Posted inଜାତୀୟ

୨୦୧୯ ଲୋକ ସଭା ନିର୍ବାଚନ: ୮୨୦ କୋଟି ବ୍ୟୟ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୯ା୧୧: ଗତ ଲୋକ ସଭା ନିର୍ବାଚନରେ ଭାଜପାର ଅର୍ଥବଳ ଆଗରେ ଆମେ ସୀମିତ ସମ୍ବଳରେ ଲଢ଼ିପାରିଲୁ ନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଆସୁଥିଲା ତାହା ଏବେ ଭୁଲ୍‌ ପ୍ରମାଣିତ ହୋଇଛି। ସାଧାରଣ ନିର୍ବାଚନ ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଓଡିଶା, ତେଲଙ୍ଗାନା ଓ ସିକିମ୍‌ ବିଧାନସଭା ନିର୍ବାଚନରେ କଂଗ୍ରେସ ୮୨୦ କୋଟି ଟଙ୍କା ବ୍ୟୟ କରିଥିବା ଜଣାପଡିଛି। ୨୦୧୪ ନିର୍ବାଚନ ବେଳେ କଂଗ୍ରେସ ୫୧୬ କୋଟି ଓ ଭାଜପା ୭୧୪ କୋଟି ଟଙ୍କା ବ୍ୟୟ କରିଥିଲା। ୨୦୧୯ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଭାଜପା ଏପର୍ଯ୍ୟନ୍ତ ହିସାବ ଦାଖଲ କରିନାହିଁ।
ଅକ୍ଟୋବର ୩୧ରେ କଂଗ୍ରେସ ତା’ର ନିର୍ବାଚନ ଖର୍ଚ୍ଚ ବିବରଣୀ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିଲା। ଏଥିରେ ଦଳୀୟ ପ୍ରଚାରରେ ୬୨୬.୩ କୋଟି ଏବଂ ପ୍ରାର୍ଥୀମାନଙ୍କ ପାଇଁ ୧୯୩.୯ କୋଟି ବ୍ୟୟ ହୋଇଥିବା ଉଲ୍ଲେଖ ଅଛି। ନିର୍ବାଚନ ତାରିଖ ଘୋଷଣାଠାରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ କଂଗ୍ରେସକୁ ପାଖାପାଖି ୮୫୬ କୋଟି ଟଙ୍କା ଦଳୀୟ ଚାନ୍ଦା ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିଲା ବୋଲି ଉକ୍ତ ବିବରଣୀରେ କୁହାଯାଇଛି।
ଅନ୍ୟ ଦଳଗୁଡ଼ିକ ମଧ୍ୟରେ ତୃଣମୂଳ କଂଗ୍ରେସ ଲୋକ ସଭା ନିର୍ବାଚନରେ ୮୩.୬ କୋଟି ବ୍ୟୟ କରିଥିବାବେଳେ ବିଏସ୍‌ପି ୫୫.୪ କୋଟି, ଏନ୍‌ସିପି ୭୨.୩ କୋଟି ଏବଂ ସିପିଏମ୍‌ ୭୩.୧ ଲକ୍ଷ ଟଙ୍କା ବ୍ୟୟ କରିଥିବା ସେମାନଙ୍କ ନିର୍ବାଚନୀ ବ୍ୟୟ ବିବରଣୀରୁ ଜଣାପଡିଛି।
ନିର୍ବାଚନ ଲଢ଼ିବାକୁ ଦଳ ପାଖରେ ଟଙ୍କା ନ ଥିଲା ବୋଲି ମେ ମାସରେ କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟ ସ୍ପନ୍ଦନ ଗଣମାଧ୍ୟମକୁ କହିଥିଲେ। ତେବେ ସାଧାରଣ ନିର୍ବାଚନ ବେଳେ ଦଳୀୟ ପ୍ରଚାର ପାଇଁ ୬୨୬.୩୬ କୋଟି ଖର୍ଚ୍ଚ କରାଯାଇଥିଲାବେଳେ ସେଥିରୁ ୫୭୩ କୋଟି ଚେକ୍‌ ମାଧ୍ୟମରେ ଓ ଅବଶିଷ୍ଟ ୧୪.୩୩ କୋଟି ନଗଦ ଆକାରରେ ପୈଠ ହୋଇଥିବା ଜଣାପଡିଛି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବିଜ୍ଞାପନରେ ୩୫୬ କୋଟି ବ୍ୟୟ କରିଥିଲାବେଳେ ପୋଷ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ୪୭ କୋଟି ଓ ତାରକା ପ୍ରଚାରକମାନଙ୍କ ଯାତାୟାତରେ ୮୬.୮୨ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ଦଳ ଓଡ଼ିଶା ଓ ଛତିଶଗଡରେ ୪୦ କୋଟି ବ୍ୟୟ କରିଥିଲାବେଳେ ଉତ୍ତରପ୍ରଦେଶରେ ୩୬ କୋଟି, ମହାରାଷ୍ଟ୍ରରେ ୧୮ କୋଟି, ପଶ୍ଚିମବଙ୍ଗରେ ପାଖାପାଖି ୧୫ କୋଟି ଏବଂ କେରଳରେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?