Posted inଗଜପତି

୨୦ ଫୁଟ ତଳକୁ ଖସିଲା ବସ୍‌, ୧୨ ଆହତ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.)-ନୂଆଗଡ଼ ବ୍ଲକର ତିତିସିଂ ନିକଟସ୍ଥ ତଳସୁରଙ୍ଗିଠାରେ ଏକ ଘରୋଇ ବସ୍‌ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ଗାଡ଼ି ଚାଳକ ପରମାଣ ପରମାଣିକ (୪୫), ଟିନା ଦିଗାଲ (୧୫), ଦମୟନ୍ତି ଶବର (୬୫), ଅଜିତ କୁମାର ସାହୁ (୩୪), ବୀର ଲିମା (୪୫) ଓ ସୁଶୀଳ ଶବର (୫୦)। ଅନ୍ୟ ଆହତଙ୍କ ପରିଚୟ ମିଳିନାହିଁ। ପ୍ରକାଶ ଯେ, ବସଟି ଭୁବେନଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ସମୟରେ ତିତିସିଂ ନିକଟସ୍ଥ ତଳସୁରଙ୍ଗି ବୁଲାଣି ରାସ୍ତାରେ ୨୦ ଫୁଟ ତଳକୁ ଖସି ଯାଇଥିଲା। ଖଜୁରିପଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଆହତମାନଙ୍କୁ ଉଦ୍ଧାର କରି ଖଜୁରିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିରୁ ୭ ଜଣ ଗୁରୁତରଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟକୁ ପଠାଯାଉଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ଗାଡିର ଅନ୍ୟ ଜଣ ଡ୍ରାଇଭର ଫେରାର ଥିବା ଫାଣ୍ଡି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ 

ମୋହନା,୨।୧୨( ମନ୍ମଥ ମିଶ୍ର ): ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସିଥିଲେ।  ପରେ  କୋର୍ଟର ବାରମ୍ବାର...

ବାଜିଲା ରାଜ୍ୟ ସରକାରଙ୍କ ମୋହର: ଏଣିକି ଆନ୍ଧ୍ରକୁ ଯିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି, ନିର୍ମାଣ ହେବ…

ଗଜପତି,୨।୧୧(ଗିରିଧାରୀ ପରିଛା): ଉପାନ୍ତ ଗଜପତି ଜିଲାରେ ଆନ୍ଧ୍ର ସହ ଗମନା ଗମନ ସୁବିଧା ଏବଂ ବ୍ୟବସାୟିକ ଦୃଷ୍ଟି କୋଣରୁ ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ...

ପାରଳାଖେମୁଣ୍ଡି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ସରକାରଙ୍କ ପ୍ରତିଶ୍ରୁତି

ଗଜପତି,୧।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ବହୁ ପ୍ରତୀକ୍ଷିତ ବାଇପାସ୍ ରାସ୍ତା ନିର୍ମାଣ ପ୍ରସଙ୍ଗରେ ସୋମବାର ଓଡିଶା ବିଧାନସଭାରେ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା...

ଓଡ଼ିଶାର ଦୁଗ୍ଧ ସଂଗ୍ରହ ଗୃହରୁ ଫାଇଦା ଉଠାଉଛି ଆନ୍ଧ୍ର

ପାରଳାଖେମୁଣ୍ଡି,୧ା୧୨ (ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ଥିବା ଓମ୍‌ଫେଡର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଯେଉଁ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ତାହା ବିଫଳ ହେବାରୁ ସରକାରୀ ଅବହେଳା...

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ୍: କୁକୁର ନେଇ ପ୍ରବେଶକୁ କେନ୍ଦ୍ର କରି ସିକ୍ୟୁରିଟି ଗାର୍ଡଙ୍କ ସହ ହାତାହାତି

ଗଜପତି,୩୦।୧୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ ଘଟଣାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା...

ରାସ୍ତାକଡ଼ ସାଇନ୍‌ବୋର୍ଡରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ମୋହନା,୩୦ା୧୧(ମନ୍ମଥ ମିଶ୍ର): ଶୁଦ୍ଧିଘର ଭୋଜି ଖାଇ ଫେରିବା ବେଳେ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri