶଗୁଡିକରେ ଚାହିଦା କମିଛି ହେଲେ ଓଭରଫ୍ଲୋ ସ୍ଥିତି ନାହିଁ। ଆମେରିକାର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡିକ ଦୈନିକ ୧ କୋଟି ବ୍ୟାରେଲ ତୈଳ ଉତ୍ପାଦନ କରୁଛନ୍ତି। ଅଏଲ ଷ୍ଟୋରେଜ ଟ୍ୟାଙ୍କଗୁଡିକ ଭରି ହୋଇ ରହିଥିବା ବେଳେ କମ୍ପାନୀ ବଳକା ତେଲକୁ କୌଣସି ବି ସ୍ଥିତିରେ ବିକିବାକୁ ଚାହୁଁଛନ୍ତି। ବାକି ଦେଶରେ ତେଲ ଦର କମିଥିଲେ ମଧ୍ୟ ଶୂନ ସ୍ତରକୁ ଖସିଛି। ଭାରତ କଥା ବିଚାର କଲେ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ(ଡବ୍ଲ୍ୟୁଟିଆଇ) ମୂଲ୍ୟ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ କୌଣସି ପ୍ରଭାବ ପକାଇବ ନାହିଁ। ଭାରତ ସାଧାରଣତଃ ବ୍ରେଣ୍ଟ କ୍ରୁଡ୍‌ ଅଏଲ ଉପରେ ନିର୍ଭର କରିଥାଏ। ଏହାକୁ ଇଣ୍ଟରନ୍ୟାଶନାଲ ବେଞ୍ଚମାର୍କ ଅଏଲ ପ୍ରାଇସ ବୋଲି ବିଚାର କରାଯାଏ। ବ୍ରେଣ୍ଟ କ୍ରୁଡ୍‌ ଏବେ ବ୍ୟାରେଲି ପିଛା ପ୍ରାୟ ୨୫ ଡଲାର ରହିଛି। ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରେଣ୍ଟ ମୂଲ୍ୟରେ ୨%ରୁ ଅଧିକ ହ୍ରାସ ଘଟିଛି। ଯାହା ୧୮ ବର୍ଷର ସର୍ବନିମ୍ନ ସ୍ତର। ଭାରତକୁ ତେଲ ଶସ୍ତାରେ ମିଳୁଥିଲେ ମଧ୍ୟ ଶୂନ ସ୍ତରକୁ ଆସିବା ଭଳି ସ୍ଥିତି ଉପୁଜି ନାହିଁ।
ପେଟ୍ରୋଲ,ଡିଜେଲ ମୂଲ୍ୟ ଉପରେ ପ୍ରଭାବ
ଅଶୋଧିତ ତୈଳ ଦର ଖସିବା ଯୋଗୁ ଚଳିତ ବର୍ଷ ପେଟ୍ରୋଲ ଡିଜେଲ ଦର ହ୍ରାସ ହେବା ମଧ୍ୟ ସମ୍ଭାବନା ଉପୁଜିଛି। ଅଶୋଧିତ ତୈଳ ଦର ଖସିବା ଭଳି ପେଟ୍ରୋଲ ଡିଜେଲ ଦର ଯେ ବୃହତ୍‌ ପରିମାଣରେ ହ୍ରାସ ହେବ ସେ ନେଇ ଚିନ୍ତା କରିବା ଠିକ୍‌ ହେବ ନାହିଁ। ଏହାର କାରଣ ହେଲା ରିଫାଇନେରିଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ତେଲକୁ ବିକ୍ରି କରିବା ଲାଗି ଆଣିବାରେ କମ୍ପାନୀଗୁଡିକର ଟିକସ, ଡିଲର କମିଶନ ଏବଂ ଲାଭ ମଧ୍ୟ ବିଚାର କରାଯାଇଥାଏ। ଭାରତୀୟ ତୈଳ ବିଶୋଧନାଗାରଗୁଡିକ ପ୍ରଥମେ ଅଶୋଧିତ ତୈଳ କ୍ରୟ କରିଥାନ୍ତି। ସେଥିରୁ ପେଟ୍ରୋଲ, ଡିଜେଲ ସମେତ ଅନ୍ୟ ପେଟ୍ରୋଲିୟମ ପ୍ରଡକ୍ଟ ଉତ୍ପାଦନ କରାଯାଇଥାଏ। ତେଲ କମ୍ପାନୀ ସେମାନଙ୍କ ଲାଭ ରଖିବା ସହ ଏହାକୁ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚାଇଥାନ୍ତି। ପେଟ୍ରୋଲ ପମ୍ପ ମାଲିକ ଲିଟର ପିଛା ନିର୍ଦ୍ଧାରିତ କମିଶନ ମଧ୍ୟ ନେଇଥାନ୍ତି। ରିଟେଲ ପ୍ରାଇସ ଉପରେ ଉତ୍ପାଦନ ଶୁଳ୍କ ଏବଂ ଭାଟ ମଧ୍ୟ ଲାଗୁ ହୁଏ। ଏଥିଯୋଗୁ ଉପଭୋକ୍ତାଙ୍କୁ ନିଜ ପକେଟରୁ ଅଧିକ ଖର୍ଚ୍ଚ କରିବାକୁ ପଡେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri