ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍ସେଲ୍ ବା ସିକିଲ୍ ସେଲ୍ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ୨୦୪୭ ସୁଦ୍ଧା ଏହି ରୋଗ ରାଜ୍ୟରୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସିକିଲ ସେଲ୍ ସହ ଥାଲାସେମିଆ ରୋଗର ସ୍କ୍ରିନିଂ ସହ ପଦକ୍ଷେପ ଜାରି ରହିଛି, କାରଣ ଏହି ଦୁଇ ରୋଗ ଲୋହିତ ରକ୍ତ କଣିକାରେ ଥିବା ଅମ୍ଳଜାନ ବାହକ ହିମୋଗ୍ଲୋବିନ୍ର ଅସମାନତାରୁ ବଂଶାନୁକ୍ରମିକ ଭାବେ ହୋଇଥାଏ। ସେହିପରି କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ସିକିଲସେଲ୍ ଆନେମିଆ ମିଶନ କାର୍ଯ୍ୟକ୍ରମ ଅଧୀନରେ ଓଡିଶାରେ ବିଭିନ୍ନ ଜିଲାରେ ଏହି ରୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି।
ସିକିଲ୍ ସେଲ୍ ରୋଗରେ ରୋଗୀଙ୍କ ଲୋହିତ ରକ୍ତକଣିକାରେ ହିମୋଗ୍ଲୋବିନ୍ର ଅଭାବ ଦେଖାଯାଇଥାଏ। ଫଳରେ ଉକ୍ତ ରକ୍ତକଣିକାଗୁଡିକ ଏକ ଦାଆ ଆକୃତି ଧାରଣ କରିବା ସହ ନଷ୍ଟ ହେବାରେ ଲାଗିଥାଏ। ଏଥିଯୋଗୁ ଶରୀରରେ ଅମ୍ଳଜାନ ଅଭାବ ସହତ ଯନ୍ତ୍ରଣା ବୃଦ୍ଧି ହୋଇଥାଏ। ବୟସ ବଢ଼ିବା ସହ ଯନ୍ତ୍ରଣା ବଢ଼ିଥାଏ। ଏପରିକି ଆୟୁଷ ମଧ୍ୟ ହ୍ରାସ ପାଇଥାଏ। ବିଭାଗୀୟ ସୂଚନା ଅନୁଯାୟୀ ୨୦୧୦ରୁ ଓଡିଶା ସିକିଲ ସେଲ ପ୍ରୋଜେକ୍ଟ ଜରିଆରେ ରାଜ୍ୟର ପଶ୍ଚିମ ଓଡିଶାର ୧୨ଟି ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପାଖାପାଖି ୨ରୁ ୩ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୨୦୧୭ରେ ସ୍ବାସ୍ଥ୍ୟ ବିଭାଗ ଓ ସିଏମ୍ସି ଭେଲୋର ସହ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ସ୍ତରରେ ୩ଟି ପର୍ଯ୍ୟାୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ୧୫ ପ୍ରତିଶତ ସିକିଲ ସେଲ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ପାଖାପାଖି ୩୦ ପ୍ରତିଶତ ରୋଗୀ ସିକିଲସେଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୂର୍ବରୁ ୧୨ ଜିଲାରେ ସ୍କ୍ରିନିଂ କରାଯାଉଥିବାବେଳେ ବର୍ତ୍ତମାନ ବିଭାଗ ପକ୍ଷରୁ ୨୦ ଜିଲାରେ ସ୍କ୍ରିନିଂ କରାଯାଉଛି।
ଏ ସମ୍ପର୍କରେ ବିଭାଗର ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ସିକିଲ୍ସେଲ ରୋଗ ଦ୍ୱାରା ବିଶେଷ ଭାବରେ ଶରୀର ଲୋହିତ ରକ୍ତ କଣିକାରେ ଅସୁବିଧା ହୋଇଥାଏ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଆଦି ପଶ୍ଚିମ ଓ ଦକ୍ଷିଣ ଓଡିଶା ଜିଲାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ଦେଖାଯାଇଥାଏ। ବର୍ତ୍ତମାନ ରାଜ୍ୟରେ ୦ ରୁ ୨୫ ବର୍ଷ ବୟସର ଲୋକଙ୍କର ସ୍କ୍ରିନିଂ ଚାଲିଥିବାବେଳେ ସ୍ବାସ୍ଥ୍ୟକର୍ମୀ, ମିଶନ ଶକ୍ତି ମହିଳାମାନେ ଘରକୁ ଘର ବୁଲି ଟେଷ୍ଟ କରୁଛନ୍ତି। ଗର୍ଭବତୀ ଓ ସ୍କୁଲ ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୨୦୪୭ ସୁଦ୍ଧା ରାଜ୍ୟରେ ସିକିଲସେଲ ରୋଗମୁକ୍ତ କରିବା ଲାଗି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସ୍ତରରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କମିଟି ଗଠନ କରାଯାଇ ସିକିଲସେଲ ରୋଗ ଚିହ୍ନଟ, ସଚେତନତା ଓ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରାଯାଉଥିବା ଡା. ମିଶ୍ର ସୂଚନା ଦେଇଛନ୍ତି।
କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି
କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...
୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ
ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...
ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ
ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...
ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ
ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...
ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ
ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...
ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ…
ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ
ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...
୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା
ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...
Archives


